Special story
ଦିଲ୍ଲୀରେ ବଦଲାପୁର ରିପିଟ୍ । ମାଡ଼ ବଦଳରେ ଗୁଳି । ବାପାଙ୍କୁ ମାଡ଼ର ପ୍ରତିଶୋଧ ଗୁଳି ମାଡ଼ କରି ନେଲା ପୁଅ । ରାଜଧାନୀ ଦିଲ୍ଲୀର ଜାହାଙ୍ଗିରପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି । ୭ ମାସ ତଳେ ବାପାଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ଫେରାର ମାରିଛି ନାବାଳକ । ନାବାଳକ ଜଣକ ତିନି ସାଙ୍ଗଙ୍କ ସହିତ ଆସି ଘର ବାହାରେ ବସିଥିବା ଜଣେ ବ୍ୟକ୍ତିଙ୍କ ମୁଣ୍ଡରେ ବନ୍ଧୁକ ଧରି ଗୁଳି ଚଳାଇଥିଲେ । ତେବେ ଗୁଳିଟି ବ୍ୟକ୍ତିଙ୍କ ଆଖିରେ ବାଜିଥିଲା ​​ଏବଂ ସେ ବର୍ତ୍ତମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଗୁଳିକାଣ୍ଡ ବେଳର ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ଗତକାଲି ଏହି ଗୁଳିକାଣ୍ଡ ଘଟିଥିବା କୁହାଯାଉଛି । ଯେଉଁ ବ୍ୟକ୍ତିଙ୍କ ଉପରକୁ ଗୁଳି ହୋଇଛି ତାଙ୍କ ନାମ ଜାଭେଦ୍। ଗୁଳିକାଣ୍ଡ ମାମଲାରେ ୩୦୭ ଦଫାରେ ମାମଲା ରୁଜୁ ହୋଇଛି । ଭିଡିଓରେ ଦେଖିବାକୁ ମିଳୁଛି ନାବଳକା ଜଣକ ତାଙ୍କର ତିନିଜଣ ସାଙ୍ଗଙ୍କ ସହ ରାସ୍ତାରେ ଯାଉଛନ୍ତି । ହେଲେ ହଠାତ୍ ସେ ହାତରେ ପିସ୍ତଲ ଧରି ଘର ବାହାରେ ବସିଥିବା ବ୍ୟକ୍ତିଙ୍କ ଆଡକୁ ଯାଇ ଅତି ନିକଟରୁ ଗୁଳି ଚଳାଉଛି । ଆଉ ତା’ପରେ ସମସ୍ତେ ଘଟଣାସ୍ଥଳରୁ ଫେରାର ମାରନ୍ତି ।
ଭିଡିଓ ଭାଇରାଲ ହେବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାରି ଅଭିଯୁକ୍ତ ନାବାଳକଙ୍କୁ ଗିରଫ କରାଯାଇଛି । ଏଥି ସହ ଗୁଳି ବିନିମୟରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657973246.jpg)