Advertisment

Sadhvi Prem Vyas’ Death: ମହିଳା ପ୍ରବଚକଙ୍କ ସନ୍ଦେହ ଜନକ ମୃତ୍ୟୁ, ଇଞ୍ଜେକ୍ସନ ଦେବା ପରେ ଚାଲିଗଲା ଚେତା

ଏବେ ରାଜସ୍ଥାନ ଉଠୁଛିପଡ଼ୁଛି, ରାଜନୀତି  ବି ସରଗରମ । ଆଉ ପୂରା ଯୋଧପୁର ଜଷ୍ଟିସ୍ ମାଗୁଛି । ପୋଲିସ ଉପରେ ବି ଜନତାଙ୍କ ଚାପ ପ୍ରବଳ ପଡ଼ୁଛି । ଆଉ ସାଧ୍ୱୀଙ୍କ ମୃତ୍ୟୁ ଉପରୁ ପରଦା ହଟାଇବାକୁ ବାରମ୍ବାର ଦାବି ହେଉଛି ।

Swadhi Prem Baisa Voshot

Swadhi Prem Baisa Voshot Photograph: (OTV)

Advertisment

ମହିଳା ପ୍ରବଚକଙ୍କ ସନ୍ଦେହ ଜନକ ମୃତ୍ୟୁ । ଆଶ୍ରମରେ ଇଞ୍ଜେକ୍ସନ ଦେବା ପରେ ଚାଲିଗଲା ଚେତା । ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ପ୍ରସିଦ୍ଧ ମହିଳା କଥାବାଚକ ସାଧ୍ୱୀ ପ୍ରେମ ବୈସଙ୍କ ମୃତ୍ୟୁକୁ ନେଇ ବଡୁଛି ସନ୍ଦେହ ।

Advertisment

ଏବେ ରାଜସ୍ଥାନ ଉଠୁଛିପଡ଼ୁଛି, ରାଜନୀତି  ବି ସରଗରମ । ଆଉ ପୂରା ଯୋଧପୁର ଜଷ୍ଟିସ୍ ମାଗୁଛି । ପୋଲିସ ଉପରେ ବି ଜନତାଙ୍କ ଚାପ ପ୍ରବଳ ପଡ଼ୁଛି । ଆଉ ସାଧ୍ୱୀଙ୍କ ମୃତ୍ୟୁ ଉପରୁ ପରଦା ହଟାଇବାକୁ ବାରମ୍ବାର ଦାବି ହେଉଛି ।  

ଜାନୁଆରୀ ୨୯ ତାରିଖ ଅର୍ଥାତ୍ ବୁଧବାର ଯୋଧପୁରରେ ସାଧ୍ୱୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ସେ ଅସୁସ୍ଥ ଅନୁଭବ କରିବା ପରେ, ଜଣେ କମ୍ପାଉଣ୍ଡରଙ୍କୁ ଆଶ୍ରମକୁ ଡକାଯାଇଥିଲା । ସେ ଆସି ପହଞ୍ଚିବା ପରେ ସାଧ୍ୱୀଙ୍କ ସ୍ବାସ୍ଥ୍ୟା ବସ୍ଥା ପଚାରି ବୁଝିଥିଲେ । ପରେ ତାଙ୍କୁ ଏକ ଇଞ୍ଜେକ୍ସନ ଦେଇଥିଲା ।

Advertisment

ଇଞ୍ଜେକ୍ସନ ଦେବାର ମାତ୍ର କିଛି ସମୟ ପରେ ପ୍ରବଚକ ସାଧ୍ୱୀ ପ୍ରେମ ବୈସଙ୍କ ଚେତା ଚାଲିଯାଇଥିଲା । ଫଳରେ ତାଙ୍କୁ ଆଶ୍ରମରୁ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

କୁହାଯାଉଛି, ପ୍ରବଚକ ସ୍ବାଧୀ ଗତ କିଛି ଦିନ ଥଣ୍ଡା ଜ୍ବରରେ ପୀଡ଼ିତ ଥିଲେ । ଏବଂ ତାଙ୍କର ଚିକିତ୍ସା ଚାଲିଥିଲା । ହେଲେ ହଠାତ୍ ତାଙ୍କୁ ଇଞ୍ଜେକ୍ସନ ଦେବା ପରେ କହିଁକି ତାଙ୍କର ମୃତ୍ୟୁ ହେଲା ସେନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ପ୍ରବଚକ ସାଧ୍ୱୀ ପ୍ରେମ ବୈସଙ୍କ ବାପା ମଧ୍ୟ ଝିଅ ଦେହ ଖରାପ ଥିଲା ତାଙ୍କ ଜ୍ବର ହୋଇଥଲା ବୋଲି କହିଛନ୍ତି ।

Advertisment

ହେଲେ ମୃତ ଘୋଷଣା କରିଥିବା ଡାକ୍ତର କହିଛନ୍ତି, ସ୍ବାଧୀ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଆହୁରି କହିଛନ୍ତି, ପ୍ରବଚକ ସାଧ୍ୱୀ ପ୍ରେମ ବୈସଙ୍କ ମୃତଦେହ ପୋଷ୍ଟମର୍ଟମ ପାଇଁ ସରକାରୀ ହସ୍ପିଟାଲକୁ ନେବାକୁ ଏକ ଆମ୍ବୁଲାନ୍ସ ଯୋଗାଇ ଦେଇଥିଲେ । ହେଲେ ତାଙ୍କୁ ଆମ୍ବୁଲାନ୍ସରେ ନନେଇ ବ୍ୟକ୍ତିଗତ କାରରେ ନିଆଯାଇଥିଲା ।

ପୋଲିସ ସ୍ବାଧୀଙ୍କ ବାପା, ଆଶ୍ରମର ଅନ୍ତେବାସୀ ଓ ଡାକ୍ତରଙ୍କ ପ୍ରତିକ୍ରିୟାକୁ ନଜରରେ ରଖି ତଦନ୍ତ କରୁଛି । ଆହୁରି ଅନେକ ଜଣଙ୍କୁ ମଧ୍ୟ ପଚରାଉଚରା କରୁଛି । ଯେଉଁ କମ୍ପାଉଣ୍ଡର ପ୍ରବଚକ ସ୍ବାଧୀଙ୍କୁ ଇଞ୍ଜେକ୍ସ ଦେଇଥିଲେ ତାଙ୍କୁ ଅଟକ ରଖିଛି । ତା’ ସହ ସମସ୍ତ ଚିକିତ୍ସା ଉପକରଣକୁ ଜବତ କରିଛି । ଅନ୍ୟପଟେ ସାଧ୍ୱୀ ପ୍ରେମ ବୈସାଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ସେହି ଭିଡିଓକୁ ନେଇ ତଦନ୍ତ ହେବାର ଅବଶ୍ୟକତା ଥିବା ମଧ୍ୟ ଦାବି ହେଉଛି । 

Sparks Row Jodhpur Injection
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ