Finance Minister Nirmala Sitharaman
ଦଶହରା ପୂର୍ବରୁ ସମଗ୍ର ଦେଶବାସୀଙ୍କୁ ବଡ଼ ଭେଟି ଦେଇଛନ୍ତି ମୋଦି ସରକାର। ଜିଏସଟିରେ ବଡ଼ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ | ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର | ଏହି ନୂତନ ସ୍ଲାବ ଆସନ୍ତା ୨୨ ତାରିଖରୁ ଲାଗୁ ହେବ |
ଗତକାଲଇ ଅନୁଷ୍ଠିତ ଜିଏସଟି ପରିଷଦର ୫୬ତମ ବୈଠକରେ ବହୁତ ବଡ଼ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଏସଟି ସ୍ଲାବକୁ ହ୍ରାସ କରି କେବଳ ଦୁଇଟି କରାଯାଇଛି। ଏବେ ସାରାଦେଶରେ କେବଳ ୫ ଓ ୧୮ ପ୍ରତିଶତ ସ୍ଲାବ୍ ଲାଗୁ ହେବ | ୧୨ ଓ ୨୮ ପ୍ରତିଶତ ସ୍ଲାବକୁ ବନ୍ଦ କରିଛନ୍ତି କେନ୍ଦ୍ର ସରକାର | ଏହି ନୂତନ ସ୍ଲାବ ଆସନ୍ତା ୨୨ ତାରିଖରୁ ଲାଗୁ ହେବ |
ବୈଠକ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ସାଧାରଣ ଲୋକଙ୍କୁ ଧ୍ୟାନରେ ରଖି ଏହି ସଂସ୍କାର କରାଯାଇଛି। ସାଧାରଣ ଲୋକଙ୍କ ଦୈନନ୍ଦିନ ବ୍ୟବହାର ସାମଗ୍ରୀ ଉପରେ ଲାଗୁ ହୋଇଥିବା ପ୍ରତ୍ୟେକ ଟିକସର ସମୀକ୍ଷା କରାଯାଇଛି ଏବଂ ଅଧିକାଂଶ କ୍ଷେତ୍ରରେ ହାରକୁ ବ୍ୟାପକ ଭାବରେ ହ୍ରାସ କରାଯାଇଛି। ଏଥିରେ ଚାଷୀ ଏବଂ କୃଷି କ୍ଷେତ୍ର ସହିତ ସ୍ୱାସ୍ଥ୍ୟ କ୍ଷେତ୍ର ମଧ୍ୟ ଉପକୃତ ହେବେ। ଦୈନନ୍ଦିନ ବ୍ୟବହାର ହେଉଥିବା ଅନେକ ଜିନିଷରେ GST ହ୍ରାସ କରାଯାଇଛି, ଯାହା ସାଧାରଣ ଲୋକଙ୍କ ପାଇଁ ଏକ ବଡ଼ ଉପହାର ହେବ।
ଅନ୍ୟପକ୍ଷରେ, ବିଳାସମୟ ଏବଂ କ୍ଷତିକାରକ ଦ୍ରବ୍ୟ ଉପରେ ଟିକସ ବୃଦ୍ଧି କରାଯାଇଛି। ଛେନା, ପନିର, କ୍ଷୀର ପାଉଡର ଏବଂ ସମସ୍ତ ବ୍ୟକ୍ତିଗତ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ ଉପରୁ GST ହଟାଇ ଦିଆଯାଇଛି। ଏହା ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବ। ନୁଡୁଲ୍ସ, ନମକିନ, ମିନେରାଲ ୱାଟର, ହେୟାର ଅଏଲ, ସାମ୍ପୋ, ଟୁଥପେଷ୍ଟ, ଟୁଥବ୍ରସ, ବଟର, ଘିଅ, ଚିନି, ଚକୋଲେଟ, କୋକୋଆ ଚକୋଲେଟ, ପାସ୍ତା, କର୍ଣ୍ଣ ଫ୍ଲେକ୍ସ, ଜାମ, ଫଳ ରସ, ନଡ଼ିଆ ପାଣି ଏବଂ ଅନ୍ୟାନ୍ୟ ଦୈନନ୍ଦିନ ଖାଦ୍ୟ ସାମଗ୍ରୀ ଉପରେ GST ୧୮% କିମ୍ବା ୧୨%ରୁ ହ୍ରାସ ପାଇ ୫% ହେବ। ଏହା ସାଧାରଣ ଗ୍ରାହକଙ୍କ ପାଇଁ ଖାଦ୍ୟ ସାମଗ୍ରୀକୁ ଶସ୍ତା କରିବ।
ଟିଭି, ଏୟାର କଣ୍ଡିସନର, ଛୋଟ ଗାଡ଼ି , ମୋଟରସାଇକେଲ, ଟ୍ରାକ୍ଟର, ଅଟୋ ପାର୍ଟ୍ସ ଏବଂ ସିମେଣ୍ଟ ଉପରେ GST ୨୮%ରୁ ହ୍ରାସ ପାଇ ୧୮% ହେବ। ଏହା ଗ୍ରାହକ ଇଲେକ୍ଟ୍ରୋନିକ୍ସ ଏବଂ ଅଟୋମୋବାଇଲ ସେକ୍ଟରକୁ ବଡ଼ ଉତ୍ସାହ ଦେବ। ତମାଖୁ, ପାନମସଲା, ସିଗାରେଟ, ଅନଲାଇନ ଗେମିଂ, ଏବଂ ୫୦ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବିଳାସମୟ ଗାଡ଼ି ଉପରେ ୪୦% GST ଲାଗୁ ହେବ। ତମାଖୁ ଜାତୀୟ ଦ୍ରବ୍ୟ ଏବଂ ଚିନି ଯୁକ୍ତ ଏରେଟେଡ୍ ପାନୀୟ ଉପରେ ମଧ୍ୟ ଏହି ଦର ଲାଗୁ ହେବ।
୩୩ଟି ଜୀବନରକ୍ଷାକାରୀ ଔଷଧ, ଯେପରିକି କର୍କଟ ଔଷଧ, ଏବଂ ଚମଡ଼ା ଓ ଗ୍ରାନାଇଟ ଉପରେ GST ୧୨%ରୁ ୫%କୁ ହ୍ରାସ କରାଯାଇଛି।ମାଟି ଅମଳ ଯନ୍ତ୍ର, ଖାଦ୍ୟ ଯନ୍ତ୍ର, କମ୍ପୋଷ୍ଟିଂ ଯନ୍ତ୍ର, ବାୟୋ-ପେଷ୍ଟିସାଇଡ୍ ଏବଂ ହସ୍ତଶିଳ୍ପ ଉପରେ GST ୧୨%ରୁ ୫%କୁ ହ୍ରାସ ପାଇଛି।
ନୂଆ ୪୦ ପ୍ରତିଶତ ସ୍ଲାବ୍ କୁ ହାନିକାରକ ଓ ଅତି ବିଳାସପୂର୍ଣ୍ଣ ସାମଗ୍ରୀ ପାଇଁ ଲାଗୁ କରାଯାଇଛି। ସେହି ଜିନିଷଗୁଡ଼ିକ ହେଉଛି ପାନ ମସଲା, ସିଗାରେଟ୍ , ଗୁଟ୍ ଖା, ତମାଖୁ ଦ୍ରବ୍ୟ, ଜର୍ଦା, ଚିନି ବ୍ୟବହୃତ ହୋଇଥିବା ପାନୀୟ, କାର୍ବୋନେଟେଡ୍ ପାନୀୟ, ଫଳ ପାନୀୟ, ମଧ୍ୟମ ଧରଣର ଓ ବୃହତ୍ ଆକାରର କାର୍ ଏବଂ ୩୫୦ ସିସିରୁ ଅଧିକ ଇଞ୍ଜିନ କ୍ଷମତାର ମୋଟରସାଇକଲ୍ , ବ୍ୟକ୍ତିଗତ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ବିମାନ, ହେଲିକପ୍ଟର।
ବୈଠକରେ ଜିଏସ୍ ଟି ପ୍ରକ୍ରିୟା ସମ୍ପର୍କିତ କେତେକ ସଂସ୍କାରକୁ ମଧ୍ୟ ଅନୁମୋଦନ କରାଯାଇଛି। ସ୍ବଳ୍ପ ମୂଲ୍ୟର ରପ୍ତାନି ପାଇଁ ଜିଏସ୍ ଟି ରିଫଣ୍ଡ୍ ର ବ୍ୟବସ୍ଥା କରାଯାଇଛି। କ୍ଷୁଦ୍ର ଶିଳ୍ପ ଏବଂ କମ୍ ବିପଦ ଥିବା ବ୍ୟବସାୟ ପାଇଁ ଜିଏସ୍ ଟି ପଞ୍ଜୀକରଣ ସ୍କିମ୍ ର ସରଳୀକରଣ କରାଯାଇଛି। ଏହା ଦ୍ବାରା ୯୬ ପ୍ରତିଶତ ନୂଆ ଆବେଦନକାରୀ ଉପକୃତ ହେବେ।
ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ କହିଛନ୍ତି ଯେ ଜିଏସ୍ ଟି ପରିଷଦ ବୈଠକରେ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସବୁ ରାଜ୍ୟ ସାମିଲ ହୋଇଥିଲେ। ଏକମତ ହୋଇ ସମସ୍ତେ ଜିଏସ୍ ଟି ସଂସ୍କାର ପଦକ୍ଷେପଗୁଡ଼ିକୁ ସମର୍ଥନ କରିଥିଲେ। ସେଥିପାଇଁ ସେ ସବୁ ରାଜ୍ୟ ଓ ସଦସ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଜିଏସ୍ ଟି ପରିଷଦରେ ଦୁଇଥାକିଆ ଜିଏସ୍ ଟି ଢାଞ୍ଚାକୁ ନେଇ ହୋଇଥିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ବାଗତ କରିଛନ୍ତି। ସେ କହିଛନ୍ତି ଯେ ଜିଏସ୍ ଟିରେ ପରବର୍ତ୍ତୀ ସଂସ୍କାର ଆଣିବା ସମ୍ପର୍କିତ ଆଭିମୁଖ୍ୟ ବିଷୟରେ ସ୍ବାଧୀନତା ଦିବସ ଅଭିଭାଷଣରେ କହିଥିଲି। ମୁଁ ଅତ୍ୟନ୍ତ ଆନନ୍ଦିତ ଯେ କେନ୍ଦ୍ର ସରକାର ଓ ରାଜ୍ୟମାନଙ୍କୁ ନେଇ ଗଠିତ ଜିଏସ୍ ଟି ପରିଷଦ ମିଳିତ ସହମତିରେ କେନ୍ଦ୍ର ସରକାର ଦେଇଥିବା ଜିଏସ୍ ଟି ହାର କମ୍ କରିବା ଏବଂ ସଂସ୍କାର ପ୍ରସ୍ତାବଗୁଡ଼ିକୁ ଅନୁମୋଦନ ପ୍ରଦାନ କରିଛନ୍ତି।
ଏହା ଦ୍ବାରା ସାଧାରଣ ଜନତା, ଚାଷୀ, ଏମ୍ଏସ୍ ଏମ୍ଇ, ମଧ୍ୟବିତ୍ତ ବର୍ଗ, ମହିଳା ଓ ଯୁବପିଢ଼ି ଉପକୃତ ହେବେ। ଏହି ବ୍ୟାପକ ସଂସ୍କାର ଆମ ନାଗରିକଙ୍କ ଜୀବନକୁ ଆହୁରି ଉନ୍ନତ କରିବ ଏବଂ ସମସ୍ତଙ୍କ ପାଇଁ, ବିଶେଷକରି କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟବସାୟ ପାଇଁ ସହଜ ବ୍ୟବସାୟ ସୁନିଶ୍ଚିତ କରିବ ବୋଲି ସେ କହିଛନ୍ତି। ଗତ ସ୍ବାଧିନତା ଦିବସ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜିଏସଟିରେ ସଂସ୍କାର ଆଣିବା ନେଇ କହିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1756954657.jpg)