Padmashree Photograph: (OTV)
ଓଡ଼ିଶାରୁ ୩ ଜଣଙ୍କୁ ମିଳିପାରେ ପଦ୍ମଶ୍ରୀ ପୁରସ୍କାର । ୩ ଓଡ଼ିଆଙ୍କୁ ପଦ୍ମଶ୍ରୀ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୨୦୨୬ ପାଇଁ ମିଳିବ ଏହି ପଦ୍ମ ପୁରସ୍କାର । ଜନରାଜ୍ୟ ଦିବସ ପାଳନ ପୂର୍ବରୁ ଏହା ଘୋଷଣା କରାଯାଇଥାଏ । ଚରଣ ହେମ୍ବ୍ରମ, ସୀମାଞ୍ଚଳ ପାତ୍ରଙ୍କୁ ମିଳିପାରେ ପଦ୍ମଶ୍ରୀ । ମହେନ୍ଦ୍ର କୁମାର ମିଶ୍ରଙ୍କୁ ମିଳିପାରେ ପଦ୍ମଶ୍ରୀ ।
ସାଧାନାକୁ ସ୍ୱୀକୃତି
ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଚରଣଙ୍କୁ ମିଳିପାରେ ପଦ୍ମଶ୍ରୀ । ସାନ୍ତାଳୀ ସାହିତ୍ୟକୁ ତାଙ୍କର ବିଶେଷ ଅବଦାନ ରହିଛି । ସେ ଆଦିବାସୀ ଭାଷାର ପ୍ରଚାର, ପ୍ରସାର ଓ ଉନ୍ନତି ପାଇଁ ଯଥେଷ୍ଟ କାମ କରିଛନ୍ତି । ମହେନ୍ଦ୍ର ମିଶ୍ରଙ୍କୁ ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ମିଳିପାରେ ପଦ୍ମଶ୍ରୀ । ସେ ସାହିତ୍ୟ କ୍ଷେତ୍ରରେ ଗବେଷଣା କରିଛନ୍ତି । ଏପରିକି ଆଦିବାସୀ ସାହିତ୍ୟ ଓ ସାରଳା ସାହିତ୍ୟ କ୍ଷେତ୍ରରେ କାମ କରିଛନ୍ତି । ସେ ୟୁନେସ୍କୋ ମାତୃଭାଷା ପୁରସ୍କାର ମଧ୍ୟ ପାଇଛନ୍ତି ।
ଗବେଷଣା କଳା କ୍ଷେତ୍ରରେ ସୀମାଞ୍ଚଳ ପାତ୍ରଙ୍କୁ ମିଳିପାରେ ପଦ୍ମଶ୍ରୀ । ସେ ଲୋକକଳା କ୍ଷେତ୍ରରେ ବହୁତ କିଛି କାମ କରିଛନ୍ତି । ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇନାହିଁ । ଏହି ଘୋଷଣାକୁ ଅପେକ୍ଷା କରାଯାଇଛି । ଜାତୀୟ ଗଣମାଧ୍ୟମରେ ଏହା ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/25/padmashree-2026-01-25-16-37-51.jpg)