Advertisment

ପୁଣି ମଣିପୁରରେ ବହିଲା ରକ୍ତ ନଦୀ: ୩ ଜଣଙ୍କୁ ଗୁଳି କଲେ, ଜଣଙ୍କ ମୁଣ୍ଡ କାଟିଦେଲେ

ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି।  ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Manipur Violence

4 killed in fresh violence in Manipur

Advertisment

ପୁଣି ମଣିପୁରରେ ହିଂସା ଦେଖିବାକୁ ମିଳିଛି। ଦୁର୍ବୃତ୍ତମାନେ ଗତକାଲି ୪ ଜଣଙ୍କୁ ନିର୍ମମ ହତ୍ୟା କରିଛନ୍ତି। ବିଷ୍ଣୁପୁର-ଚୁରଚାନ୍ଦପୁର ସୀମାନ୍ତରେ ଏହି ବର୍ବର କାଣ୍ଡ ଘଟିଛି। ୩ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ବେଳେ ଅନ୍ୟ ଜଣଙ୍କର ମୁଣ୍ଡ କାଟି ଦିଆଯାଇଥିବା ସୂଚନା ମିଳିଛି। 

Advertisment

ସେହିପରି ଆଉ ୫ ଜଣ ମଧ୍ୟ ରକ୍ତାକ୍ତ ସଂଘର୍ଷରେ ଗୁରୁତର ଆହତ ହୋଇଛନ୍ତି। କୁମ୍ବି ବିଧାନସଭା କ୍ଷେତ୍ର ଅଧୀନ ଏକ ଅଞ୍ଚଳରେ ଏହି ରକ୍ତପାତ ହୋଇଛି। ସେପଟେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ନିଜେ ହିଂସାକାଣ୍ଡ ସ୍ଥଳ ବୁଲି ସ୍ଥିତି ପରଖିଥିବା ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁସାରେ, ଦୁର୍ବୃତ୍ତମାନେ ୩ ଜଣ ଗ୍ରାମରକ୍ଷୀଙ୍କୁ ହତ୍ୟା କରିଛନ୍ତି। ଯେଉଁମାନେ କି ଘାଟି ଅଞ୍ଚଳ ବୁଲିବାକୁ ଆସିଥିଲେ ବୋଲି ସନ୍ଦେହ କରାଯାଉଛି। ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକ ଚୁରଚାନ୍ଦପୁରରେ ଲାଙ୍ଗଜା ଓ ଚିଙ୍ଗଲାନ୍‌ମେଇର କୁକି ଗାଁ ନିଟକ ରାସ୍ତା ଉପରକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ପୁଣି ଆଉ ଜଣେ ଗ୍ରାମରକ୍ଷୀଙ୍କୁ ହତ୍ୟା କରାଯାଇଥିଲା।

Advertisment

ସୂଚନାଥାଉ କି, ୨୨ ହଜାର ୩୨୭ ବର୍ଗ କିଲୋମିଟର ପରିମିତ ମଣିପୁରର ୧୦ ପ୍ରତିଶତ ଘାଟି ଅଂଚଳ ହୋଇଥିବା ବେଳେ ୮୯ ପ୍ରତିଶତ ପାହାଡ ଅଂଚଳ । ସେଠାରେ ମୁଖ୍ୟତଃ ୩ଟି ସମ୍ପଦ୍ରାୟ ମେଇତି, ନାଗା ଓ କୁକି ରହିଥାନ୍ତି । ନାଗା ଓ କୁକି ସମ୍ପ୍ରଦାୟକୁ ଅନୁସୂଚିତ ଜନଜାତି ମାନ୍ୟତା ମିଳିଥିବା ବେଳେ ମେଇତିଙ୍କୁ ଏପର୍ଯ୍ୟନ୍ତ ଏହି ମାନ୍ୟତା ମିଳିନାହିଁ । କିନ୍ତୁ ମଣିପୁର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ମେଇତି ସମ୍ପ୍ରଦାୟ ଏହି ମାନ୍ୟତା ପାଇଁ ଦାବି ଜୋର କରିଥିଲେ।

ଅନ୍ୟପକ୍ଷରେ ନାଗା ଓ କୁକି ସମ୍ପ୍ରଦାୟ ଏହାକୁ ବିରୋଧ କରୁଛନ୍ତି । ମେଇତି ସମ୍ପ୍ରଦାୟ ମଣିପୁର ମୋଟ ଜନସଂଖ୍ୟାର ପ୍ରାୟ ୫୩ ପ୍ରତିଶତ । ମଣିପୁରରେ ଆଦିବାସୀମାନଙ୍କ ପାଇଁ ସ୍ୱତନ୍ତ୍ର ନିୟମ ରହିଛି । ପାହାଡ଼ିଆ ଅଂଚଳରେ କେବଳ ଆଦିବାସୀମାନେ ବସବାସ କରିପାରିବେ । ମେଇତି ସମ୍ପ୍ରଦାୟକୁ ଏହି ମାନ୍ୟତା ମିଳି ନଥିବାରୁ ସେମାନେ ପାହାଡିଆ ଅଂଚଳ ନୁହେଁ କେବଳ ଘାଟି ଅଂଚଳରେ ରହିପାରିବେ । ତେଣୁ ମେଇତି ସମ୍ପ୍ରଦାୟ ଦୀର୍ଘ ଦିନରୁ ଅନୁସୂଚିତ ଜନଜାତି ମାନ୍ୟତା ପାଇଁ ଦାବି କରି ଆସୁଛନ୍ତି । 

Advertisment

ମଣିପୁରରେ ମେଇତି ଓ କୁକି ସମ୍ପ୍ରଦାୟ ମଧ୍ୟରେ ମେ’ ମାସ ପ୍ରାରମ୍ଭରେ ହିଂସା ଆରମ୍ଭ ହୋଇଥିଲା। ଏଥିରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି। 

Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ