ଅତୀତରେ ଘଟିଥିବା ବଡ଼ ରେଳ ଦୁର୍ଘଟଣା: ଯେଉଁଠି ଲୌହ ଦାନବ ନେଇଛି ଅନେକ ଜୀବନ

ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି।  ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।

Train Accidents In India

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦୁଇଟି ସୁପର୍‌ ଫାଷ୍ଟ ଓ ଗୋଟିଏ ମାଲ୍‌ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ହାୱଡାରୁ ଚେନ୍ନାଇ ଯାଉଥିବା କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ ବାଲେଶ୍ୱର ଜିଲ୍ଲା ବାହନଗା ନିକଟରେ ପ୍ରଥମେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୂର୍ବରୁ ଛିଡ଼ା ହୋଇଥିବା ଏକ ମାଲ୍‌ଗାଡ଼ିକୁ ଧକ୍କା ଦେଇ ଓଲଟି ପଡ଼ିଥିଲା କରମଣ୍ଡଳ।

ଏପରିକି ମାଲ୍‌ଗାଡ଼ି ଉପରକୁ ଚଢ଼ି ଯାଇଛି କରମଣ୍ଡଳ । ଏହି ଟ୍ରେନ୍‌ର କିଛି ବଗି ଆର ଟ୍ରାକ୍‌ ଉପରେ ପଡ଼ିଥଲା। କିଛି ସମୟ ପରେ ସେହି ରୁଟ୍‌ରେ ଆସିଥିଲା ଯଶୱନ୍ତପୁର ହାୱାଡ଼ା ଟ୍ରେନ୍‌। ଏହି ଟ୍ରେନ୍ ଓଲଟି ପଡ଼ିଥିବା କରମଣ୍ଡଳ ଏକସପ୍ରେସ୍‌ର ବଗିକୁ ଧକ୍କା ଦେଇଥିଲା। ଏହାପୂର୍ବରୁ ମଧ୍ୟ ଦେଶରେ ବଡ଼ ବଡ଼ ରେଳ ଦୁର୍ଘଟଣା ଘଟିଛି। ଏଥିରେ ଅନେକଙ୍କ ଜୀବନ ଚାଲି ଯାଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ।

ଜାଣନ୍ତୁ, ଭାରତର ବଡ଼ ରେଳ ଦୁର୍ଘଟଣା...