Advertisment

ନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକ, ରାତି ଅଧରେ ଚାଲିଲେ ୧୦ କି.ମି.

ନିର୍ଯାତନା ଦେଉଥିଲେ ସେବାଶ୍ରମ ମାଲିକ। ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିଲେ। ଏପରିକି ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା ମଧ୍ୟ କରିବାକୁ ବି କହୁଥିଲେ।

ନିର୍ଯାତନା ସହି ନପାରି ସେବାଶ୍ରମରୁ ଖସି ଆସିଲେ ୨ ନାବାଳକ, ରାତି ଅଧରେ ଚାଲିଲେ ୧୦ କି.ମି.

minor boy

Advertisment

ସୋର: ନିର୍ଯାତନା ଦେଉଥିଲେ ସେବାଶ୍ରମ ମାଲିକ। ଖାଇବାକୁ ଠିକ୍‌ ଭାବେ ଦେଉ ନ ଥିଲେ। ଏପରିକି ଇଟା,ବାଲି ବୋହିବାକୁ ବାଧ୍ୟ କରୁଥିଲେ । କେବଳ ସେତିକି ନୁହେଁ, ବାସନ ମାଜିବାକୁ, ଲୁଗାସଫା ମଧ୍ୟ କରିବାକୁ ବି କହୁଥିଲେ। ଶେଷରେ ନିର୍ଯାତନା ସହି ନ ପାରିବାରୁ ସେଠାରୁ ଖସି ପଳାଇ ଆସିଥିଲେ। ସେବାଶ୍ରମରୁ ଖସି ଆସିଥିବା ୨ ନାବାଳକ ଉଦ୍ଧାର ପରେ ଏଭଳି କିଛି ଅଭିଯୋଗ ଆଣିଛନ୍ତି।

Advertisment

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଗୋପାଳପୁର ବଜାରରୁ ୨ ଜଣ ନାବାଳକଙ୍କୁ ଉଦ୍ଧାର କରାଯାଇଛି l ନାବାଳକ ଦ୍ୱୟ ଖରାସାହାପୁର ପଞ୍ଚାୟତ ଆଳଦା ଗାଁରେ ଥିବା ମଲ୍ଲିକା ସେବାଶ୍ରମରେ ରହୁଥିଲେl ସେଠାରେ ସେମାନଙ୍କୁ ନିର୍ଯାତନା ଦିଆଯିବା ସହିତ ବିଭିନ୍ନ କାମରେ ଲଗାଯାଉଥିଲା ବୋଲି ଅଭିଯୋଗ ହୋଇଛି। ଫଳରେ ଭୟରେ ନାବାଳକ ଦ୍ୱୟ ସେଠାରୁ ଲୁଚି ପଳାଇ ଆସିଥିଲେ। 

ସୂଚନା ଅନୁସାରେ, ରାତି ଅଧରେ ନାବାଳକ ଦ୍ୱୟ ଚାଲି ଚାଲି ୧୦ କି.ମି. ଯାଏ ଯାଇଥିଲେ। ୧୦ କି.ମି. ଯିବା ପରେ ଗୋପାଳପୁର ବଜାରରେ ଥିବା ବଜାର କମିଟି ଓ ଗୋପାଳପୁର ଫାଣ୍ଡିର କର୍ମଚାରୀ ସେମାନଙ୍କୁ ଅଟକାଇ ସବୁକଥା ପଚାରି ଥିଲେ। ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା। ସେମାନଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡ଼ିଛି। ଜଣକଙ୍କ ଘର ରାଉଳିଆ ଗାଁରେ ଓ ଅନ୍ୟ ଜଣକ ଘର କପ୍ତିପଦା ଗାଁରେ। ଘଟଣାକୁ ନେଇ ସ୍ଥାନୀୟ ଲୋକେ ଚାଇଲ୍ଡ ଲାଇନକୁ ସୂଚନା ଦେଇଛନ୍ତି।

Advertisment

ମଲ୍ଲିକା ସେବାଶ୍ରମରେ ପ୍ରାୟ ୨୫ ଜଣ ପିଲା ରୁହନ୍ତି। ଗତ ରାତିରେ ସମସ୍ତେ ଶୋଇପଡ଼ିବା ପରେ ଏହି ୨ ନାବାଳକ ସେଠାରୁ ଖସି ଆସିଥିଲେ। ସେମାନେ ପ୍ରାୟ ୧୦ କି.ମି. ଚାଲି ଚାଲି  ଗୋପାଳପୁର ବଜାରରେ ପହଞ୍ଚିଥିଲେ ।

Advertisment
Odisha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ