Advertisment

Tomato Dreams Squashed: କମିଲା ଟମାଟୋ ଭାଉ; ୨୦୦ରୁ ୩ ଟଙ୍କାରେ ପହଞ୍ଚିଲା !

ଯେଉଁମାନେ ଟମାଟୋକୁ ନେଇ କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ ତାହା ଏବେ ଭାଙ୍ଗିଯାଇଛି। ଅଧିକ ଅମଳ ଯୋଗୁଁ ଟମାଟୋ ଭାଉ କମିଛି। ୨୦୦ ଟଙ୍କାରୁ ୩ ଟଙ୍କାରେ ପହଞ୍ଚିଛି।

ଅଦ୍ୟତନ ହୋଇଛି
Tomato dumped on roads as price drops to Rs 3/kg

Tomato dumped on roads as price drops to Rs 3/kg

Advertisment

ଯେଉଁମାନେ ଟମାଟୋକୁ ନେଇ କୋଟିପତି ହେବାର ସ୍ୱପ୍ନ ଦେଖୁଥିଲେ ତାହା ଏବେ ଭାଙ୍ଗିଯାଇଛି। ଅଧିକ ଅମଳ ଯୋଗୁଁ ଟମାଟୋ ଭାଉ କମିଛି। ୨୦୦ ଟଙ୍କାରୁ ୩ ଟଙ୍କାରେ ପହଞ୍ଚିଛି। ଆନ୍ଧ୍ର ପ୍ରଦେଶର ନନ୍ଦ୍ୟାଲ ଜିଲ୍ଲାର ପାଥିକୋଣ୍ଡା ଏବଂ ପିୟାପିଲିର ପ୍ରମୁଖ ବଜାରରେ ଟମାଟୋ କିଲୋ ୩ ଟଙ୍କାକୁ ଖସି ଆସିଥିବାରୁ କୁର୍ନୁଲ ଏବଂ ନନ୍ଦ୍ୟାଲର ଚାଷୀମାନେ ଚିନ୍ତାରେ ପଡିଛନ୍ତି। ପିୟାପିଲି, ଧୁନେ ଏବଂ ପାଥିକୋଣ୍ଡାରେ କିଛି ଚାଷୀ ପରିବା ବଜାର ନିକଟ ଜାତୀୟ ରାଜପଥ-୪୪ରେ ଗାଈ ଗୋରୁ ଖାଇବା ପାଇଁ ଟମାଟୋ ଫିଙ୍ଗି ଦେଇଛନ୍ତି। ଏହାରି ଭିତରେ ଆଉ କିଛି ଚାଷୀ ଫସଲ ଅମଳ କରି ନାହାନ୍ତି।

Advertisment

ଗତ ଦୁଇ ମାସରେ ଯେତେବେଳେ ମଦନପଲ୍ଲେ ବଜାରରେ ଟମାଟୋ କିଲୋଗ୍ରାମ ପିଛା ୧୭୦ ଟଙ୍କା ଏବଂ ଖୁଚୁରା ବଜାରରେ କିଲୋଗ୍ରାମ ପିଛା ୨୦୦ଟଙ୍କାରେ ବିକ୍ରି ହେଉଥିଲା, ଏଥିରୁ ଚାଷୀମାନେ ବିପୁଳ ଲାଭ ପାଇଛନ୍ତି। ଅନେକ ଲୋକ କୋଟିପତି ମଧ୍ୟ ହୋଇଛନ୍ତି। ଏମିତି ମଧ୍ୟ ଦେଖାଦେଇଥିଲା ଯେ ଟମାଟୋକୁ କଡ଼ା ସିକ୍ୟୁରିଟି ମଧ୍ୟରେ ରଖାଗଲା।

ତେବେ ବର୍ତ୍ତମାନ କୁର୍ନୁଲ ଜିଲ୍ଲାରେ ଫସଲ ଅମଳ ହୋଇନଥିବା ବେଳେ ଅନ୍ତପୁରରୁ ମାଲ୍ ଆସିବା ମାତ୍ରେ ପନିପରିବାର ମୂଲ୍ୟ ହ୍ରାସ ହେବାକୁ ଲାଗିଲା।

Advertisment

ରାଜ୍ୟର ସର୍ବବୃହତ ପାଥିକୋଣ୍ଡା ମାର୍କେଟ ୟାର୍ଡରେ ଅଗଷ୍ଟ ୨୫ ରେ ପ୍ରଥମ ଟମାଟୋ ଅମଳ ହୋଇଥିଲା। ପ୍ରଥମେ ଏହା କିଲୋଗ୍ରାମ ପିଛା ୧୫ ଟଙ୍କା ଥିଲା। ସର୍ବାଧିକ ମୂଲ୍ୟ କିଲୋଗ୍ରାମ ପିଛା ୩୦ ଟଙ୍କା ଏବଂ ସବୁଠାରୁ କମ୍ ୨୦ ଟଙ୍କାରେ ବିକ୍ରି ହେଉଥିଲା। କିନ୍ତୁ ପରବର୍ତ୍ତୀ କିଛି ଦିନ ମଧ୍ୟରେ ଅମଳ ବୃଦ୍ଧି ହେତୁ, ମୂଲ୍ୟରେ ହ୍ରାସ ଦେଖାଦେଇଛି।

ପାଥିକୋଣ୍ଡା ମାର୍କେଟ୍ ୟାର୍ଡ ସଚିବ ଶ୍ରୀନିବାସୁଲୁ କହିଛନ୍ତି ଯେ ଗୁରୁବାର ଦିନ ସେମାନେ ପ୍ରାୟ ୮୦୦ କ୍ୱିଣ୍ଟାଲ ଟମାଟୋ ପାଇଛନ୍ତି, ଯାହାର ମୂଲ୍ୟ ଗୁଣବତ୍ତା ଉପରେ ନିର୍ଭର କରି କ୍ୱିଣ୍ଟାଲ ପିଛା ୧୨୦୦ ରୁ ୬୦୦ ଟଙ୍କା ହେବ। ସବୁଠାରୁ କୌତୁହଳର ବିଷୟ ଯେ ସେ କହିଛନ୍ତି, ବୁଧବାର ସର୍ବନିମ୍ନ ମୂଲ୍ୟ କ୍ୱିଣ୍ଟାଲ ପିଛା ୯୦୦ ଟଙ୍କା ଥିବାବେଳେ ୨୪ ଘଣ୍ଟା ମଧ୍ୟରେ କିଲୋଗ୍ରାମ ପିଛା ୩ ଟଙ୍କାକୁ ଖସି ଆସିଛି।

Advertisment

ସ୍ଥାନୀୟ ବଜାରରେ ଅଧିକ ଅମଳ ହେତୁ କର୍ଣ୍ଣାଟକ, ତେଲେଙ୍ଗାନା, ତାମିଲନାଡୁ, ଓଡ଼ିଶା, ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରକୁ ରପ୍ତାନି ମଧ୍ୟ ପ୍ରଭାବିତ ହୋଇଛି। ଜଣେ ଚାଷୀ କହିଛନ୍ତି, “ଭଡାକରି ମାଲ୍‌କୁ ଗାଡିରେ ବଜାରକୁ ନେବା ପରେ, ଆମେ କିଲୋଗ୍ରାମ ପିଛା ୬ ଟଙ୍କାରୁ କମ୍ ପାଉଛୁ। ଆମେ ସେଗୁଡ଼ିକୁ ଫେରାଇ ନେଇପାରିବୁ ନା ଏତେ କମ୍ ମୂଲ୍ୟରେ ବିକ୍ରି କରିପାରିବୁ। ତେଣୁ ଆମେ ରାସ୍ତାରେ ଟମାଟୋ ଫୋପାଡି ଦେଉଛୁ।”

ଚଳିତ ବର୍ଷ ଟମାଟୋ ୬,୫୦୦ ହେକ୍ଟର ଜମିରେ ଚାଷ କରାଯାଇଛି ଏବଂ ପ୍ରତ୍ୟେକ ଚାଷୀ ଏକର ପିଛା ୩୦,୦୦୦ ଟଙ୍କା ବିନିଯୋଗ କରିଛନ୍ତି।

ପାଥିକୋଣ୍ଡା ଗଦ୍ଦେରଲ୍ଲା ଚାଷୀ ଲକ୍ଷ୍ମୀ ନବୀନ ଗୁପ୍ତା ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଏହା ପ୍ରଥମ ଘଟଣା ନୁହେଁ ଯେ ଚାଷୀମାନେ ଏଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସେ କହିଛନ୍ତି ଯେ ଅନେକ ଅଭିଯୋଗ ସତ୍ତ୍ୱେ ସରକାର ସେମାନଙ୍କୁ ସାହାଯ୍ୟ କରୁନାହାଁନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ