delhi blast Photograph: (OTV)
ଫରିଦାବାଦର ଅଲ ଫଲାହା ବିଶ୍ବବିଦ୍ୟାଳୟର ଆଉ ୩ ଡାକ୍ତର ଅଟକ । ବିସ୍ଫୋରକ ସାମଗ୍ରୀ ଜବତ ମାମଲାରେ ରହିଛି ଲିଙ୍କ୍ । ଦିଲ୍ଲୀ ବିସ୍ଫୋରଣ ମାମଲାରେ ମଧ୍ୟ ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି । ଆଜି ଦିଲ୍ଲୀ କ୍ରାଇମବ୍ରାଞ୍ଚ ଯାଇ ତନାଘନା କରିଥିଲା । ତିନି ଡାକ୍ତରଙ୍କ ବିଷୟରେ ଲୋକଙ୍କଠୁ ପଚରାଉଚରା କରିଥିଲା ।ସିସିଟିଭି ଫୁଟେଜ ଚେକ୍ କରିବା ପରେ ତିନି ଜଣଙ୍କୁ ଅଟକ ରଖାଯାଇଛି ।ବିସ୍ଫୋରକ ସାମଗ୍ରୀ ଜବତ ମାମଲାରେ ଏମାନଙ୍କ ନାଁ ସାମ୍ନାକୁ ଆସିଥିଲା ।
ସେପଟେ ଲାଲକିଲ୍ଲା ବିସ୍ଫୋରଣ ମାମଲାରେ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି । ଗୃହ ମନ୍ତ୍ରଣାଳୟ ତଦନ୍ତକୁ ଜାତୀୟ ତଦନ୍ତ ସଂସ୍ଥା (NIA)କୁ ହସ୍ତାନ୍ତର କରିଛି। ଗୃହ ମନ୍ତ୍ରୀ ଅମିତ ଶାହ ଏକ ଉଚ୍ଚସ୍ତରୀୟ ବୈଠକ କରିବା ପରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି। ଦିଲ୍ଲୀ ପୋଲିସ ମଙ୍ଗଳବାର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଘଟଣାରେ UAPA ଅଧୀନରେ ଏକ FIR ପଞ୍ଜୀକୃତ କରିଛି ଏବଂ ଦିଲ୍ଲୀର ଅନେକ ସ୍ଥାନରେ ଚଢାଉ ଜାରି ରଖିଛି । ପ୍ରାଥମିକ ସୂଚନା ଅନୁଯାୟୀ, ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ବିସ୍ଫୋରଣ ହୋଇଥିବା କାରର ଡ୍ରାଇଭରଙ୍କ ଫରିଦାବାଦସ୍ଥିତ ଏକ ଆତଙ୍କବାଦୀ ମଡ୍ୟୁଲ୍ ସହିତ ସମ୍ପର୍କ ଥିବା ଅଭିଯୋଗ ହୋଇଛି।
ସୋମବାର ସନ୍ଧ୍ୟାରେ ହୋଇଥିବା ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଏବଂ ଅନେକ ଆହତ ହେବା ପରେ ମଙ୍ଗଳବାର ସକାଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସୁରକ୍ଷା ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। କେନ୍ଦ୍ର ଗୃହ ସଚିବ ଗୋବିନ୍ଦ ମୋହନ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ ତପନ ଡେକା, ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚା ଏବଂ ଜାତୀୟ ତଦନ୍ତ ସଂସ୍ଥା (NIA) ମହାନିର୍ଦ୍ଦେଶକ ସଦାନନ୍ଦ ବସନ୍ତ ଦାତେ ବୈଠକରେ ଯୋଗ ଦେଇଥିଲେ। ଜମ୍ମୁ-କାଶ୍ମୀର ଡିଜିପି ନଲିନ ପ୍ରଭାତ ମଧ୍ୟ ଭର୍ଚୁଆଲରେ ବୈଠକରେ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/11/delhi-blast-2025-11-11-17-15-30.jpg)