Gold, silver prices update: Check the revised rates in Bhubaneswar and Cuttack
କମିଲା ସୁନା ଦର । ଗତ ଦୁଇ ଦିନ ହେବ ସୁନା ଦର ବୃଦ୍ଧି ପାଇଥିବାବେଳେ ଆଜି ସୁନା ଦରରେ ସାମାନ୍ୟ ହ୍ରାସ ଘଟିଛି । ଆଜି ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ମୂଲ୍ୟ ପିଛା ୫୨ ହଜାର ୭୦୦ ଟଙ୍କାରେ କାରବାର ହେଉଛି । ସେହିପରି ରାଜଧାନୀ ଭୁବନେଶ୍ୱରରେ ୨୩ କ୍ୟାରେଟ୍ର(ଜିଏଷ୍ଟି) ୧୦ ଗ୍ରାମ୍ ସୁନାର ମୂଲ୍ୟ ୫୦ ହଜାର ୮୦୦ ଟଙ୍କା ମୂଲ୍ୟରେ କାରବାର ହେଉଛି ।
ଏହାସହ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପିଛା ୪୯, ୭୦୦ ଥିବାବେଳେ ୨୦, ୧୮ ଓ ୧୪ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୪୪, ୯୦୦ ଟଙ୍କା, ୪୦, ୭୦୦ ଟଙ୍କା ଓ ୩୨, ୩୦୦ ଟଙ୍କା ରହିଛି । ଏହାସହ ସୁନା କଏନ୍ର ମୂଲ୍ୟ ୪୧,୦୦୦ ଟଙ୍କାରେ ପହଞ୍ଚିଛି ।
କଟରେ ମଧ୍ୟ ସୁନା ଦରରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୁନା ଗ୍ରାମ ପିଛା ୫,୨୬୦ (ଜିଏସଟି ୯୯୫) ଟଙ୍କା ହୋଇଥିବାବେଳେ ୫,୨୨୦(କ୍ୟାସ ୯୯୫) ଟଙ୍କା ରହିଛି ।
ସେହିପରି ଗତକାଲିର ରୂପା ମୂଲ୍ୟ ଅପେକ୍ଷା ଆଜି ଦରରେ ୮୦୦ ଟଙ୍କା ହ୍ରାସ ପାଇଛି । ଯାହା ପରେ ଶୁଦ୍ଧ ରୂପା କିଲୋ ପିଛା ୬୪,୧୦୦ ଟଙ୍କାରେ କାରବାର ହେଉଛି ।
ତେବେ ଯଦି ଆପଣ ସୁନାର ଶୁଦ୍ଧତା ଚେକ୍ କରିବାକୁ ଚାହୁଁଛନ୍ତି, ତା’ହେଲେ ଆପଣ ‘BIS Care app’ରେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରାଯିବା ସହ ଏହା ସହ ଜଡ଼ିତ କୌଣସି ଜିନିଷକୁ ନେଇ ଅଭିଯୋଗ ମଧ୍ୟ କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us