Advertisment

Nitin Nabin Holds First Meeting: ନୂଆ ଅଧ୍ୟକ୍ଷଙ୍କ ନୂଆ ଷ୍ଟ୍ରାଟେଜି; ନିତିନ ନବୀନଙ୍କ ପ୍ରଥମ ବୈଠକ

ନୂଆ ଅଧ୍ୟକ୍ଷଙ୍କ ନୂଆ ଷ୍ଟ୍ରାଟେଜି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ପ୍ରଥମ ବୈଠକ। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରଣନୀତି। ସବୁ ରାଜ୍ୟର ବିଜେପି ସଭାପତିଙ୍କ ସମେତ ପ୍ରଭାରୀ ଉପସ୍ଥିତ।

Nitin Nabin Holds First Meeting

ନୂଆ ଅଧ୍ୟକ୍ଷଙ୍କ ନୂଆ ଷ୍ଟ୍ରାଟେଜି Photograph: (OTV)

Advertisment

ଦାୟିତ୍ୱ ନେବା ପରେ ନିତିନ ନବୀନଙ୍କ ପ୍ରଥମ ବୈଠକ। ମଙ୍ଗଳବାର ଦାୟିତ୍ୱ ଭାର ନେବା ପରେ ବୁଧବାର ଡାକିଲେ ବୈଠକ। ଆକ୍ସନ୍ ମୋଡରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ। 

Advertisment

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ବୈଠକ କରିଛନ୍ତି। ଆଉ ସେ ତାଙ୍କ କାର୍ଯ୍ୟକାଳର ପ୍ରଥମ ନିଷ୍ପତ୍ତିଗୁଡ଼ିକୁ ଅନୁମୋଦନ କରିଛନ୍ତି। ଯେଉଁଥିରେ ବିଧାନସଭା ନିର୍ବାଚନ ଏବଂ କିଛି ପୌର ନିର୍ବାଚନ ପାଇଁ ପ୍ରଭାରୀ ଏବଂ ସହ-ପ୍ରଭାରୀଙ୍କ ନିଯୁକ୍ତି ରହିଛି। ଏହି ନିଯୁକ୍ତିଗୁଡ଼ିକୁ ନବୀନଙ୍କ ସମ୍ଭାବ୍ୟ ଦଳ ଏବଂ ତାଙ୍କ ନେତୃତ୍ୱରେ ଦଳର ଭବିଷ୍ୟତ ନେଇ ରଣନୀତି ପ୍ରସ୍ତୁତ କରିବା ଲକ୍ଷ୍ୟରେ ହୋଇଥିବା କୁହାଯାଉଛି। 

ସେହିପରି ବୈଠକରେ ଓଡ଼ିଶାର ପ୍ରଭାରୀ ଓ ସହ ପ୍ରଭାରୀଙ୍କୁ ବି ଭେଟିଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ। ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡିଙ୍କ ସହ ଆଲୋଚନା ହୋଇଛି। ବୈଠକରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ବରିଷ୍ଠ ନେତା ସାମିଲ ଥିଲେ।

Advertisment
Political News Today Nitin Nabin BJP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ