ଶସ୍ତା Photograph: (OTV)
ଶସ୍ତା...ଶସ୍ତା...ଆଉ ଶସ୍ତା। ମିଡିଲ କ୍ଲାସଙ୍କୁ ବୋନାଞ୍ଜା। ହୋମ୍ ଆପ୍ଲିଆନ୍ସଠାରୁ ଅଟୋ ମୋବାଇଲ୍ । ଗ୍ରୋସରୀରୁ ଘରକରଣା। ସବୁଥିରେ ଫାଇଦା ହିଁ ଫାଇଦା। ପକେଟ ମନି ବଞ୍ଚିଲା, ଘର ଖର୍ଚ୍ଚ କମିଲା। ନୂଆ ସ୍ଲାବ୍ ଲାଗୁ ହେବାକ୍ଷଣି ଆଜି ବଜାର ହଲଚଲ୍ । ଉତ୍ସାହିତ ଗ୍ରାହକ, ଉତ୍ସାହିତ ବ୍ୟବସାୟୀ। ଏ ଚିତ୍ର ହେଉଛି ରାଉରକେଲାର ଏକ ମୋଟର ସାଇକେଲ ସୋ ରୁମର।
ବହୁ ଦିନ ଧରି ଅପେକ୍ଷା କରିଥିବା ଜଣେ ଗ୍ରାହକ ନୂଆ ଜିଏସଟି ଲାଗୁ ହେବା ପରେ ସିଧାସଳଖ ୧୦ ପ୍ରତିଶତ ରିହାତି ପାଇଛନ୍ତି । ସୋରୁମ ମାଲିକ ମଧ୍ୟ ଦୋକାନରେ ନୂଆ ପ୍ରାଇସ୍ ଲିଷ୍ଟ ଦେଖାଇ ଗ୍ରାହକକୁ ଆକୃଷ୍ଟ କରୁଛନ୍ତି । ଭୁବନେଶ୍ବର ହେଉ କି ବାଲେଶ୍ବର । ସବୁଆଡେ ସେହି ସମାନ ଦୃଶ୍ୟ । ବାଲେଶ୍ବରର ଏକ କାର ସୋରୁମରେ ଡିଲରମାନେ କେଉଁ କାର ଉପରେ କେତେ ଜିଏସଟି ଛାଡ ହୋଇଛି ଏବଂ ନୂଆ ପ୍ରାଇସ ଲେଖିଛନ୍ତି । ନୂଆ ସ୍ଲାବ୍ ଆସୁ ଆସୁ ଗ୍ରାହକ ମଧ୍ୟ ନିଜ ମନ ପସନ୍ଦର କାର ଉପରେ ଲକ୍ଷେରୁ ଅଧିକ ଟଙ୍କା ଛାଡ ପାଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ନୂଆ ଅତିଥି ଭାବେ ନୂଆ କାରକୁ ପୁଜା କରି ଘରକୁ ନେଇଛନ୍ତି ।
ଜିଏସଟିର ବଡ ଡିସକାଉଣ୍ଟ ପରେ ଅଟୋ ମୋବାଇଲ୍ ସୋ ରୁମଠାରୁ ଆରମ୍ଭକରି ହୋମ ଆପ୍ଲିଆନ୍ସ ଦୋକାନରେ ଗ୍ରାହକଙ୍କ ଭିଡ ଆରମ୍ଭ ହୋଇଯାଇଛି । ଏୟାର କଣ୍ଡିସନ୍, ୪୩ ଇଞ୍ଚିରୁ ଅଧିକ ଏଲଇଡି ଟିଭି ଏବଂ ଡିସୱାସ୍ ଉପରେ ୨୮ ବଦଳରେ ୧୮ ପ୍ରତିଶତ ଜିଏସଟି ଛାଡ ଫଳରେ ସିଧା ଫାଇଦା ହାସଲ ଅପେକ୍ଷାରେ ଗ୍ରାହକ ।
ପୂର୍ବରୁ କ୍ଷୀର ଜାତୀୟ ଦ୍ରବ୍ୟ ଉପରେ ଅମୁଲ ଏବଂ ପିଇବା ପାଣି ଉପରେ ରେଲୱେ ଜିଏସଟି ଛାଡ଼ କରିଥିଲା। ଓମଫେଡ୍ କ୍ଷୀର ଜାତୀୟ ଦ୍ରବ୍ୟ ଉପରେ ଜିଏସଟି ହ୍ରାସକରି ରାଜ୍ୟବାସୀଙ୍କୁ ଦେଇଛି ବଡ଼ ଭେଟି । ଓମଫେଡ୍ ଦୁଗ୍ଧରେ ପୂର୍ବରୁ ଜିଏସ୍ଟି ଲାଗୁ ହେଉନଥିବାରୁ ଏବେ ମଧ୍ୟ ଲାଗୁ ହୋଇନି । ତେଣୁ ଦୁଗ୍ଧ ଦରରେ କୌଣସି ପରିବର୍ତ୍ତନ ହୋଇନି।
କେବଳ ଓମଫେଡର ଛେନା, ପନିର ଉପରେ କେନ୍ଦ୍ର ସରକାର ୫ ପ୍ରତିଶତ ଜିଏସ୍ ଟି ହ୍ରାସ କରିଛନ୍ତି । ଫଳରେ ପନିର ଓ ଛେନା ଦର ହ୍ରାସ ପାଇଛି । ପନିର ୨୦୦ ଗ୍ରାମ୍ ଉପରେ ୫ ଟଙ୍କା ହ୍ରାସ ପାଇଥିବା ବେଳେ ୫୦୦ ଗ୍ରାମ ପ୍ୟାକରେ ୧୦ ଟଙ୍କା ହ୍ରାସ ହୋଇଛି । ଘିଅ ଉପରେ ଗୋଟିଏ ୧୫ ଲିଟର ଟିଣ ଘିଅରେ ୫୦୭ ଟଙ୍କା ହ୍ରାସ ପାଇଛି ।
ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳ ଗସ୍ତ ବେଳେ ଇଟାନଗରରେ ଜିଏସଟି ସଞ୍ଚୟ ଉତ୍ସବରେ ଭାଗ ନେଇଥିଲେ । ଏହି ଅବସରରେ ସେ ସ୍ଥାନୀୟ ଉଦ୍ୟୋଗୀ, ବ୍ୟବସାୟୀଙ୍କ ସହ ଆଲୋଚନା କରିବା ସହ ଜିଏସଟି ସଂସ୍କାର ଦ୍ବାରା କୃଷି, ମତ୍ସ୍ୟ, ଅନ୍ୟ ସ୍ଥାନୀୟ ସେକ୍ଟରକୁ ଫାଇଦା ମିଳିବ ବୋଲି କହିଛନ୍ତି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/09/23/gst-d-2025-09-23-14-14-46.jpg)