ଡାକୁଥିଲା ପାଖକୁ , ଫସାଉଥିଲା ପ୍ରେମରେ; ପରେ ସମ୍ପତ୍ତି ନେଇ ମାରୁଥିଲା ଚମ୍ପଟ...

ଫସାଉଥିଲେ, ବିବାହ କରୁଥିଲେ, ପରେ ଟଙ୍କା ପଇସା ସୁନା ରୂପା ଧରି ଚମ୍ପଟ ମାରୁଥିଲେ । ଏପରି ସାଙ୍ଘାତିକ ଅଭିଯୋଗ ଆସିଛି ଉତ୍ତର ପ୍ରଦେଶରୁ । ନିଜର ଅନେକ ନାମ ଧରି ବୁଲୁଥିଲେ । ଭଲ ଘରର ପୁଅଙ୍କୁ ଫସାଇ ବିବାହ କରୁଥିଲେ । ପରେ ସମସ୍ତ ସମ୍ପତ୍ତି ନେଇ ଫେରାର ହୋଇ ଯାଉଥିଲେ ।

Lootera dulhan

ଏମିତି ଜଣେ ମହିଳାଙ୍କ କବଜାରୁ ପୋଲିସ ମଧ୍ୟ ବାଦ ପଡ଼ି ନଥିବା ଜଣାପଡ଼ିଛି । ଉତ୍ତର ପ୍ରଦେଶ ଫଜଲଗଜରେ କାର୍ଯ୍ୟରତ କନେଷ୍ଟବଳ ଜିତେନ୍ଦ୍ର ଗୌତମଙ୍କୁ ମହିଳା ଜଣକ ୧୦ ଲକ୍ଷ ଟଙ୍କାର ଚୂନା ଲଗାଇ ଦେଇଛନ୍ତି ।  ଗୌତମଙ୍କ ବୟାନ ଅନୁସାରେ ୨୦୧୬ରେ ସୋସିଆଲ ମିଡିଆ ଦ୍ବାରା ସେ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ବିବାହ ପୂର୍ବରୁ ଗାଡ଼ି କିଣିବା ନେଇ ସେ ପ୍ରଥମେ ୬.୨୧ ଲକ୍ଷ ଟଙ୍କା ନେଇଥିଲେ ବୋଲି କହିଥିଲେ । କିନ୍ତୁ ସେ ଗାଡ଼ି କେବେ ତାଙ୍କୁ ଦେଖାଇ ନଥିଲେ ବୋଲି ଅଭିଯୋଗ କରିଛନ୍ତି କନେଷ୍ଟବଳ ।

ଅନ୍ୟପଟେ ବିବାହର କିଛିଦିନ ପରେ ଅନ୍ୟ ପୁରୁଷଙ୍କ ସହ ତାଙ୍କର ସମ୍ବନ୍ଧ ଥିବା ଜାଣିବାକୁ ପାଇଥିଲେ ଗୌତମ । କେବଳ ଏତିକି ନୁହେଁ, ମହିଳା ଜଣକ ଝାନ୍ସୀର ବ୍ରିଜେନ୍ଦ୍ରଙ୍କୁ ମଧ୍ୟ ବିବାହ କରିଥିଲେ ଓ ସେମାନଙ୍କର ଦୁଇ ସନ୍ତାନ ଅଛନ୍ତି ବୋଲି ପରେ ଖବର ପାଇଥିଲେ ।

ତେବେ ଗୌତମଙ୍କ FIR କୁ ଆଧାର କରି ପୋଲିସ ତଦନ୍ତ ଚଳାଇଛି ।