NCERTର ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା Photograph: (OTV)
NCERTର ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା। ‘ବିଚାର ବିଭାଗରେ ଭ୍ରଷ୍ଟାଚାର’ ନେଇ ପୁସ୍ତକରେ ଉଲ୍ଲେଖ ଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ। ସମସ୍ତ ହାଇକୋର୍ଟ ବିଚାରପତିମାନେ ବିଚଳିତ ହୋଇଛନ୍ତି ଉଲ୍ଲେଖ କରିଛନ୍ତି, କୋର୍ଟ କୌଣସି ସଂସ୍ଥାକୁ କଳଙ୍କିତ କରିବାକୁ ଅନୁମତି ଦେବେ ନାହିଁ ବୋଲି କହିଛନ୍ତି।
ଆହୁରି କହିଛନ୍ତି, କିଛି ଦିନ ଅପେକ୍ଷା କରନ୍ତୁ, ବାର୍ ଏବଂ ବେଞ୍ଚ ଉଭୟ ବିଚଳିତ ହୋଇଛନ୍ତି। ମୁଁ ଏହି ବିଷୟକୁ ସ୍ୱୟଂ ପ୍ରେରିତ ଭାବେ ଗ୍ରହଣ କରିବି। ସୁପ୍ରିମକୋର୍ଟ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି । NCERT 'ନାଗରିକ ଶାସ୍ତ୍ର ପୁସ୍ତକ' ରେ ଦୁର୍ନୀତି ନ୍ୟାୟପାଳିକାକୁ କିପରି ପ୍ରଭାବିତ କରେ ତାହା ଉଲ୍ଲେଖ କରାଯାଇଛି।
ଏହା ବ୍ୟତୀତ, ଅଦାଲତରେ ମାମଲାଗୁଡ଼ିକ ପଡ଼ିରହିବା ଏବଂ କମ ସଂଖ୍ୟକ ବିଚାରପତିଙ୍କ ଚ୍ୟାଲେଞ୍ଜ ଭଳି ଜିନିଷଗୁଡ଼ିକ ମଧ୍ୟ ଏଥିରେ ସାମିଲ ରହିଛି। ପୂର୍ବରୁ ମଧ୍ୟ ଛାତ୍ରଛାତ୍ରୀମାନଙ୍କୁ ନାଗରିକ ଶାସ୍ତ୍ରରେ ନ୍ୟାୟପାଳିକା ବିଷୟରେ ପଢ଼ା ଯାଉଥିଲା, କିନ୍ତୁ ବର୍ତ୍ତମାନ ଏଥିରେ ଅନେକ ସଂଶୋଧନ କରାଯାଇଛି।
- NCERT ଉପରେ ସୁପ୍ରିମକୋର୍ଟ ଖପ୍ପା
- NCERTର ୮ମ ଶ୍ରେଣୀ ପୁସ୍ତକକୁ ନେଇ ସୁପ୍ରିମକୋର୍ଟ ଖପ୍ପା
- ‘ବିଚାର ବିଭାଗରେ ଭ୍ରଷ୍ଟାଚାର’ ନେଇ ପୁସ୍ତକରେ ଉଲ୍ଲେଖ ଥିବାରୁ ଉଦ୍ ବେଗ
- ଉଦ୍ ବେଗ ପ୍ରକାଶ କଲେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ
- ସମସ୍ତ ହାଇକୋର୍ଟ ବିଚାରପତିମାନେ ବିଚଳିତ ହୋଇଛନ୍ତି ଉଲ୍ଲେଖ କଲେ
- ‘କୋର୍ଟ କୌଣସି ସଂସ୍ଥାକୁ କଳଙ୍କିତ କରିବାକୁ ଅନୁମତି ଦେବେ ନାହିଁ’
- ‘କିଛି ଦିନ ଅପେକ୍ଷା କରନ୍ତୁ, ବାର୍ ଏବଂ ବେଞ୍ଚ ଉଭୟ ବିଚଳିତ ହୋଇଛନ୍ତି’
- ମୁଁ ଏହି ବିଷୟକୁ ସ୍ୱୟଂ ପ୍ରେରିତ ଭାବେ ଗ୍ରହଣ କରିବି- ପ୍ରଧାନ ବିଚାରପତି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/25/supreme-court-of-india-raises-objection-over-ncert-2026-02-25-19-30-31.jpg)