Advertisment

ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ ଟଙ୍କା, ଗାଏବ ହୋଇଗଲା ୨ଟି ବ୍ୟାଗ୍

ବସରୁ ଚୋରି ହୋଇଗଲା ୧୭ କିଲୋ ରୁପା ଆଉ ୫ ଲକ୍ଷ । ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ । ୨ ମିନିଟରେ ଗାଏବ ହୋଇଗଲା ୨ଟି ବ୍ୟାଗ୍ ।

ଅଦ୍ୟତନ ହୋଇଛି
 Looted From Bus

Looted From Bus

Advertisment

ବସରୁ ଦୁଇ ମିନିଟ୍ ପାଇଁ ତଳକୁ ଓହ୍ଲାଇଲେ, ଆଉ ଏତିକି ଭିତରେ ଗାଏବ ହୋଇଗଲା ରୁପା ଆଉ ଟଙ୍କା। ଖଲ୍ଲିକୋଟ ଭେଜିପୁଟ ଛକରେ ବ୍ରହ୍ମପୁରରୁ କୋଲକାତା ଯାଉଥିବା ଏକ ବସରୁ ଚୋରି ହୋଇଛି ୧୭ କିଲୋ ଫାଇନ୍ ରୁପା ସହ ପ୍ରାୟ ୫ ଲକ୍ଷ ଟଙ୍କା। କୋଲକାତାର ରୂପା ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ବ୍ୟବସାୟ ସାରି କୋଲକାତା ଫେରିବା ବେଳେ ରାସ୍ତାରେ ଏହି ଚୋରି ହୋଇଥିବା ଅଭିଯୋଗ ହୋଇଛି।

Advertisment

ବ୍ୟବସାୟୀ ମିଥୁନ ମଣ୍ଡଳ ବ୍ରହ୍ମପୁରରୁ ଖମ୍ବେଶ୍ୱରୀ ନାମକ ଏକ ଘରୋଇ ବସ ଯୋଗେ କୋଲକାତା ଫେରୁଥିଲେ। ତେବେ ଯାତ୍ରୀଙ୍କ ଜଳଖିଆ ପାଇଁ ଖଲ୍ଲିକୋଟ ଥାନା ୧୬ ନମ୍ୱର ଜାତୀୟ ରାଜପଥ ଥିବା ଭେଜିପୁଟ ଫାଣ୍ଡି ନିକଟରେ ବସଟି ଅଟକିଥିଲା। ସେତିକି ବେଳେ ମିଥୁନ୍ ନିଜ ସ୍ଲିପର ସିଟରେ ଫାଇନ୍ ରୂପା ଥିବା ଓ ଟଙ୍କା ଥିବା ଦୁଇଟି ବ୍ୟାଗ୍ ରଖି ଚା’ ପିଇବାକୁ ଓହ୍ଲାଇଥିଲେ। ସେହି ସମୟରେ କାରରେ ୪ ଜଣ ଚୋର ଆସି ବ୍ୟାଗ ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ କରୁଛି ।...

Bus Stolen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ