Advertisment

ଗଞ୍ଜେଇ ପାଇଁ ନିଲମ୍ବିତ ହେଲେ ପୋଲିସ୍‌ ବାବୁ, ସରକାରୀ କ୍ୱାର୍ଟର୍ସରେ ଲୁଚାଇ ଥିଲେ...

ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ। ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍‌କୁ ନିଜ ସରକାରୀ ବାସଭବନରେ ଲୁଚାଇ ରଖିଥିଲେ।

ଅଦ୍ୟତନ ହୋଇଛି
3 Cops Suspended For Allowing Drug Smuggler

3 police personnel suspended for cannabis trading in Odisha’s Boudh

Advertisment

ଗଞ୍ଜେଇ କାରବାର ଅଭିଯୋଗରେ ୩ ପୋଲିସ୍ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ୩ ପୋଲିସ୍ କର୍ମଚାରୀଙ୍କୁ ବୌଦ୍ଧ ଏସ୍‌ପି ନିଲମ୍ବନ କରିଛନ୍ତି। ବଘିଆପଡ଼ା ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ, ୨ କନଷ୍ଟେବଲ ସଞ୍ଜୀବ ପ୍ରଧାନ ଓ କେଶବ ପ୍ରଧାନ ନିଲମ୍ବିତ ହୋଇଛନ୍ତି। ଗଞ୍ଜେଇ ବେପାରୀଙ୍କୁ ଛାଡ଼ିଦେବା ସହ କ୍ୱାର୍ଟର୍ସରେ ଗଞ୍ଜେଇ ରଖିବା ଅଭିଯୋଗରେ ଏହି ୩ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।

Advertisment

ସୂଚନା ଅନୁସାରେ, ଗତ ୧୬ ତାରିଖରେ ବଘିଆପଡା ଫାଣ୍ଡି ଅଞ୍ଚଳ ବେରେଡାବେରୀ ଛକ ନିକଟରୁ ଜଣେ ଯୁବକ ଗଞ୍ଜେଇ ନେଇ ବାଇକରେ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ଅଟକାଇଥିଲେ। ଗାଡ଼ିରୁ ୧୬ କେଜି ଗଞ୍ଜେଇ ଜବତ କରି ଫାଣ୍ଡିକୁ ନେଇଯାଇଥିଲେ। ସେଠାରେ ଗଞ୍ଜେଇ ବେପାରୀଙ୍କ ସହ ଡିଲ୍ ପରେ ବେପାରୀ ଜଣଙ୍କୁ ଛାଡ଼ି ଦେଇଥିଲେ ଫାଣ୍ଡି ଅଧିକାରୀ ସନାତନ ପ୍ରଧାନ। ଏହାପରେ ଗଞ୍ଜେଇ ଏବଂ ଜବତ ବାଇକ୍‌କୁ ନିଜ ସରକାରୀ ବାସଭବନରେ ସେ ଲୁଚାଇ ରଖିଥିଲେ।

ତେବେ ଏନେଇ ବୌଦ୍ଧ ଏସ୍‌ପିଙ୍କ ପାଖରେ ଅଭିଯୋଗ ହୋଇଥିଲା। ପରେ ତଦନ୍ତ ବେଳେ ଫାଣ୍ଡି ଅଧିକାରୀଙ୍କ ସରକାରୀ ବାସଭବନରୁ ଗଞ୍ଜେଇ ସହ ବାଇକ୍ ମଧ୍ୟ ଜବତ ହୋଇଥିଲା। ଏହି କାରବାରରେ ଦୁଇ ଜଣ କନଷ୍ଟେବଲ ମଧ୍ୟ ସାମିଲ ଥିବା ଜଣାପଡ଼ିଥିଲା। ପୂର୍ବରୁ ମଧ୍ୟ ଏହି ଫାଣ୍ଡିରେ ଏଭଳି ଆଉ ଏକ ଅଭିଯୋଗରେ ଜଣେ ଫାଣ୍ଡି ଅଧିକାରୀଙ୍କୁ ବଦଳି କରାଯାଇଥିଲା।  

Advertisment
Drug Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ