Supreme-Court-on-Adult-Content Photograph: (OTV)
ଆଉ ସହଜ ହେବନି ଆଡଲ୍ଟ କଣ୍ଟେଣ୍ଟ ଦେଖିବା । ୟୁଟ୍ୟୁବ କି ନେଟଫ୍ଲିକ୍ସ ଭଳି ଓଟିଟି ପ୍ଲାଟଫର୍ମରେ ୧୮+ କଣ୍ଟେଣ୍ଟ ଦେଖିବା ପାଇଁ ଜରୁରୀ ହେବ ଆଧାର କାର୍ଡ ! ପ୍ରଥମେ ଆଧାର କାର୍ଡରେ ବୟସ ଭେରିଫିକେସନ ହେବ । ଆଉ ଆପଣଙ୍କ ବୟସ ୧୮ ବର୍ଷରୁ ଅଧିକ ହୋଇଥିଲେ ଦେଖିପାରିବେ ଆଡଲ୍ଟ କଣ୍ଟେଣ୍ଟ ବା ଶୋ' । ଏକ ମାମଲାର ଶୁଣାଣି ବେଳେ ଏମିତି କିଛି କହିଛନ୍ତି ଖୋଦ୍ ସୁପ୍ରିମକୋର୍ଟ, ଜାଣନ୍ତୁ କ'ଣ ପୂରା ଘଟଣା...
ୟୁଟ୍ୟୁବ୍ ଓ ବିଭିନ୍ନ OTT ପ୍ଲାଟଫର୍ମଗୁଡିକରେ ଅନେକ ଆଡଲ୍ଟ କଣ୍ଟେଣ୍ଟ/ ଶୋ' ଆସୁଛି । ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଥିବାରୁ ପିଲାମାନେ ବି ଏସବୁ କଣ୍ଟେଣ୍ଟ ଦେଖୁଛନ୍ତି ଓ ବାଟବଣା ହେଉଛନ୍ତି । ଯାହାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ।
ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସୁପ୍ରିମକୋର୍ଟ କହିଛନ୍ତି ଯେ, କୌଣସି ଆଡଲ୍ଟ ବା ଅଶ୍ଳୀଳ ବିଷୟବସ୍ତୁ ଦେଖିବାକୁ ହେଲେ ଆଧାର ଭେରିଫିକେସନ ବାଧ୍ୟତାମୂଳକ ହେବା ଉଚିତ୍ । କେବଳ ଫିଲ୍ମ କିମ୍ବା ଶୋ' ଚାଲିବା ଆଗରୁ ଚେତାବନୀ ଦେବା ଯଥେଷ୍ଟ ନୁହେଁ । କାରଣ ଚେତାବନୀ ପଢିବା ବେଳକୁ ଶୋ ଆରମ୍ଭ ହୋଇଯାଉଛି । ତେଣୁ ଆଧାର ଭେରିଫିକେସନ ରହିବା ଉଚିତ୍, ଯାହାଦ୍ୱାରା ଦର୍ଶକଙ୍କ ବୟସ ଜଣାପଡିବ ।
କଣ୍ଟେଟ 18+ ହୋଇଥିଲେ ପିଲାମାନେ ଏହାକୁ ଦେଖିପାରିବେ ନାହିଁ । ଛୋଟ ପିଲାମାନଙ୍କୁ ଏସବୁ ଅଶ୍ଳୀଳତାରୁ ଦୂରେଇ ରଖାଯାଇପାରିବ । ଏହି ନିୟମ ପରୀକ୍ଷାମୂଳକ ଭାବେ ଲାଗୁ କରାଯାଇପାରିବ ବୋଲି ପରାମର୍ଶ ଦେଇଛନ୍ତି ଦେଶର ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ । ଏହାସହ ଅନଲାଇନ କଣ୍ଟେଣ୍ଟଗୁଡିକୁ କଣ୍ଟ୍ରୋଲ କରିବା ପାଇଁ ଏକ ସ୍ୱାୟତ୍ତ ରେଗୁଲେଟାରୀ ବଡି ଦରକାର ବୋଲି କହିଛନ୍ତି । ଷ୍ଟାଣ୍ଡ-ଅପ୍ କମେଡିଆନ ସମୟ ରୈନା ଓ ପଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କ ମାମଲାର ଶୁଣାଣି ବେଳେ ଏହା କହିଛନ୍ତି ସିଜେଆଇ । ଅଭିବ୍ୟକ୍ତିର ସ୍ୱାଧିନତା ମାନେ ନିଜ ମନମାନୀ କରିବା ନୁହେଁ । କିଛି ବି ଅଶ୍ଲୀଳ କିମ୍ବା ବିବାଦୀୟ ଟିପ୍ପଣୀ ଦେବା ନୁହେଁ ବୋଲି ବି କହିଛନ୍ତି । ସମୟଙ୍କ ଶୋ’ରେ ବାପାମାଆଙ୍କୁ ନେଇ ଏକ ଅଶ୍ଳୀଳ କମେଣ୍ଟ କରାଯାଇଥିଲା । ଏନେଇ ବିବାଦ ତେଜିବା ସହ କୋର୍ଟରେ ପହଞ୍ଚିଥିଲା ମାମଲା ।
ଏଠି ପ୍ରଶ୍ନ ଉଠୁଛି, କ'ଣ ସୁପ୍ରିମକୋର୍ଟଙ୍କ ପରାମର୍ଶ ମାନିବେ ସରକାର ? ଆଡଲ୍ଟ କଣ୍ଟେଣ୍ଟକୁ ନେଇ ଆସିବ କି ନୂଆ ନିୟମ ? ଏହି ପ୍ରସଙ୍ଗରେ ଆପଣଙ୍କ ମତାମତ କ'ଣ ଜଣାଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/29/supreme-court-on-adult-content-2025-11-29-08-12-53.jpg)