Advertisment

ଟ୍ରେନ୍‌ ଭିତରେ ଯାତ୍ରୀଙ୍କ ଉପରକୁ ଗୁଳିମାଡ଼ କଲେ RPF କନଷ୍ଟେବଲ୍‌, ୪ ମୃତ

ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। RPF କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

ଅଦ୍ୟତନ ହୋଇଛି
RPF Jawan Shoots 4 Dead Inside Jaipur-Mumbai Train

4 dead after Railway Protection Force jawan opens fire on train

Advertisment

ଚଳନ୍ତା ଟ୍ରେନ୍‌ରେ ଗୁଳିମାଡ଼। ଆଜି ସକାଳ ୫ଟାରେ ଜୟପୁର ଏକ୍ସପ୍ରେସ୍‌ ଟ୍ରେନ୍‌( (12956) ଭିତରେ RPF(Railway Protection Force) କନଷ୍ଟେବଲ୍‌ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। ଟ୍ରେନ୍‌ଟି ପାଲଘର ଅତିକ୍ରମ କରିବା ପରେ ଯାତ୍ରୀଙ୍କ ଉପରକୁ କନଷ୍ଟେବଲ ଗୁଳିମାଡ଼ କରିଥିଲେ।

Advertisment

କନଷ୍ଟେବଲଙ୍କ ଗୁଳିମାଡ଼ରେ ୩ ଜଣ ଯାତ୍ରୀ ଓ ଜଣେ RPF ଆସିଷ୍ଟାଣ୍ଟ ସବ୍‌-ଇନ୍ସପେକ୍ଟର (ASI)ଙ୍କ ମୃତ୍ୟୁ ହୋଇଛି। ଫାୟାରିଂ ପରେ କନଷ୍ଟେବଲ ଦହିସର ରେଲ୍‌ୱେ ଷ୍ଟେସନ ନିକଟରେ ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

ଅଭିଯୁକ୍ତ କନଷ୍ଟେବଲଙ୍କୁ ଗିରଫ କରାଯିବା ସହ ବନ୍ଧୁକ ଜବତ କରାଯାଇଥିବା ସୂଚନା ମିଳିଛି। ଉତ୍ତର ଜିଆରପିର ଡିସିପିଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିବା ଆରପିଏଫ୍ ସୂଚନା ଦେଇଛି।

Advertisment
Shooting Firing Indian Railway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ