Advertisment

ଗୁଲୁଗୁଲାରେ ବିଷ ଦେଇ ୨୦ କୁକୁରକୁ ମାରିଦେଲା ଜଳଖିଆ ଦୋକାନୀ !

ଜଳଖିଆ ଦୋକାନୀର ବର୍ବରକାଣ୍ଡ । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କଲାଣି ୨୦ କୁକୁର । ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଞ୍ଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ପରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

ଅଦ୍ୟତନ ହୋଇଛି
DOG Death

DOG Death

Advertisment

ଚୌଦ୍ୱାର: ଜଳଖିଆ ଦୋକାନୀର ବର୍ବରକାଣ୍ଡ । ଜଳଖିଆ ଦୋକାନୀ ୫ ଦିନରେ ହତ୍ୟା କଲାଣି ୨୦ କୁକୁର । ଶଙ୍କରପୁର ଗାଁରେ କୁକୁରଙ୍କୁ ବିଷ ଦେଇ ହତ୍ୟା ଅଭିଯୋଗ ହୋଇଛି । ଆଜି ସ୍ଥାନୀୟ ଅଞ୍ଚଳରୁ ୧୦ କୁକୁରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧୦ କୁକୁରଙ୍କ ମୃତଦେହ ଉଦ୍ଧାର ପରେ ଥାନାରେ ଲିଖିତ ଅଭିଯୋଗ ମଧ୍ୟ ହୋଇଛି।

Advertisment

ତେବେ ଦୁନିଆରେ ସବୁଠାରୁ ବିଶ୍ୱାସୀ ଯିବ କୁହାଯାଉଥିବା କୁକୁରକୁ ଲୋକ ମାନେ ଅତି ଯତ୍ନର ସହ ଘରେ ପାଳିଥାନ୍ତି କିନ୍ତୁ ବାହାରେ ବୁଲୁଥିବା କୁକୁର ମାନଙ୍କୁ ସୁରକ୍ଷା ଦେବା ଓ ସେମାନଙ୍କ ପାଇଁ ଲକ୍ ଡାଉନରେ କିଭଳି କିଛି ସ୍ୱେଚ୍ଛାସେବୀ ଖାଦ୍ୟ ପ୍ରଦାନ କରୁଥିଲେ ତାହା ଆପଣ ମାନେ ପୂର୍ବରୁ ଦେଖିଥିଲେ। ହେଲେ ଏବେ ଗୋଟିଏ ଗାଁରେ ମାତ୍ର ୩ଦିନ ଭିତରେ ୨୦ଟି କୁକୁରକୁ ଜୀବନରୁ ମାରିବା ଘଟଣାକୁ ନେଇ କିଛି ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଛି। କଟକ ଜିଲ୍ଲା ଟାଙ୍ଗି ଚୌଦ୍ୱାର ବ୍ଲକ ସଙ୍କରପୁର ପଂଚାୟତରୁ ଏପରି ସଙ୍ଗୀନ ମାମଲା ସାମ୍ନାକୁ ଆସିଛି।

Advertisment

ମରି ପଡ଼ିଥିବା କୁକୁର ମାନେ ସେମିତି କାହାର କିଛି କ୍ଷତି କରିନଥିବା ବେଳେ କାହିଁକି ପ୍ରତିଦିନ ଏହି ଅଞ୍ଚଳରେ ୩ ରୁ ୪କୁକୁର ମରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ଗୁରୁତ୍ୱପୂର୍ଣ୍ଣ କଥା ହେଲା କେବଳ ଆଜି ଗୋଟିଏ ଦିନରେ ୧୦ଟି କୁକୁର ମରି ପଡ଼ିଥିବା ଦେଖି ଲୋକମାନେ ଏହାର କାରଣ ଖୋଜିବାରେ ଲାଗିଥିଲେ l ଆଜି ଜଣେ ଜଳଖିଆ ଦୋକାନୀ ନିଜ ଦୋକାରରେ ବୁଲା କୁକୁରଙ୍କର ଉତ୍ପାତକୁ ନେଇ ଏହି ଜଘଣ୍ୟକାଣ୍ଡ ଘଟାଇଥିବା ଜଣାପଡ଼ିଛି। ତେବେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକମାନେ ଏକାଠି ହୋଇ ଏନେଇ ଥାନାରେ ମାମଲା ଦାୟର କରିଛନ୍ତି। ହେଲେ ପୋଲିସ ଏନେଇ କି କାର୍ଯ୍ୟାନୁଷ୍ଠାନ ନେଉଛି ତାହାକୁ ଅପେକ୍ଷା ରହିଛି। ପୂର୍ବରୁ ଭୁବନେଶ୍ୱର ପ୍ରଶାନ୍ତି ବିହାର ଅଂଚଳରୁ ଜୀବ ହତ୍ୟାର ଛାତିଥରା ଦୃଶ୍ୟ ସାମ୍ନାକୁ ଆସିଥିଲା। ଯାହାକୁ ନେଇ ପୋଲିସ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରିଥିଲା।

Dog Death Mystery
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ