PRESIDENT Photograph: (OTV)
ଆଜିଠୁ ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ୫ଟି ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ ରହିଛି। ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ ରାଷ୍ଟ୍ରପତି ବିତାଇବେ ୬ ଦିନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବେ ରାଷ୍ଟ୍ରପତି।
ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି। ଆସନ୍ତା ୩ ତାରିଖ ସକାଳେ ପ୍ରାୟ ଦେଢ଼ ଘଣ୍ଟାରୁ ଅଧିକ ସମୟ ବିରଜା ମନ୍ଦିରରେ ବିତାଇବେ ମହାମହିମ।...
ସେଠୁ ସେ ଯିବେ ବାଲେଶ୍ବର। ଫକୀରମୋହନ ବିଶ୍ବବିଦ୍ୟାଳୟର ଦ୍ୱାଦଶ ସମାବର୍ତ୍ତନ ସମାରୋହରେ ରାଷ୍ଟ୍ରପତି ଛାତ୍ରଛାତ୍ରୀଙ୍କୁ ଭେଟିବେ । ୩ ତାରିଖ ସଂଧ୍ୟାରେ ପୁରୀରେ ପହଞ୍ଚି ରାତ୍ରୀଯାପନ କରିବେ। ୪ ତାରିଖରେ ଶ୍ରୀମନ୍ଦିର ସିଂହଦ୍ୱାରଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା, ସେବାୟତ ଏବଂ ପ୍ରଶାସନିକ ଅଧିକାରୀ ସ୍ୱାଗତ କରିବେ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ଶ୍ବେତଗଙ୍ଗାରେ ପିଣ୍ଡ ଦାନ କରିବେ।
ପୁରୀରୁ ୪ ତାରିଖରେ ରାଷ୍ଟ୍ରପତି ସିଧା ଯିବେ ମୟୂରଭଞ୍ଜ ରାଇରଙ୍ଗପୁର। ବିଶାଳ ସାଧାରଣ ସଭାକୁ ସମ୍ବୋଧନ କରି ଜନ୍ମମାଟିରେ ଲୋକଙ୍କୁ ଭେଟିବେ। ଏକାଧିକ ପ୍ରକଳ୍ପର ଉଦଘାଟନ ଓ ଶୁଭାରମ୍ଭ ବି କରିବେ।
ତା ପରଦିନ ଅର୍ଥାତ ୫ ତାରିଖ ଦିନ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିରରେ ଦର୍ଶନ ପରେ ଅପରାହ୍ନରେ ସେ ଯଶୀପୁର ଦେଇ ପ୍ରକୃତିର ଶୋଭାରାଜି ଶିମିଳିପାଳ ଅଭୟାରଣ୍ୟକୁ ଯିବେ। ସେଠାରେ ତାଙ୍କର ରାତ୍ରୀଯାପନ କାର୍ଯ୍ୟକ୍ରମ ରହିଛି। ୬ ତାରିଖରେ ଶିମିଳିପାଳ ଅଞ୍ଚଳର ଆଦିବାସୀ ମହିଳା ଓ ଯୁବକଙ୍କ ସହ ଆଲୋଚନା କରିବେ।
ଆଜି ଓଡ଼ିଶା ଆସିବେ ମହାମହିମ
ପୁରୀ, ଖୋର୍ଦ୍ଧା, ବାଲେଶ୍ବର, ଯାଜପୁର, ମୟୂରଭଞ୍ଜରେ କାର୍ଯ୍ୟକ୍ରମ
ଯାଜପୁରରେ ମା’ ବିରଜାଙ୍କ ଦର୍ଶନ, ନାଭିଗୟାରେ ପିଣ୍ଡଦାନ
ପୁରୀ ଶ୍ବେତଗଙ୍ଗାରେ ପିଣ୍ଡଦାନ, ମହାପ୍ରଭୁଙ୍କୁ ଦର୍ଶନ
ବାଲେଶ୍ବରରେ ଛାତ୍ରଛାତ୍ରୀଙ୍କ ସହ ମନଖୋଲି କଥା ହେବେ
ମୟୂରଭଞ୍ଜ ରାଇରଙ୍ଗପୁରରେ ଆଦିବାସୀଙ୍କୁ ଭେଟିବେ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/02/president-2026-02-02-10-10-04.jpg)