Today Gold Price Increase Photograph: (OTV)
ପୁଣି ବେଲଗାମ୍ ସୁନା ଦର । ଦେଢ଼ ଲକ୍ଷ ମୁହାଁ ୨୨ କ୍ୟାରେଟ୍ ଗୋଲ୍ଡ । ୨୪ କ୍ୟାରେଟ୍ ସୁନା ବି ଲକ୍ଷେ ୫୫ ହଜାର ପାର୍ । ଭାଲେଣ୍ଟାଇନରେ ଉପର ମୁହାଁ ସୁନା ଗ୍ରାଫ୍ । ଲଗାତର ସୁନା ରୁପା ଦର ବଢ଼ିବା କମିବା ଭିତରେ ଆଜି ପୁଣି ବଢ଼ିଛି ସୁନା ଦର ।
୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ଆଜି ଲକ୍ଷେ ୫୭ ହଜାର ୭୫୦ ଟଙ୍କା ରହିଛି । ଗତକାଲି ଲକ୍ଷେ ୫୫ ହଜାର ୭୮୦ ଟଙ୍କା ରହିଥିବାବେଳେ ଆଜି ଗୋଟିଏ ଦିନରେ ୨୪ କ୍ୟାରେଟ୍ ସୁନା ଦର ୧୯ଶହ ୭୦ ଟଙ୍କା ବୃଦ୍ଧି ପାଇଛି ।
ସେହିପରି ୨୨ କ୍ୟାରେଟ୍ ସୁନା ଦର ଆଜି ୧୮ ଶହ ଟଙ୍କା ବଢ଼ି ୧୦ ଗ୍ରାମ ପିଛା ଲକ୍ଷେ ୪୨ ହଜାର ୮୦୦ ଟଙ୍କାରେ ପହଞ୍ଚିଛି । ଗତକାଲି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ଲକ୍ଷେ ୪୨ ହଜାର ୮୦୦ ଟଙ୍କା ରହିଥିଲା ।
ଖାଲି ମାୋର୍କଟରେ ୨୨ କି ୨୪ କ୍ୟାରେଟ୍ ସୁନା ଦର ନୁହେଁ ୧୮ କ୍ୟାରେଟ୍ ସୁନା ଓ ରୁପା ଦର ବି ଆଜି ବୃଦ୍ଧି ପାଇଛି । ୧୮ କ୍ୟାରେଟ୍ ସୁନା ମଧ୍ୟ ୧୦ ଗ୍ରାମ ପିଛା ୧୪ ଶହ ୭୦ ଟଙ୍କା ବଢ଼ିଛି । ଗତକାଲି ୧୮ କ୍ୟାରେଟ୍ ସୁନା ଭରି ଲକ୍ଷେ ୧୬ ହଜାର ୮୪୦ ଟଙ୍କା ରହିଥିବାବେଳେ ଆଜି ଲକ୍ଷେ ୧୮ ହଜାର ୩୧୦ଟଙ୍କାକୁ ବୃଦ୍ଧି ପାଇଛି ।
ବଜାରରେ ରୁପା ଦର ବି ବେଶ୍ ଝଲସୁଛି । ଆଜି ରୁପା ଦର ବୃଦ୍ଧି ନଘଟିଥିଲେ ବି ରୁପା କେଜି ପିଛା ୨ ଲକ୍ଷ ୮୦ ହଜାର ରହିଛି । ଗତକାଲି ୩ ଲକ୍ଷରୁ ୨୦ ହଜାର ଟଙ୍କା କମି ୨ଲକ୍ଷ ୮୦ ହଜାରରେ ପହଞ୍ଚିଥିଲା । ଆଜି ମଧ୍ୟ ସେହି ଦରରେ କୌଣସି ପରିବର୍ତ୍ତନ ଘଟିନାହିଁ ।
ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ଏବେ ପୁଣି ସୁନା ଦର ବୃଦ୍ଧି ପାଇଥିବାରୁ ଗ୍ରାହକ ନିରାଶ ହୋଇଛନ୍ତି ।
ଲଗାତର ୨ରୁ ୩ ମାସ ହେଲା ସୁନା ଦରରେ ଲଗାମ ଲାଗୁନାହିଁ । କେତେବଳେ ବଢ଼ୁଛି ତ ପୁଣି କେତେବେଳେ ଖସୁଛି । ଏଇ କିଛି ଦିନ ତଳେ ଲକ୍ଷେ ୪୦ ତଳକୁ ସୁନା ଖସିଥିବାବେଳେ ଏବେ ପୁଣି ବଢ଼ି ୨୨ କ୍ୟାରେକ୍ଟ ସୁନା ଦର ଦେଢ଼ ଲକ୍ଷ ମୁହାଁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/14/today-gold-price-increase-2026-02-14-17-02-32.jpg)