Advertisment

Odia Medical Student from Balasore Gang-Raped: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୀଡ଼ିତା ବାଲେଶ୍ବର ଜଳେଶ୍ବର ଅଞ୍ଚଳର

ପଶ୍ଚିମବଙ୍ଗରେ ପୁଣି କଳଙ୍କ...ପୁଣି କୁତ୍ସିତ କାଣ୍ଡ। ପିଶାଚଙ୍କ କୁକର୍ମ ଯୋଗୁ ଚାଲିଗଲା ଓଡ଼ିଆ ଝିଅର ମାନ ସମ୍ମାନ...ଇଜ୍ଜତ ମହତ୍...ପୁରୁଷ ବନ୍ଧୁ ସହ ଯାଇଥିବା ଛାତ୍ରୀ ଗଣଦୁଷ୍କର୍ମ ପରେ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି ମେଡ଼ିକାଲ୍ ICUରେ। ଅବସ୍ଥା ଗୁରୁତର।

ODIA_MEDICAL_STUDENT

ODIA_MEDICAL_STUDENT Photograph: (OTV)

Advertisment

କୋଲକାତା ଆର୍.ଜି.କର ଲଜ୍ଜା ଦୁର୍ଗାପୁରରେ ରିପିଟ୍। ପଶ୍ଚିମବଙ୍ଗ ଦୁର୍ଗାପୁର ମେଡ଼ିକାଲ୍ କଲେଜର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କ ସହ ଘଟିଛି ଜଘନ୍ୟ କାଣ୍ଡ। ଯାହାଙ୍କ ଘର ବାଲେଶ୍ବର ଜଳେଶ୍ବର ଅଞ୍ଚଳରେ। ତାଙ୍କୁ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି କରାଯାଇଛି। ଘଟଣାରେ ପୁରୁଷ ବନ୍ଧୁ ସହ ଏକାଧିକଙ୍କ ସଂପୃକ୍ତି ଥିବା ଏବଂ ୨୪ ଘଣ୍ଟା ହୋଇଥିଲେ ବି ମମତା ସରକାର ଆଖିଦୃଶିଆ ଆକ୍ସନ ନେଇନଥିବାରୁ କ୍ଷୁବ୍ଧ ହୋଇଛନ୍ତି ପୀଡ଼ିତାଙ୍କ ବାପା।

Advertisment

ଏଣେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଉଦବେଗ ପ୍ରକାଶ କରି ଦୃଷ୍ଟାନ୍ତମୂଳକ ଆକ୍ସନ ପାଇଁ ପଶ୍ଚିମବଙ୍ଗ ସିଏମଙ୍କ ଆଗରେ ଦାବି ରଖିଥିବାବେଳେ ଏହି ଘଟଣାକୁ ନେଇ ପୁଣି ଦେଶବ୍ୟାପି ହଲଚଲ୍। ...
ପଶ୍ଚିମବଙ୍ଗରେ ପୁଣି କଳଙ୍କ...ପୁଣି କୁତ୍ସିତ କାଣ୍ଡ। ପିଶାଚଙ୍କ କୁକର୍ମ ଯୋଗୁ ଚାଲିଗଲା ଓଡ଼ିଆ ଝିଅର ମାନ ସମ୍ମାନ...ଇଜ୍ଜତ ମହତ୍...ପୁରୁଷ ବନ୍ଧୁ ସହ ଯାଇଥିବା ଛାତ୍ରୀ ଗଣଦୁଷ୍କର୍ମ ପରେ ଜୀବନ-ମରଣ ସହ ସଂଘର୍ଷ କରୁଛନ୍ତି ମେଡ଼ିକାଲ୍ ICUରେ। ଅବସ୍ଥା ଗୁରୁତର।

ଏଣେ ଏହି ଲଜ୍ଝା ବିରୋଧରେ ମେଡ଼ିକାଲ୍ ବାହାରେ ସହପାଠୀଙ୍କ ସହ ଅନ୍ୟ ଛାତ୍ରଛାତ୍ରୀ କରିଛନ୍ତି ଗର୍ଜନ। ଏଥର ଆରଜି କର୍ ନୁହେଁ, ବରଂ ଦୁର୍ଗାପୁର ସ୍ଥିତ ଘରୋଇ ମେଡ଼ିକାଲ୍ କଲେଜ୍। ଦ୍ୱିତୀୟ ବର୍ଷର MBBS ଛାତ୍ରୀଙ୍କୁ ଗଣଦୁଷ୍କର୍ମର ସଂଗୀନ ଅଭିଯୋଗ ପରେ ତାତି ଉଠିଛନ୍ତି ସମସ୍ତେ। ପୀଡ଼ିତାଙ୍କ ବାପାଙ୍କ କହିବା କଥା, ଶୁକ୍ରବାର, ସମୟ ରାତି ପ୍ରାୟ ସାଢ଼େ ୯ଟା। ଗୁପଚୁପ୍ ଖାଇବା ପାଇଁ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ ବାହାରକୁ ଯାଇଥିଲେ ଓଡ଼ିଆ ଡାକ୍ତରୀ ଛାତ୍ରୀ। ଏତିକି ବେଳେ କ୍ୟାମ୍ପସ ନିକଟ ନିର୍ଜନ ସ୍ଥାନକୁ ଟାଣି ନେଇଯାଇଥିଲେ ଯୌନ ରାକ୍ଷସ ମାନେ।

Advertisment

ଏକ ନିଛାଟିଆ ସ୍ଥାନରେ ଝୁଣି ପକାଇଥିଲେ ଜହ୍ଲାଦ ମାନେ। କୁହାଯାଉଛି, ଗ୍ୟାଙ୍ଗରେ ଥିଲେ ୪ରୁ ୫ ଜଣ। ପୁରୁଷ ବନ୍ଧୁ ଉପସ୍ଥିତିରେ ମାଡ଼ ମାରିବା ସହ ଗଣଦୁଷ୍କର୍ମ କଲେ ଛାତ୍ରୀଙ୍କୁ। ଏପରିକି ମୋବାଇଲ୍ ଏବଂ ପାଖରେ ଥିବା ୫ ହଜାର ଟଙ୍କା ଛଡ଼ାଇ ନେଇଯାଇଥିଲେ। 

ଇତିମଧ୍ୟରେ ଘଟଣାକୁ ୨୪ ଘଣ୍ଟା ହୋଇଗଲାଣି। ପୋଲିସ ମାମଲା ରୁଜୁ କରିବା ସହ ଦୀର୍ଘ ସମୟ ଧରି ପୀଡ଼ିତାଙ୍କ ବାପା ଏବଂ ସଂପର୍କୀୟଙ୍କୁ ଡାକି ତଥ୍ୟ ସଂଗ୍ରହ କରିଛି। ଗିରଫଦାରୀ ତ ଦୂରର କଥା ଏଯାଏଁ ଆଖିଦୃଶିଆ ପଦକ୍ଷେପ ନେଇନାହାଁନ୍ତି ପଶ୍ଚିମବଙ୍ଗ ସରକାର। ଯାହାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କ ଉପରେ ଅସନ୍ତୋଷ ଝାଡ଼ିବା ସହ କହିଛନ୍ତି, ଓଡ଼ିଶା ହୋଇଥିଲେ ଆକ୍ସନ ହୋଇସାରିଥାନ୍ତା। ଏପଟେ ଏହି ଅଘଟଣକୁ ନେଇ ପୀଡ଼ିତାଙ୍କ ଅଞ୍ଚଳବାସୀ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। 

Advertisment

୨୦୨୪ ଅଗଷ୍ଟ ୯। ଆର୍.ଜି.କର୍ ମେଡ଼ିକାଲ୍ ଛାତ୍ରୀଙ୍କୁ କରାଯାଇଥିଲା ଦୁଷ୍କର୍ମ ସହ ହତ୍ୟା। ଦୋହଲିଯାଇଥିଲା ସାରା ଦେଶ। ତଥାପି ନିର୍ବିକାର ମମତା ସରକାର। ଆଉ ଏବେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ। ଆର୍.ଜି.କର୍ ଲଜ୍ଜା ପରେ ବି କାହିଁକି କ୍ୟାମ୍ପସରେ ସୁରକ୍ଷା ଦିଗରେ ନିଆଯାଇନଥିଲା ଚରମ ପଦକ୍ଷେପ ? ସଂପୃକ୍ତ ଓଡ଼ିଆ ଛାତ୍ରୀଙ୍କୁ କେହି କାହିଁକି ଉଦ୍ଧାର ପାଇଁ ଉଦ୍ୟମ କଲେ ନାହିଁ ?

ବର୍ଷକ ତଳେ ଘଟିଥିବା ଚାଞ୍ଚଲ୍ୟକର ଘଟଣା ପରେ ବି କାହିଁକି ସମ୍ବେଦନହୀନ ମମତା ସରକାର ? ଏବେ ଏଭଳି ପ୍ରଶ୍ନ ଭିତରେ ପଶ୍ଚିମବଙ୍ଗରେ ବାରମ୍ବାର ଏଭଳି ଘଟଣାକୁ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି। ଆର.ଜି.କର୍ ପୀଡ଼ିତାଙ୍କ ବାପା କ୍ଷୁବ୍ଧ ହେବା ସହ ମମତାଙ୍କ ଇସ୍ତଫା ଦାବି କରିଛନ୍ତି। 

ଏହି ସମ୍ବେଦନଶୀଳ ଘଟଣାକୁ ଗୁରୁତର ସହ ନେଇଛନ୍ତି ଓଡ଼ିଶା ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିଛନ୍ତି। ପଶ୍ଚିମବଙ୍ଗ ସରକାରଙ୍କୁ ଯୋଗାଯୋଗ ପାଇଁ ବରିଷ୍ଠ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କ ପରିବାରକୁ ସବୁ ସହାୟତା ପାଇଁ ବି ପ୍ରତିଶ୍ରୁତି ଦେଇଛନ୍ତି।... 

Gang Rape MBBS Odia Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ