Advertisment

ରାମଲାଲା ପ୍ରାଣ ପ୍ରତିଷ୍ଠା କରିଥିବା ମୁଖ୍ୟ ପୂଜକଙ୍କ ପରଲୋକ

ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ।

Chief Priest

Chief Priest

Advertisment

ଅଯୋଧ୍ୟାରେ ରାମ ଲାଲା ପ୍ରାଣ ପ୍ରତିଷ୍ଠା ବେଳେ ମୁଖ୍ୟ ପୂଜକ ଥିବା ପଣ୍ଡିତ ଲକ୍ଷ୍ମୀକାନ୍ତ ମଥୁରାନାଥ ଦୀକ୍ଷିତଙ୍କ ପରଲୋକ। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ୧୨୧ ବ୍ରାହ୍ମଣଙ୍କ ମଧ୍ୟରୁ ସେ ଥିଲେ ମୁଖ୍ୟ ପୁରୋଧା। ତାଙ୍କ ମୃତ୍ୟୁକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକପ୍ରକାଶ କରିଛନ୍ତି। କାଶିରେ ସେ ଜଣେ ବିଜ୍ଞ ବ୍ୟକ୍ତିତ୍ୱ ଥିଲେ ବୋଲି ଉଲ୍ଲେଖ କରିଛନ୍ତି ଆଦିତ୍ୟନାଥ।

Advertisment

ଜାନୁଆରୀ ୨୨ରେ ରାମ ମନ୍ଦିରରେ ଆୟୋଜିତ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହୋଇଥିଲେ। ବାରାଣସୀର ବରିଷ୍ଠ ପୂଜକ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ମହାରାଷ୍ଟ୍ରର ସୋଲାପୁରରେ ଜନ୍ମ ଗ୍ରହଣ କରିଥିଲେ। ତେବେ ତାଙ୍କ ପରିବାରର ଅନେକ ପିଢ଼ି ବାରାଣସୀରେ ହିଁ ରହି ଆସୁଛନ୍ତି।

ଆଜି ତାଙ୍କ ବିୟୋଗରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି। ସେ ଏକ୍ସ ଜରିଆରେ କହିଛନ୍ତି, “ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ କାଶୀର ମହାନ ପଣ୍ଡିଜ ଓ ଶ୍ରୀ ରାମ ଜନ୍ମଭୂମି ପ୍ରାଣ ପ୍ରତିଷ୍ଠାର ମୁଖ୍ୟ ପୂଜକ ଥିଲେ। ତାଙ୍କ ପରଲୋକ ଧାର୍ମିକ ଓ ଶିକ୍ଷିତ ବିଶ୍ୱର ଅପୂରଣୀୟ କ୍ଷତି।

Advertisment

ସଂସ୍କୃତ ଭାଷା ଓ ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ସେବା ପାଇଁ ସେ ସବୁବେଳେ ମନେ ରହିବେ। ମୁଁ ତାଙ୍କ ଅମର ଆତ୍ମାର ସଦଗତି କାମ କମନା କରୁଛି। ଏପରି ଏକ ଶୋକ ସମୟରେ ତାଙ୍କ ଅନୁଗାମୀମାନଙ୍କୁ ଭଗବାନ ଶ୍ରୀ ରାମ ଶକ୍ତି ପ୍ରଦାନ କରନ୍ତୁ।”

Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ