Advertisment

Question Paper Leak: ମହଙ୍ଗା ପଡ଼ିଲା ପ୍ରଶ୍ନ ପତ୍ର ଲିକ୍ ; ୧୦ ଛାତ୍ର ସହ ୨ଜଣଙ୍କୁ ବାନ୍ଧିଲା ପୁଲିସ

ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ଅଛି, ଏହି ଚେର କେତେ ଯାଏଁ ଲମ୍ବିଛି ତାହାର ତଦନ୍ତ କରୁଛି ପୋଲିସ।

ଅଦ୍ୟତନ ହୋଇଛି
Arrested

Arrested

Advertisment

ପ୍ରଶ୍ନପତ୍ର ଲିକ୍ କରିବା ପଡ଼ିଲା ମହଙ୍ଗା। ୧୨ ଜଣଙ୍କୁ ବାନ୍ଧିଲା ପୁଲିସ। ଗିରଫ ଅଭିଯୁକ୍ତ ମଧ୍ୟରେ ୧୦ ଜଣ ଛାତ୍ର ଥିବାବେଳେ ଜଣେ କମ୍ପୁଟର ଦୋକାନୀ ଓ ଜଣେ ମହାବିଦ୍ୟାଳୟ କିରାଣୀ ଥିବା ଜଣାଯାଇଛି। ଏପରି ଘଟଣା ଘଟିଛି ବରଗଡ଼ ଜିଲ୍ଲାରେ।

Advertisment

ଗତକାଲି ବରଗଡ଼ ଜିଲ୍ଲା ବରପାଲି ମହାବିଦ୍ୟାଳୟରେ ଯୁକ୍ତ ତିନିର ତୃତୀୟ ସେମିଷ୍ଟାର ପରୀକ୍ଷା ଚାଲିଥିଲା। ଏହି ସମୟରେ ସ୍କ୍ବାଡ୍ ଚେକିଂ ପାଇଁ ଆସିଥିଲେ। ଚେକିଂ ବେଳେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଜଣାପଡ଼ିଥିଲା।

ଏନେଇ ତୁରନ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ସୂଚନା ଦେଇଥିଲେ ସ୍କ୍ବାଡ୍। ତୁରନ୍ତ ଅଧ୍ୟକ୍ଷା ପରୀକ୍ଷା ହଲ୍‌କୁ ଆସି ତଦାରଖ କରିବା ପରେ କିଛି ଛାତ୍ର ଧରା ପଡ଼ିଥିଲେ।  ଏନେଇ ପ୍ରଶ୍ନପତ୍ର ଲିକକୁ ନେଇ ବରପାଲି ମହାବିଦ୍ୟାଳୟର ଅଧ୍ୟକ୍ଷା ସୁଶ୍ରୀ ଜୟନ୍ତୀ ଦାଶ ଥାନାରେ ଏତଲା ଦେଇଥିଲେ।

Advertisment

ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୧୦ ଜଣ ଛାତ୍ରଙ୍କ ସହ ଜଣେ କମ୍ପୁଟର ଦୋକାନୀ ଓ ଜଣେ କିରାଣୀଙ୍କୁ ଗିରଫ କରିଥିଲା ପୋଲିସ।

ପୋଲିସ ସମସ୍ତ ଅଭିଯୁକ୍ତଙ୍କୁ କେସ ନଂ ୨୯/୨୫.ଆଇପିସି ୩୧୮(୪)୬୧୨,୬୬ ଆଇ ଟି ଆର (୯) ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସଂପୃକ୍ତ ଅଛି, ଏହି ଚେର କେତେ ଯାଏଁ ଲମ୍ବିଛି ତାହାର ତଦନ୍ତ କରୁଛି ପୋଲିସ।

Advertisment

ଅଧିକ ପଢ଼ନ୍ତୁ: ୩ ଟମାଟୋରେ ୩୦ ଘଣ୍ଟା; ଭଙ୍ଗା କୋଠା ତଳୁ ଉଦ୍ଧାର ହେଲା ପରିବାର

Odisha News Arrest Baragarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ