Advertisment

Professor Stabbed: ସ୍ତ୍ରୀ ଜନ୍ମଦିନରେ ଥିଲା ବିରିୟାନି ପାର୍ଟି, ସ୍ବାମୀଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ

ପତ୍ନୀଙ୍କ ଜନ୍ମଦିନ ପାଇଁ ଡର୍ନର ପାର୍ଟିର ବ୍ୟବସ୍ଥା କରାଯାଇଥିଲା । ଅତିଥିଙ୍କୁ ନିମନ୍ତ୍ରଣ ବି ସରିଥିଲା । ହେଲେ ଘରକୁ ଫେରୁଥିବା ବେଳେ ଟ୍ରେନରେ ଏପରି ଅଘଟଣ ଘଟିଛି ।

Mumbai professor Alok Singh Murder

Mumbai professor Alok Singh Murder Photograph: (OTV)

Advertisment

ସ୍ତ୍ରୀ ଜନ୍ମଦିନରେ ସ୍ବାମୀଙ୍କୁ ହତ୍ୟା ।  ଟ୍ରେନରେ ପ୍ରଫେସରଙ୍କୁ ଛୁରୀ ଭୁସି ହତ୍ୟା କଲା ଦୁର୍ବୃତ୍ତ । ସାମାନ୍ୟ ବଚସାରୁ ଛଟପଟ କରି ମରିଦେଲା ।  ମୁମ୍ବାଇର ପ୍ରଫେସର ଆଲୋକ ସିଂହଙ୍କୁ ଟ୍ରେନରେ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି ।

Advertisment

ପତ୍ନୀଙ୍କ ଜନ୍ମଦିନ ପାଇଁ ଡର୍ନର ପାର୍ଟିର ବ୍ୟବସ୍ଥା କରାଯାଇଥିଲା । ଅତିଥିଙ୍କୁ ନିମନ୍ତ୍ରଣ ବି ସରିଥିଲା । ହେଲେ ଘରକୁ ଫେରୁଥିବା ବେଳେ ଟ୍ରେନରେ ଏପରି ଅଘଟଣ ଘଟିଛି ।  

ମୁମ୍ବାଇ ପୋଲିସ ଏନେଇ ରବିବାର ପ୍ରତିକ୍ରିୟା ରଖିଛି । ପୋଲିସ କହିଛି, ମଲାଡ ଷ୍ଟେସନରେ ଏକ ଲୋକାଲ୍ ଟ୍ରେନରୁ ଓହ୍ଲାଇବା ସମୟରେ ଅଭିଯୁକ୍ତ ଓମକାର ସିନ୍ଦେ, ପ୍ରଫେସର ଆଲୋକ କୁମାର ସିଂହଙ୍କୁ ହତ୍ୟା କରିଛି । ଛୋଟ ଏକ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ।  

Advertisment

ସେହି ବଚସା ଧୀରେ ଧୀରେ ଉଗ୍ରରୂପ ଧାରଣ କରିଥିଲା । ଯାହାଫଳରେ ଅଭିଯୁକ୍ତ ଓମକାର୍ ପ୍ରଫେସର ଆଲୋକଙ୍କୁ ବାରମ୍ବାର ଛୁରି ଭୁସି ହତ୍ୟା କରିଥିଲା ବୋଲି ପୋଲିସ କହିଛି ।

ସେପଟେ ଏହି ଘଟଣାର ୧୨ ଘଣ୍ଟା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ବିଏନଏସର ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତକୁ ପାଞ୍ଚ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି । ଅଭିଯୁକ୍ତ ଓମକାର ସିନ୍ଦେ, ଜଣେ ଶ୍ରମିକ ।

Advertisment

ତାକୁ କୁରାର ଅଞ୍ଚଳରୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟ୍ ସମୟରେ ଏହି ଓମକାର୍ ପ୍ରଫେସର ଆଲୋକଙ୍କ ସହ ଝଗଡ଼ା କରିଥିଲା । ପରେ ଏହି ଘଟଣା ଘଟିଛି । 

ଘଟଣାକୁ ନେଇ ମୁମ୍ବାଇ ପୋଲିସ ଜୋରଦାର ତଦନ୍ତ କରୁଛି । ଅଭିଯୁକ୍ତ ଓମକାରକୁ ଗିରଫ କରାଯାଇଥିଲେ ମଧ୍ୟ ଘଟଣା ପଛରେ ଆଉ କିଛି କାରଣ ରହିଛି କି ସେନେଇ ପୋଲିସ ପଚାରାଉଚରା କରୁଛି ।

ପ୍ରଫେସର ଆଲୋକଙ୍କ ପତ୍ନୀଙ୍କ ଜନ୍ମଦିନଥିଲା ଏବଂ ସେଥିପାଇଁ ଡିନର ପାର୍ଟିର ଆୟୋଜନ ହୋଇଥିଲା ବୋଲି କହିଛନ୍ତି ଆଲୋକଙ୍କ ଜଣେ ସାଥୀ କର୍ମଚାରୀ । ତେବେ ଏହି ଘଟଣା ଏବେ ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି । 

Mumbai Assistant Professor Stabbed Youth Stabbed Over Minor Argument Mumbai Local Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ