Advertisment

ଭାରତରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ ଲୁଲୁ ଗ୍ରୁପ୍‌, ଖୋଲିବ ଡେଷ୍ଟିନେସନ୍‌ ସପିଂ ମଲ୍‌...

ଲୁଲୁ ଗ୍ରୁପ୍‌ ଭାରତରେ ୧୦ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ନିବେଶ ସହ ଦେଶରେ ଅନେକ ଡେଷ୍ଟିନେସନ୍‌ ସପିଂ ମଲ୍‌ ଖୋଲିବ ବୋଲି ସୂଚନା ମିଳିଛି। ଫଳରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ।

ଅଦ୍ୟତନ ହୋଇଛି
Lulu mall group will invest rs 10000 cr in india

Lulu mall group will invest rs 10000 cr in india

Advertisment

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଥିବା ‘ଲୁଲୁ ମଲ୍‌(Lulu Mall)’ ନାଁ ହୁଏତ ଆପଣ ଶୁଣିଥିବେ, ଯାହାକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିଲା। ପୁଣି ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ନିର୍ମାଣକାରୀ ଦେଶ ୟୁଏଇର ଲୁଲୁ ଗ୍ରୁପ୍‌ ଭାରତରେ ୧୦ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ନିବେଶ ସହ ଦେଶରେ ଅନେକ ଡେଷ୍ଟିନେସନ୍‌ ସପିଂ ମଲ୍‌ ଖୋଲିବ ବୋଲି ସୂଚନା ମିଳିଛି। ଫଳରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ।

Advertisment

ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ତଥା ଲୁଲୁ ଗ୍ରୁପ୍‌ର ଚେୟାରମ୍ୟାନ୍‌ ୟୁସୁଫ ଅଲ୍ଲୀ ସୋମବାର ନିଜ କମ୍ପାନୀର ଫ୍ୟୁଚର୍‌ ପ୍ଲାନ୍‌ ସମ୍ପର୍କରେ କହିଛନ୍ତି। ସେ କହିଛନ୍ତି, ପୂର୍ବରୁ ଲୁଲୁ ଗ୍ରୁପ୍‌ ଭାରତରେ ୨୦ ହଜାର କୋଟି ଟଙ୍କା ନିବେଶ କରିସାରିଛି। ଏହାଦ୍ୱାରା ଦେଶରେ ୨୨ ହଜାରରୁ ଅଧିକ ଲୋକଙ୍କୁ ଚାକିରି ମିଳିଛି। 

ସାରା ଦେଶରେ ଖୋଲିବ ଡେଷ୍ଟିନେସନ୍‌ ସପିଂ ମଲ୍‌...

ଲୁଲୁ ଗ୍ରୁପ୍‌ ଚେୟାରମ୍ୟାନ୍‌ ୟୁସୁଫ ଅଲ୍ଲୀଙ୍କ କହିବା ଅନୁସାରେ, ଭାରତରେ ବିଭିନ୍ନ ସହରରେ ଡେଷ୍ଟିନେସନ୍‌ ସପିଂ ମଲ୍‌ ଖୋଲିବା ପାଇଁ କମ୍ପାନୀ ୩ ହଜାର କୋଟି ଟଙ୍କା ନିବେଶ କରିବ। ତେଲେଙ୍ଗାନା ଶିଳ୍ପ ମନ୍ତ୍ରୀ କେ. ଟି.ରାମା ରାଓଙ୍କ ଉପସ୍ଥିତିରେ ୟୁସୁଫ ରାଜ୍ୟରେ ୩ ହଜାର ୫୦୦ କୋଟି ଟଙ୍କା ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଏଥିରେ ରାଜ୍ୟରେ ୩୦୦ କୋଟି ଟଙ୍କା ବ୍ୟୟର ଏକ ଡେଷ୍ଟିନେସନ୍ ମଲ୍ ମଧ୍ୟ ଅନ୍ତର୍ଭୁକ୍ତ। 

Advertisment

ଡେଷ୍ଟିନେସନ୍‌ ସପିଂ ମଲ୍‌ କ’ଣ ?

ଡେଷ୍ଟିନେସନ୍‌ ଶପ୍‌, ଷ୍ଟୋର କିମ୍ବା ମଲ୍‌ ହେଉଛି ଏମିତି ଏକ ସ୍ଥାନ ଯେଉଁଠି ଲୋକମାନେ ସପିଂ କରିପାରିବେ। କାରଣ ଏଭଳି ଷ୍ଟୋର କିମ୍ବା ମଲ୍‌ରେ ଲୋକମାନଙ୍କୁ ସ୍ପେଶାଲ ଡିସ୍‌କାଉଣ୍ଟ ମିଳିଥାଏ। ଖାଲ ଏତିକି ନୁହେଁ ସାଙ୍ଗସାଥୀ ହେଉ କିମ୍ବା ପରିବାର ଲୋକଙ୍କ ସହ ଖୁସି ମୁହୂର୍ତ୍ତ ବିତାଇବା ପାଇଁ ଏହା ଏକ ଭଲ ପରିବେଶ ମଧ୍ୟ। ଡେଷ୍ଟିନେସନ୍‌ ଷ୍ଟୋର କହିଲେ ଆପଣ ଡିକ୍ୟାଥଲନ୍‌ କିମ୍ବା ଆଇକିଆ ଷ୍ଟୋର ଭାବି ପାରିବେ। 

କ’ଣ ରହିଛି ଲୁଲୁ ଗ୍ରୁପ୍‌ର ଫ୍ୟୁଚର ପ୍ଲାନ୍‌ ? 

ଲୁଲୁ ଗ୍ରୁପ୍‌ର କହିବା ଅନୁସାରେ, ପୂର୍ବରୁ କମ୍ପାନୀ ଭାରତରେ ସପିଂ ମଲ୍‌, ହୋଟେଲ ଓ ଫୁଡ୍‌ ପ୍ରୋସେସିଂ ୟୁନିଟସ୍‌ କ୍ଷେତ୍ରରେ ୨୦ ହଜାର କୋଟି ଟଙ୍କା ନିବେଶ କରିସାରିଛି। ଏବେ କମ୍ପାନୀ ଏହାକୁ ଆହୁରି ବଢ଼ାଇବାକୁ ଯୋଜନା କରିଛି। କମ୍ପାନୀ ପକ୍ଷରୁ ଅହମଦାବାଦରେ ଏକ ମଲ୍‌ର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଚେନ୍ନାଇରେ ଆଉ ଏକ ମଲ୍‌ ଖୋଲିବା ପାଇଁ ପ୍ରସ୍ତୁତି ଚାଲିଛି। 

Advertisment

ଲୁଲୁ ଗ୍ରୁପ୍ ଆସନ୍ତା ୩ ବର୍ଷ ମଧ୍ୟରେ ୧୦ ହଜାର କୋଟି ଟଙ୍କା ନିବେଶ କରିବ। ଏଥିରେ ନୋଏଡାରେ ଏକ ନୂଆ ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ସାମିଲ ଅଛି। ସେହିପରି ତେଲେଙ୍ଗାନାରେ ମଧ୍ୟ ଏକ ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ନିର୍ମାଣ କରାଯିବ। ଖାଲି ଏତିକି ନୁହେଁ ଲୁଲୁ ଗ୍ରୁପ୍‌ ପକ୍ଷରୁ ହାଇଦ୍ରାବାଦରେ ବିମାନବନ୍ଦର ନିକଟରେ ଏକ ଏଗ୍ରିକଲ୍‌ଚର୍‌ ସୋର୍ସିଂ ଓ ଲଜିଷ୍ଟିକ୍‌ ହବ୍‌ ବିକଶିତ କରାଯିବ। ଏହାବ୍ୟତୀତ ଲୁଲୁ ଗ୍ରୁପ୍ ଅହମଦାବାଦ, ଶ୍ରୀନଗର, ଗ୍ରେଟର ନୋଏଡା ଓ ବାରାଣସୀରେ ଫୁଡ୍‌ ପ୍ରୋସେସିଂ ୟୁନିଟ୍‌ ଓ ରିଟେଲ ପ୍ରୋଜେକ୍ଟରେ ନିବେଶ କରିବ। ଏଭଳି ଭାବେ ଭାରତରେ ୫୦ ହଜାର ଲୋକଙ୍କୁ ଚାକିରି ମିଳିବ ବୋଲି କମ୍ପାନୀ ଆକଳନ କରିଛି। 

Shopping Mall
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ