Jio AirFiber To Launch On Ganesh Chaturthi
ସେପ୍ଟମ୍ବର ୧୯ ତାରିଖ ଅର୍ଥାତ୍ ଗଣେଶ ପୂଜା ଦିନ ଜିଓ ଏୟାରଫାଇବର ଲଞ୍ଚ୍ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି। 5G ନେଟ୍ୱର୍କ ଓ ଉନ୍ନତ wireless ପ୍ରଯୁକ୍ତିକୁ ବ୍ୟବହାର କରି ଜିଓ ଏୟାରଫାଇବର ଘରେ ଓ କାର୍ଯ୍ୟାଳୟରେ wireless ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନ କରିବ।
ଜିଓ ଏୟାରଫାଇବର ଲଞ୍ଚ୍ ଅବସରରେ ମୁକେଶ ଅମ୍ବାନି କହିଛନ୍ତି, ‘୨୦ କୋଟି ଘରେ ଓ କାର୍ଯ୍ୟାଳୟରେ ଜିଓ ଏୟାରଫାଇବର ପହଞ୍ଚାଇବା ଲାଗି ଯୋଜନା କରାଯାଇଛି। ଫଳରେ ଜିଓ ଏୟାରଫାଇବର ଆସିବା ପରେ ପ୍ରତିଦିନ ଜିଓ ୧.୫ ଲକ୍ଷ ନୂଆ ଗ୍ରାହକ ଯୋଡ଼ିପାରିବ। ଅପ୍ଟିକାଲ୍ ଫାଇବର୍ରେ ଗ୍ରାହକମାନେ ମାସିକ ହାରାହାରି ୨୮୦ ଜିବିରୁ ଅଧିକ ଡାଟା ଉପଯୋଗ କରୁଛନ୍ତି ଯାହା ଜିଓର ଗ୍ରାହକ ପିଛା ମୋବାଇଲ୍ ଡାଟା ବ୍ୟବହାରଠାରୁ ୧୦ ଗୁଣା ଅଧିକ।
ଜିଓ ଏୟାରଫାଇବର ସହ ଜିଓ ଟ୍ରୁ-୫ଜି ଡେଭଲପର ପ୍ଲାଟଫର୍ମ ଓ ଜିଓ ଟ୍ରୁ-୫ଜି ଲ୍ୟାବ୍ର ମଧ୍ୟ ଶୁଭାରମ୍ଭ ସମ୍ପର୍କରେ ଘୋଷଣା ହୋଇଛି। ଏନେଇ ଆକାଶ ଅମ୍ବାନି କହିଛନ୍ତି ଯେ, ଆମେ ଏଭଳି ଏକ ପ୍ଲାଟଫର୍ମ ତିଆରି କରୁଛୁ ଯାହା ଉଦ୍ୟୋଗୀ, କ୍ଷୁଦ୍ର ବ୍ୟବସାୟ ଓ ଷ୍ଟାର୍ଟଅପ୍ଗୁଡ଼ିକର ଡିଜିଟାଲ୍ ଦୁନିଆ ସହ ସମ୍ପର୍କ ମାଧ୍ୟମକୁ ବଦଳାଇଦେବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1693299790.jpg)