onion
କିଲୋ ୨ଟଙ୍କାରେ ମିଳୁଛି ପିଆଜ।ହଁ ଆଜ୍ଞା, ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ କଥାଟା ସତ। ଏହି ଘଟଣାଟି ୍ଆମ ଓଡ଼ିଶାରେ ନୁହେଁ। ପିଆଜର ଅଭାବୀ ବିକ୍ରୀ କର୍ଣ୍ଣାଟକରେ ଦେଖିବାକୁ ମିଳିଛି। ଫଳରେ ଜଣେ ଚାଷୀ ରାସ୍ତା ଉପରେ ପିଆଜ ଢ଼ାଳି ତା’ ଉପରେ ଶୋଇ ପ୍ରତିବାଦ କରିଛନ୍ତି।
ଅଧିକ ପଢ଼ନ୍ତୁ: କଡ଼ ଲେଉଟାଇଲା କି କରୋନାର ନୂଆ ଲହର ? ଦିନକରେ ୨ ଜଣଙ୍କ ମୃତ୍ୟୁକୁ ନେଇ ବଢିଲା ଟେନସନ୍...
ପିଆଜ ବିକ୍ରି କରିବା ପାଇଁ ଚାଷୀମାନେ କୁଇଣ୍ଟାଉ କୁଇଣ୍ଟାଲ ପିଆଜ ଧରି କର୍ଣ୍ଣାଟକର ବାସବନବାଗେୱାଡିରେ ପହଞ୍ଚିଥିଲେ। ଭାବିଥିଲେ ଭଲ ଦରରେ ପିଆଜ ବିକ୍ରି ହେବ। ଦୁଇ ପଇସା ଲାଭ ପାଇବେ। ହେଲେ ସେମାନଙ୍କ ଆଶା ମଉଳି ଯାଇଥିଲା। ପିଆଜ ଦର ଶୁଣି ଉଡ଼ିଯାଇଥିଲା ହୋସ।
ଚାଷୀଙ୍କର ମୁଣ୍ଡ କିଛି କାମ ଦେଇ ନଥିଲା। କୁଇଣ୍ଟାଲ ପିଛା ପିଆଜ ୨୦୦ ଟଙ୍କାରେ ବିକ୍ରି ହେବା ବୋଲି ଜାଣିବାକୁ ପାଇଥିଲେ। ଏନେଇ ଚାଷୀମାନେ ପ୍ରତିବାଦ କରିଥିଲେ। ଜଣେ ଚାଷୀ ବିକ୍ରି କରିବାକୁ ଆଣିଥିବା ପିଆଜକୁ ରାସ୍ତା ଉପରେ ଢାଳି ଦେଇଥିଲେ। ତା’ ଉପରେ ଶୋଇ ପ୍ରତିବାଦ କରିଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି।
ଉଲ୍ଲେଖଯୋଗ୍ୟ, କର୍ଣ୍ଣାଟରେ ଅଧିକାଂଶ ଚାଷୀ ପିଆଜ ଚାଷ କରିଥାନ୍ତି। ଏହାକୁ ବିକ୍ରି କରି ପରିବାର ପୋଷଣ କରିଥାନ୍ତି। ହେଲେ ବଜାରରେ ପିଆଜର ଦର ହ୍ରାସ ପାଇଥିବା ଯୋଗୁ ନିରାଶ ହୋଇପଡ଼ିଛନ୍ତି ଚାଷୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/onion_1749020388.jpg)