Advertisment

Riches To Rags : ଝିଅ ବାହାଘରରେ ଖର୍ଚ୍ଚ କରିଥିଲେ ୫୫୦ କୋଟି, ଏବେ ଦାଣ୍ଡର ଭିକାରୀ

କଥାରେ ଅଛି କାଲି ଯେ ରାଜେନ୍ଦାସନେ ଆଜି ସେ ଫକୀର। ଏହି ଲୋକବାଣୀକୁ ଯଥାର୍ଥ ପ୍ରମାଣିତ କରିଛନ୍ତି ଭାରତୀୟ ଶିଳ୍ପପତି ପ୍ରମୋଦ ମିତ୍ତଲ। ଏକଦା ନିଜ ଝିଅ ବାହାଘରରେ ୫୫୦ କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ରହିଥିବା ପ୍ରମୋଦ ବର୍ତ୍ତମାନ ଦେବାଳିଆ ହୋଇ ଯାଇଛନ୍ତି।

ଅଦ୍ୟତନ ହୋଇଛି
Pramod mittal

Pramod mittal

Advertisment

କଥାରେ ଅଛି କାଲି ଯେ ରାଜେନ୍ଦ୍ରସନେ ଆଜି ସେ ଫକୀର। ଏହି ଲୋକବାଣୀକୁ ଯଥାର୍ଥ ପ୍ରମାଣିତ କରିଛନ୍ତି ଭାରତୀୟ ଶିଳ୍ପପତି ପ୍ରମୋଦ ମିତ୍ତଲ। ଏକଦା ନିଜ ଝିଅ ବାହାଘରରେ ୫୫୦ କୋଟି ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ରହିଥିବା ପ୍ରମୋଦ ବର୍ତ୍ତମାନ ଦେବାଳିଆ ହୋଇ ଯାଇଛନ୍ତି। ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ମାତ୍ର ୪୫ ପାଉଣ୍ଡ ବା ୪୫୦୦ ଟଙ୍କା ବୋଲି ସେ ସତ୍ୟପାଠ ଦାଖଲ କରିଛନ୍ତି। ପ୍ରମୋଦ ଏକଦା ବିଶ୍ବର ଧନୀ ଲୋକଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ ଆଜି ଦାଣ୍ଡର ଭିକାରୀ ହୋଇ ଯାଇଛନ୍ତି।

Advertisment

ଜଣାଶୁଣା ଶିଳ୍ପପତ୍ତି ଲକ୍ଷ୍ମୀ ମିତ୍ତଲଙ୍କ ଭାଇ ପ୍ରମୋଦଙ୍କୁ ଲଣ୍ଡନର ଏକ କୋର୍ଟ ୨୦୨୦ରେ ଦେବାଳିଆ ଘୋଷଣା କରିଥିଲେ। ୨.୫ ମିଲିୟନ ଡଲାର ସମ୍ପତ୍ତିର ମାଲିକ ପ୍ରମୋଦଙ୍କ ନିକଟରେ ମାତ୍ର ୪୫ ପାଉଣ୍ଡର ଅର୍ଥ ‍ବଳକା ରହିଛି। ଦେବାଳିଆ ହେବା ପରେ ଦୈନନ୍ଦିନ ଖର୍ଚ୍ଚ ଉଠାଇବାକୁ ପ୍ରମୋଦ ପରିବାର ଲୋକଙ୍କ ଉପରେ ନିର୍ଭର କରନ୍ତି। ପୂର୍ବରୁ ମିତ୍ତଲ ଇଣ୍ଡଷ୍ଟ୍ରିଜ ରହିଥିବା ଜେଏସଡବ୍ଲ୍ୟୁର ଚେୟାରମ୍ୟାନ ରହିଥିବା ପ୍ରମୋଦ ନିଜ ବିଳାଶପୂର୍ଣ୍ଣ ଜୀବନଶୈଳୀ ପାଇଁ ପ୍ରସିଦ୍ଧ।

ଅଧିକ ପଢ଼ନ୍ତୁ: ବିମାନରେ ମିଳିବ ୱାଇ ଫାଇ ସୁବିଧା, ଏହି ୫ ଜିନିଷ ମିସ୍ କରିବେ ଯାତ୍ରୀ

Advertisment

୨୦୧୩ରେ ନିଜ ଝିଅ ବୃଷ୍ଟିର ବିବାହରେ ୫୫୦ କୋଟି ଟଙ୍କା ଖର୍ଚ୍ଚ କରିଥିଲେ ପ୍ରମୋଦ। ଏହା ସେ ସମୟରେ ଦେଶର ଅନ୍ୟତମ ମହଙ୍ଗା ବିବାହ ଥିଲା। ତେବେ ଗୋଟିଏ ଭୁଲ ନିଷ୍ପତ୍ତି ତାଙ୍କ ଜୀବନର ଗତିପଥ ବଦଳାଇ ଦେଇଥିଲା। ପ୍ରମୋଦ ବୋସନିଆର କମ୍ପାନୀ ଜିକିଲ ପାଇଁ ଦେବାଳିଆ ହୋଇ ଯାଇଥିଲେ। ଜିକିଲ ୪୫ ହଜାର କୋଟିର ଋଣ ନେଇଥିବା ବେଳେ ପ୍ରମୋଦ ଗ୍ୟାରେଣ୍ଟର ରହିଥିଲେ। ଜିକିଲ ଋଣ ନ ଶୁଝିବା କାରଣରୁ ପ୍ରମୋଦଙ୍କୁ ଏହାର ଭରଣା କରିବାକୁ ପଡିଥିଲା। ପ୍ରମୋଦ ଓ ଜିକିଲର ଅନ୍ୟ ୨ ଜଣ ଅଧିକାରୀଙ୍କୁ ଠକେଇ ଅଭିଯୋଗରେ ୨୦୧୯ରେ ଜେଲ ମଧ୍ୟ ଯିବାକୁ ପଡିଥିଲା। ପ୍ରମୋଦଙ୍କ ସମୁଦାୟ ସମ୍ପତ୍ତିର ମୂଲ୍ୟ ୨୪୦୦୦ କୋଟି ହୋଇଥିବା ବେଳେ ସବୁ କିଛି ଋଣ ଶୁଝିବାରେ ସରି ଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ପ୍ରମୋଦ ମିତ୍ତଲଙ୍କ ଭାଇ ଲକ୍ଷ୍ମୀ ମିତ୍ତଲ ବିଶ୍ବର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଫୋର୍ବ୍ସ ତାଲିକା ଅନୁଯାୟୀ ତାଙ୍କର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୫.୫ ଅରବ ଡଲାର। ଶିଳ୍ପ ପତି ମାନେ କାହିଁକି ଭୁଲ ନିଷ୍ପତ୍ତି ନ ନେବା ଉଚିତ ଏହାର ଏକ ମୁଖ୍ୟ ଉଦାହରଣ ହେଉଛି ପ୍ରମୋଦ ମିତ୍ତଲଙ୍କ ଜୀବନି।

ଅଧିକ ପଢ଼ନ୍ତୁ: ବୃଦ୍ଧି ପାଉଛି ଗୋଲ୍ଡ ଲୋନ୍ ସଂଖ୍ୟା; ଜାଲିଆତି ଆଶଙ୍କା କଲା RBI

Business Insolvency And Bankruptcy Code
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ