Advertisment

OTV Foresight: ଓଟିଭି ଫୋରସାଇଟ୍ ମଞ୍ଚରେ ଓଡ଼ିଶାର ବିକାଶ ଭିଜନକୁ ନେଇ ଆଲୋଚନା, ୨୦୩୬ ବେଳକୁ ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରାଯିବ

ବିକଶିତ ଓଡ଼ିଶା-୨୦୩୬ର ରୋଡ୍ ମ୍ୟାପ ଶୀର୍ଷକରେ ହୋଇଥିବା ଆଲୋଚନାରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରତିନିଧି ଯୋଗଦେଇ ଓଡ଼ିଶା ବିକାଶର ଆଭିମୁଖ୍ୟ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।

OTV Foresight

OTV Foresight Photograph: (OTV)

Advertisment

ଓଟିଭି ଫୋରସାଇଟ୍ ମଞ୍ଚରେ ଓଡ଼ିଶାର ବିକାଶ ଭିଜନକୁ ନେଇ ଆଲୋଚନା । ବିକଶିତ ଓଡ଼ିଶା-୨୦୩୬ର ରୋଡ୍ ମ୍ୟାପ ଶୀର୍ଷକରେ ହୋଇଥିବା ଆଲୋଚନାରେ ରାଜ୍ୟର ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସର ପ୍ରତିନିଧି ଯୋଗଦେଇ ଓଡ଼ିଶା ବିକାଶର ଆଭିମୁଖ୍ୟ ସମ୍ପର୍କରେ ନିଜ ନିଜର ମତ ଉପସ୍ଥାପନ କରିଥିଲେ ।

Advertisment

ଏକ ଭିଜନର ଆବଶ୍ୟକତା

ବିଜେପି ସାଂସଦ ପ୍ରଦୀପ ପୁରୋହିତ ଆଲୋଚନାରେ ଭାଗନେଇ କହିଥିଲେ, ବିକଶିତ ଓଡ଼ିଶା ପାଇଁ ୨ ବର୍ଷ କି ୫ ବର୍ଷ ଯଥେଷ୍ଟ ନୁହେଁ। ଏଥିପାଇଁ ଇଚ୍ଛାଶକ୍ତି ଓ ଏକ ଭିଜନର ଆବଶ୍ୟକତା ରହିଛି। ମୋହନ ମାଝୀଙ୍କ ସରକାର ଏଥିପ୍ରତି ଗୁରୁତ୍ବ ଦେଇ ମୂଳଦୂଆ ପକାଇସାରିଛନ୍ତି। ୨୦୩୬ରେ ଓଡ଼ିଶାର ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାକୁ ଦେଶର ଏକ ସମୃଦ୍ଧ ରାଜ୍ୟରେ ପରିଣତ କରାଯିବ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଓଡ଼ିଶାକୁ ବିଶେଷ ଗୁରୁତ୍ବ ଦେଉଛନ୍ତି । ସରକାରଙ୍କ ବିକାଶ ଆଭିମୁଖ୍ୟକୁ କଟାକ୍ଷ କରି ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି, ମୂଳଦୂଆ ପକାଉ ପକାଉ ଏଥିରେ ଫାଟ ପଡ଼ିଲାଣି । ସେପଟେ କଂଗ୍ରେସ ମଧ୍ୟ ୨୪ ବର୍ଷର ବିଜେଡି ସରକାର ଓ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଘେରିଥିବାବେଳେ ବିରୋଧୀଙ୍କ ସବୁ ପ୍ରଶ୍ନର ଜବାବ ରଖିଥିଲେ ବିଜେପି ସାଂସଦ ପ୍ରଦୀପ ପୁରୋହିତ । 

Advertisment

ଓଡ଼ିଶାର ବିକାଶ ଭିଜନକୁ ନେଇ ଚର୍ଚ୍ଚା
 

ଓଟିଭି ଫୋରସାଇଟ୍ ମଞ୍ଚରେ ଓଡ଼ିଶାର ବିକାଶ ଭିଜନକୁ ନେଇ ଆଲୋଚନା
ବିକଶିତ ଓଡ଼ିଶା-୨୦୩୬ର ରୋଡ୍ ମ୍ୟାପ୍ ଶୀର୍ଷକରେ ଆଲୋଚନା
ବିକଶିତ ଓଡ଼ିଶା ପାଇଁ ଭିଜନର ଆବଶ୍ୟକତା ରହିଛି
ମୋହନ ମାଝୀଙ୍କ ସରକାର ମୂଳଦୂଆ ପକାଇସାରିଛନ୍ତି
୨୦୩୬ବେଳକୁ ଓଡ଼ିଶାକୁ ସମୃଦ୍ଧ ରାଜ୍ୟରେ ପରିଣତ କରାଯିବ
ମୂଳଦୂଆ ପକାଉ ପକାଉ ଫାଟ ପଡ଼ିଲାଣି
ବିଜେଡି ଓ ବିଜେପିକୁ ବିଭିନ୍ନ ପ୍ରସଙ୍ଗରେ ଘେରିଲା କଂଗ୍ରେସ

OTV Foresight foresight otv
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ