SONAM ARREST Photograph: (OTV)
ଗିରଫ ହେଲେ ସାମାଜିକ କର୍ମୀ ସୋନମ୍ ଓ୍ୱାଙ୍ଗଚୁକ୍ । ଲଦାଖ ହିଂସା ମାମଲାରେ ଜାତୀୟ ସୁରକ୍ଷା ଆଇନ ଏନଏସଏ ବଳରେ ତାଙ୍କୁ ଗିରଫ କରାଯାଇ ଲେହରୁ ଯୋଧପୁରକୁ ନିଆଯାଇଛି । ଲଦାଖରେ ଉତ୍ତେଜନା ସୃଷ୍ଟି ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।
ପୂର୍ବରୁ ୱାଙ୍ଗଚୁକଙ୍କ ଏନଜିଓ ‘ଷ୍ଟୁଡେଣ୍ଟସ୍ ଏଜୁକେସନାଲ୍ ଆଣ୍ଡ କଲ୍ ଚରାଲ୍ ମୁଭମେଣ୍ଟ ଅଫ୍ ଲଦାଖର ଲାଇସେନ୍ସକୁ ବିଦେଶୀ ଅନୁଦାନ ନିୟମ ଉଲ୍ଲଂଘନ ଅଭିଯୋଗରେ ରଦ୍ଦ କରାଯାଇଥିଲା। ୱାଙ୍ଗଚୁକଙ୍କ ଗିରଫ ପରେ ଲଦାଖରେ ସୁରକ୍ଷା କଡ଼ାକଡ଼ି କରାଯାଇଛି ।
ଇଣ୍ଟରନେଟ୍ ସେବା ସାମୟିକ ଭାବେ ବନ୍ଦ ରଖାଯାଇଛି। ଲେହରେ ମଧ୍ୟ କର୍ଫ୍ୟୁ ବଳବତ୍ତର ରହିଛି। ହିଂସା ଭିଆଇବା ପାଇଁ ଯେଉଁମାନେ ଷଡଯନ୍ତ୍ର କରିଛନ୍ତି ସେମାନଙ୍କୁ ନିସ୍ତାର ମିଳିବ ନାହିଁ ବୋଲି କହିଛି କେନ୍ଦ୍ର ।
-ସାମାଜିକ କର୍ମୀ ସୋନମ୍ ଓ୍ୱାଙ୍ଗଚୁକ୍ ଗିରଫ
-ଲଦାଖ ହିଂସା ମାମଲାରେ ଗିରଫ
-ଜାତୀୟ ସୁରକ୍ଷା ଆଇନ ଏନଏସଏ ବଳରେ ଗିରଫ କରାଗଲା
-ୱାଙ୍ଗଚୁକଙ୍କ ଏନଜିଓର ଲାଇସେନ୍ସ ରଦ୍ଦ
-ଲଦାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/27/sonam-arrest-2025-09-27-10-19-30.jpg)