ଅଙ୍ଗନବାଡ଼ି ଦିଦିଙ୍କ କୁବେର ଭଳି ସମ୍ପତ୍ତି

ଅଙ୍ଗନବାଡ଼ି ଦିଦିଙ୍କର ସମ୍ପତ୍ତି ୪ କୋଟି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍ କରିଥିଲା

'Crorepati' Anganwadi Worker

News Summary

ଦିଦି ଏତେ ଟଙ୍କା ଆଣିଲେ କେଉଁଠୁ?

ଘର ସହ ମିଳିଲା ଅନେକ ପ୍ଲଟ୍‌

ଭୁବନେଶ୍ୱର: ଅଙ୍ଗନବାଡ଼ି ଦିଦିଙ୍କର ସମ୍ପତ୍ତି ୪ କୋଟି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍ କରିଥିଲା । ରେଡ ବେଳେ ୪ ମହଲା କୋଠା ରହ ୪ ମହଲା ବିଲ୍ଡିଂ ମିଳିଛି ତାଙ୍କର। ଭୁବନେଶ୍ୱର କେଶୁରାରେ ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଛି।

ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଏକ ସିଙ୍ଗଲ ଷ୍ଟୋରେଜ୍ କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ ହୋଇଛି। କେବଳ ଭୁବନେଶ୍ୱରରେ ରହିଛି ୧୦ଟି ପ୍ଲଟ୍ ଏଥିସହ ଜଗତସିଂହପୁରରୁ ୩ଟି ଏବଂ ବାଲିଅନ୍ତାରୁ ଗୋଟିଏ ପ୍ଲଟ୍ ଠାବ ହୋଇଛି। ସେହିପରି ୨ ଲକ୍ଷ ୨୦ ହଜାର ଟଙ୍କାର ଇନସ୍ୟୁରାନ୍ସ ମିଳିଛି। ଏହାବ୍ୟତୀତ ୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ମିଳିଥିବାବେଳେ ଏତେ ସମ୍ପତ୍ତି ଆଣିଲେ କେଉଁଠୁ, ତାକୁ ନେଇ ବର୍ତ୍ତମାନ ଖୋଳତାଡ଼ ଜାରି ରଖିଛି ଭିଜିଲାନ୍ସ।