Advertisment

ଛି ଛି ! ଶେଷରେ ଏତେ ତଳକୁ ଖସିଗଲେ ଏହି ଦମ୍ପତି; ନାବାଳିକାଙ୍କୁ ପିଟିଲେ, ଡଷ୍ଟବିନ୍‌ରୁ ଖାଇବାକୁ ବାଧ୍ୟ କଲେ...

ଜଣେ ୧୩ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗୁରୁଗ୍ରାମର ଦମ୍ପତି ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଗତ କିଛି ମାସ ଧରି ନାବାଳିକାଙ୍କୁ ସେମାନେ ନିର୍ଯାତନା ଦେଇ ଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ଅଦ୍ୟତନ ହୋଇଛି
13-Year-Old Minor Brutally Thrashed, Tortured By Couple In Gurugram

13-Year-Old Minor Brutally Thrashed, Tortured By Couple In Gurugram

Advertisment

ଶିଶୁ ଶ୍ରମିକ ଚାଲାଣ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଅର୍ଥ ଅଭାବରୁ ଯେଉଁମାନେ ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି, ସେମାନଙ୍କୁ କିଭଳି ଭାବେ ଉପଯୁକ୍ତ ଶିକ୍ଷା ଓ ସେମାନଙ୍କର ଦେଖାଶୁଣା କରାଯାଇ ପାରିବ ଏଦିଗରେ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ହେଲେ କେଉଁଠି ନା କେଉଁଠି ଏହା ଫେଲ୍‌ ମାରୁଥିବା ଦେଖିବାକୁ ମିଳିଛି। ଏବେବି ହୋଟେଲ୍‌ ହେଉ କି କାହା ଘରେ କାମ କରି ଦୁଇ ପଇସା ରୋଜଗାର କରି ନିଜ ପେଟକୁ ଦାନା ମୁଠାଏ ଦେବା ସହ ପରିବାର ପ୍ରତିପୋଷଣ କରୁଛନ୍ତି କିଛି ଶିଶୁ ଶ୍ରମିକ। ହେଲେ ଏହାର ଫାଇଦା ଉଠାଉଛନ୍ତି ସେମାନଙ୍କର ମାଲିକ। କେତେବେଳେ ଖାଇବାକୁ ଠିକ୍‌ ଭାବେ ଦେଉ ନାହାନ୍ତି ତ ଆଉ କେତେବେଳେ ଟଙ୍କା ଦେଉ ନାହାନ୍ତି। ଏପରିକି କଅଁଳ ଶିଶୁଙ୍କୁ ନିର୍ଯାତନା ଦେବାକୁ ମଧ୍ୟ ସେମାନେ ପଛାଉ ନାହାନ୍ତି। ଯାହାର ଏକ ଜ୍ୱଳନ୍ତ ଉଦାହାରଣ ଗୁରୁଗ୍ରାମରେ ଦେଖିବାକୁ ମିଳିଛି। ଜଣେ ୧୩ ବର୍ଷୀୟା ଘରୋଇ ସହାୟିକାଙ୍କୁ ଗୁରୁଗ୍ରାମର ଦମ୍ପତି ନିର୍ଯାତନା ଦେଇଥିବା ଘଟଣା ସାମ୍ନାକୁ ଆସିଛି। ଗତ କିଛି ମାସ ଧରି ନାବାଳିକାଙ୍କୁ ସେମାନେ ନିର୍ଯାତନା ଦେଇ ଆସୁଥିଲେ। ତେବେ ଗତକାଲି ସନ୍ଧ୍ୟାରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

Advertisment

ନିର୍ଯାତନାର ଶିକାର ହୋଇଥିବା ଝାଡ଼ଖଣ୍ଡର ସମ୍ପୃକ୍ତ ନାବାଳିକାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ତେବେ ତାଙ୍କୁ ଯୌନ ନିର୍ଯାତନା ଦିଆଯାଇଛି କି ନାହିଁ ସେସମ୍ପର୍କରେ ଡାକ୍ତର ମେଡିକାଲ୍‌ ପରୀକ୍ଷା କରୁଛନ୍ତି। ଅଭିଯୋଗ ଅନୁସାରେ, ନାବାଳିକାଙ୍କୁ ଗରମ ଚିମୁଟା ଓ ରଡ୍‌ରେ ଦମ୍ପତି ମାଡ଼ ମାରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ନାବାଳିକା ଜଣକ ଠିକ୍‌ ଭାବେ କାମ କରୁନଥିବା ଓ ଖାଦ୍ୟ ଚୋରି କରୁଥିବା ଅଭିଯୋଗରେ ସ୍ୱାମୀ-ସ୍ତ୍ରୀ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେମାନେ ନାବାଳିକାଙ୍କୁ ଖାଇବାକୁ ମଧ୍ୟ ଦେଉନଥିଲେ। ଡଷ୍ଟବିନରୁ ଖାଦ୍ୟ ନେଇ ଖାଇବାକୁ ବାଧ୍ୟ କରୁଥିଲେ। ଫଳରେ ନାବାଳିକା ଜଣକ ଡଷ୍ଟବିନ୍‌ରେ ପଡ଼ିଥିବା ବଳକା ଖାଦ୍ୟକୁ ଖାଉଥିଲେ।

ଏସମ୍ପର୍କରେ ଗୁରୁଗ୍ରାମର ଏକ ଏନ୍‌ଜିଓ ଅଭିଯୋଗ କରିବା ପରେ ପୋଲିସ୍‌ ଉକ୍ତ ନବାଳିକାଙ୍କୁ ଉଦ୍ଧାର କରିଛି। କିଭଳି ଭାବେ ଦମ୍ପତି, ନାବାଳିକାଙ୍କୁ ନିର୍ଯାତନା ଦେଉଥିଲେ ତା’ର ଫଟୋ ସାମାଜିକ କର୍ମୀ ଦୀପିକା ନାରାୟଣ ଭରଦ୍ୱାଜ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି। ଏଥିରେ ନାବାଳିକାଙ୍କ ମଥା, ଓଠ, ମୁହଁ ଓ ହାତର ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଚିହ୍ନ ଥିବା ଦେଖିବାକୁ ମିଳିଛି। କିଛି ମାସ ପୂର୍ବେ ଦମ୍ପତି ଏକ ପ୍ଲେସମେଣ୍ଟ ଏଜେନ୍ସି ଜରିଆରେ ନାବାଳିକାଙ୍କୁ ଘରକୁ ଆଣିଥିଲେ। ନିଜ ୩ ମାସ ଶିଶୁର ଦେଖାଶୁଣା ପାଇଁ ଦମ୍ପତି ନାବାଳିକାଙ୍କୁ ଘରକୁ ଆଣିଥିଲେ। ହେଲେ ନାବାଳିକାଙ୍କ ପ୍ରତି ଦମ୍ପତିଙ୍କ ନିର୍ଯାତନା ଧୀରେ ଧୀରେ ବଢ଼ିବାକୁ ଲାଗିଥିଲା।

Advertisment

ପୋଲିସ୍‌ ସମ୍ପୃକ୍ତ ଦମ୍ପତିଙ୍କୁ ଗିରଫ ସହ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୋସିଆଲ୍‌ ମିଡିଆରେ ନାବାଳିକାଙ୍କ ଫଟୋ ଭାଇରାଲ୍‌ ପରେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି ହୋଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ