Advertisment

Major Infrastructure Push: ରାଜଧାନୀରେ ଟ୍ରାଫିକ୍ ଯନ୍ତ୍ରଣାରୁ ମିଳିବ ମୁକ୍ତି, କ୍ୟାପିଟାଲ୍ ରିଜିୟନ୍ ରିଂ ରୋଡ୍ ପ୍ରକଳ୍ପକୁ ପରିବେଶ ମଞ୍ଜୁରୀ

ବାଟ ଫିଟିଲା। ଖୁବଶୀଘ୍ର ଆରମ୍ଭ ହେବ କ୍ୟାପିଟାଲ ରିଜିଅନ ରିଂ ରୋଡ କାମ। ରାଜଧାନୀ ଭୁବନେଶ୍ବର ଓ କଟକକୁ କମିବ ଟ୍ରାଫିକ ବୋଝ। ଏହି ପ୍ରକଳ୍ପକୁ ମିଳିଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ପରିବେଶ ମଞ୍ଜୁରୀ।

CAPITAL-TRAFFIC

CAPITAL-TRAFFIC Photograph: (OTV)

Advertisment

କମିବ ଆକ୍ସିଡେଣ୍ଟ
କମିବ ଟ୍ରାଫିକ୍ ଯନ୍ତ୍ରଣା
ମହତ୍ବାକାଂକ୍ଷୀ କ୍ୟାପିଟାଲ୍ ରିଜିଅନ୍ ରିଂ ରୋଡ୍ ପ୍ରକଳ୍ପକୁ ମିଳିଗଲା ବଡ଼ ସିଗନାଲ୍

Advertisment

ଖୋର୍ଦ୍ଧା ରାମେଶ୍ୱରରୁ କଟକ ଟାଙ୍ଗୀ ଯାଏଁ ନୂଆ ରିଂ ରୋଡ୍ ପ୍ରକଳ୍ପକୁ ମିଳିଛି ପରିବେଶ ମଞ୍ଜୁରୀ। ଯଦ୍ବାରା ୧୧୧ କିଲୋମିଟର ବିଶିଷ୍ଟ ଏହି ରାସ୍ତା ନିର୍ମାଣ ଶୀଘ୍ର ଆରମ୍ଭ ହେବା ନେଇ ବି ବାଟ ଫିଟିଛି। ୬ ଲେନ୍ ରାସ୍ତା ଲାଗି ଶୀଘ୍ର ଟେଣ୍ଡର ହେବ- ଯେଉଁଥିରେ ୧୫ ଟି ନାମୀ ଠିକା କଂପାନୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି କହିଛନ୍ତି ଜାତୀୟ ରାଜପଥ ପ୍ରାଧିକରଣ-NHAI ର ଆଞ୍ଚଳିକ ଅଧିକାରୀ ବୀରେନ୍ଦ୍ର ସିଂ।

ଖର୍ଚ୍ଚ ହେବ ୮ ହଜାର ୩ଶହ କୋଟି ଟଙ୍କା

ବୀରେନ୍ଦ୍ର ଆହୁରି ମଧ୍ୟ ସୂଚନା ଦେଇଛନ୍ତି- ମୋଟ୍ ତିନିଟି ଫେଜ୍ ରେ ଅଢେଇ ବର୍ଷରେ ରାସ୍ତା କାମ ସରିବ ଓ ଏଥିପାଇଁ ୮ ହଜାର ୩ଶହ କୋଟି ଟଙ୍କା ଖର୍ଚ୍ଚ ହେବ। ହେଲେ ସବୁଠୁ ଗୁରୁତ୍ବପୂର୍ଣ୍ଣ ସୂଚନାକ୍ରମେ- ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ପ୍ରାୟ ୯୪ ପ୍ରତିଶତ ଶେଷ ହୋଇଛି।...

Advertisment

ତେବେ କ୍ୟାପିଟାଲ ରିଜିଅନ ରିଂ ରୋଡ୍ କୁ ନେଇ NHAI ଅଧିକାରୀ ଙ୍କ ତଥ୍ୟ- କେତେ ସତ ? ଜାଣିବାକୁ ଆମେ ଗ୍ରାଉଣ୍ଡ ଜିରୋରେ ପହଞ୍ଚିଥିଲୁ। ଆଠଗଡ଼ ନିକଟରେ ଯାଇ ଚୌଦ୍ବାର ଟାଙ୍ଗିକୁ ଛୁଇଁବ ନୂଆ ରାସ୍ତା। ସେଥିପାଇଁ କିଛି କିଛି ସ୍ଥାନରେ ମାପଚୁପ ହୋଇ ଚିହ୍ନ ଦିଆଯାଇଛି, କାହାର ଘର ତ କାହାର ଚାଷ ଜମି ଯାଉଛି।

ବାସ ଓ ଭାତହାଣ୍ଡି ରାସ୍ତାରେ ଯାଉଥିବାରୁ ସେମାନଙ୍କୁ ଉଚିତ୍ କ୍ଷତିପୂରଣ ଦିଆଯିବାକୁ ଦାବି କଲେଣି ପ୍ରଜା। ସେପଟେ ଖୋର୍ଦ୍ଧା ରାମେଶ୍ବର ପାଖରେ ଯେଉଁଠୁ ରାସ୍ତା ଆରମ୍ଭ ହେବ-ସେଠିକାର ଲୋକେ ବି ଏହି ପ୍ରକଳ୍ପକୁ ସ୍ବାଗତ କରିବା ସହ ଏହା ଲାଇଫଲାଇନ୍ ସାଜିବ ବୋଲି କହିଛନ୍ତି।...

Advertisment

ସେପଟେ ବହୁଚର୍ଚ୍ଚିତ କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ ନିର୍ମାଣ ହେଲେ ଭୁବନେଶ୍ୱର ଓ କଟକରେ ଟ୍ରାଫିକ୍ ଯନ୍ତ୍ରଣାରୁ ଲୋକଙ୍କୁ ବଡ଼ ଆଶ୍ବସ୍ତି ମିଳିବ ବୋଲି କହିଛନ୍ତି ପୂର୍ବତନ ଇଞ୍ଜିନିୟର। ଯେହେତୁ ଏହି ନୂଆ ରାଜପଥ- NH 55, 57 ଓ 655 ସହ ୬୫ ନମ୍ବର ରାଜ୍ୟ ରାଜପଥକୁ ସଂଯୋଗ କରିବ, ଏହା ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ ବୋଲି ସେ ମତ ରଖିଛନ୍ତି।

ତେଣେ ଅର୍ବାନ୍ ପ୍ଲାନର ବି କହିଲେଣି- ଏ ରାସ୍ତା ହେଲେ ଯାତାୟାତ ଦିଗରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ। 
ଏବେ ଅପେକ୍ଷା କେତେ ଶୀଘ୍ର ଆରମ୍ଭ ହେଉଛି କ୍ୟାପିଟାଲ ରିଜିଅନ୍ ରିଂ ରୋଡ୍ କାମ ।... 

Forest
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ