Advertisment

Terror Network Evolves: ଆତଙ୍କବାଦୀ ଇକୋସିଷ୍ଟମରେ ନୂଆ ଟ୍ରେଣ୍ଡ୍ ହ୍ବାଇଟ୍ କଲାର ମଡ୍ୟୁଲ, ଦ୍ବିତୀୟ ଭଗବାନ କଲେ ଆତ୍ମଘାତୀ କାମ

ଦିଲ୍ଲୀ ବିସ୍ଫୋରଣ ପଛରେ ହ୍ବାଇଟ କଲାର ଟେରର ମଡ୍ୟୁଲ। ଉଚ୍ଚଶିକ୍ଷିତଙ୍କୁ ନେଇ ଗଠନ ହୋଇଥିଲା ଆତଙ୍କୀ ଗୋଷ୍ଠୀ। ଆତଙ୍କୀ ଗୋଷ୍ଠୀରେ ଥିଲେ ୫ ଡାକ୍ତର। କାହାରି ସଂଦେହ ଯେପରି ନହେବ ସେଥିପାଇଁ ହୋଇଥିଲା ଯୋଜନା।

WHITE-COLLAR-TERROR

WHITE-COLLAR-TERROR Photograph: (OTV)

Advertisment

ଦିଲ୍ଲୀ ବିସ୍ଫୋରଣ ପଛରେ ହ୍ବାଇଟ କଲାର ଟେରର ମଡ୍ୟୁଲ। ଉଚ୍ଚଶିକ୍ଷିତଙ୍କୁ ନେଇ ଗଠନ ହୋଇଥିଲା ଆତଙ୍କୀ ଗୋଷ୍ଠୀ। ଆତଙ୍କୀ ଗୋଷ୍ଠୀରେ ଥିଲେ ୫ ଡାକ୍ତର। କାହାରି ସଂଦେହ ଯେପରି ନହେବ ସେଥିପାଇଁ ହୋଇଥିଲା ଯୋଜନା। କାଶ୍ମୀରରୁ ଫରିଦାବାଦ ଯାଏଁ ଲମ୍ବିଥିଲା ଆତଙ୍କୀ ଲିଙ୍କ୍। ଭାରତରେ ଟେରର ନେଟୱର୍କର ଏହି ନୂଆ ମଡେଲକୁ ନେଇ ସୁରକ୍ଷା ଏଜେନସୀଙ୍କ ଚିନ୍ତା ବଢ଼ିଛି। ଜୀବନ ବଞ୍ଚାଇବା ବଦଳରେ ମୃତ୍ୟୁର ତାଣ୍ଡବ ରଚୁଥିବା ଏଇ ହରର୍ ଡକ୍ଟରଙ୍କ ଟେରର ଆକ୍ଟିଭିଟିକୁ ନେଇ ଏଇ ରିପୋର୍ଟ।...

Advertisment

ଯନ୍ତ୍ରଣା ଦୂର ପାଇଁ ତାଲିମ ନେଇଥିଲେ । ଦୁଃଖ ବୁଝି ଜୀବନ ବଞ୍ଚାଇବାକୁ ପଣ କରିଥିଲେ ।ହେଲେ ଦ୍ବିତୀୟ ଭଗବାନ କଲେ ଆତ୍ମଘାତୀ କାମ । ଆତଙ୍କବାଦୀ ଇକୋସିଷ୍ଟମରେ ନୂଆ ଟ୍ରେଣ୍ଡ୍ ହ୍ବାଇଟ୍ କଲାର ମଡ୍ୟୁଲ । ଟେରର ପ୍ରୟୋଗଶାଳାର ଇଏ ସେହି 5 ଆତଙ୍କୀ ଡାକ୍ତର ଉମର ମହମ୍ମଦ। ପେସାରେ ଥିଲା ଡାକ୍ତରୀ ହେଲେ ଶିରା ପ୍ରଶିରାରେ ଥିଲା ଆତଙ୍କୀ ରୂପ। ଡାକ୍ତରରୁ ସନ୍ଦିଗ୍ଧ ସୁଇସାଇଡ ବମ୍ବର। ଫରିଦାବାଦ ଅଲ ଫଲା ମେଡିକାଲ କଲେଜରେ ପ୍ରଫେସର ଥିଲା ଉମର।

ପୁଲୱାମାରେ ଜନ୍ମ ନେଇଥିବା ଉମର ଶ୍ରୀନଗର ସରକାରୀ ମେଡିକାଲ କଲେଜରେ ପଢା ସାରିବା ପରେ ଅନନ୍ତନାଗ ସରକାରୀ ମେଡିକାଲ କଲେଜରେ ସିନିୟର ରେସିଡେଣ୍ଟ ଭାବେ ଯୋଗ ଦେଇଥିଲା। ଏହାପରେ ତାର ଫରିଦାବାଦକୁ ବଦଳି ହୋଇଥିଲା। ଡାକ୍ତରୀ ବୃତ୍ତିକୁ ସିନା ଅପଣାଇଥିଲା ହେଲେ ତା ମନରେ କିନ୍ତୁ ଉଛୁଳୁଥିଲା ପାକିସ୍ତାନ ପ୍ରେମ। ନିଜ ସହଯୋଗୀ ଡାକ୍ତର ଆଦିଲ, ଡାକ୍ତର ମୁଜାମିଲ, ଡାକ୍ତର ମୟୁଦ୍ଦିନ, ଡାକ୍ତର ସାହିଲ ସହ ବେଶ ଘନିଷ୍ଠ ଥିଲା ଉମର। କହିବାକୁ ଗଲେ ଏମାନଙ୍କର ଥିଲା ଏକ ବଡ ନେଟୱାର୍କ।

Advertisment

ପୂରା ଟିମର ମୁଖ୍ୟ ଥିଲା ଉମର। ଯୋଗଯୋଗ ପାଇଁ ଏକ ଟେଲିଗ୍ରାମ ଗ୍ରୁପ କରିଥିଲେ। ରୀତିମତ ଢଙ୍ଗରେ ଏମାନେ ନିଜ ଭିତରେ ସମ୍ପର୍କରେ ରହୁଥିଲେ। ଏମାନଙ୍କର ଲିଙ୍କ ଆଇଏସଆଇ ପର୍ଯ୍ୟନ୍ତ ବି ରହୁଥିଲା। ପାକିସ୍ତାନର ଜୈଶ ମହମ୍ମଦ ଏମାନଙ୍କ ପଛରେ ରହିଥିବା କୁହାଯାଉଛି। ସିସିଟିଭି ଫୁଟେଜ କହୁଛି, ଦିଲ୍ଲୀ ବ୍ଲାଷ୍ଟ ବେଳେ ଉମର ମହମ୍ମଦ ହିଁ ଆଇ ୨୦ କାର ଡ୍ରାଇଭ କରୁଥିଲା। ଘଟଣାସ୍ଥଳରୁ ତାର ଖଣ୍ଡବିଖଣ୍ଡିତ ଶରୀର ମିଳିଛି। ଆଉ ସେ ନିଜେ ହିଁ ପୂରା ବ୍ଲୁପ୍ରିଣ୍ଟ ତିଆରି କରିଥିବା ଜାତୀୟ ଗଣମାଧ୍ୟମରେ କୁହାଯାଇଛି।

ଜମ୍ମୁ କାଶ୍ମୀରରୁ ଉତ୍ତରପ୍ରଦେଶ, ହରିୟାଣାରୁ ଦିଲ୍ଲୀ । ପୂରା ଉତ୍ତର ଭାରତରେ ଏମାନେ ଆତଙ୍କ ଖେଳାଇଥିଲେ। କେମିତି କରିଥିଲେ ପ୍ଲାନ ? ଅକ୍ଟୋବର ୧୯ରେ ଶ୍ରୀନଗରର ବିଭିନ୍ନ ସ୍ଥାନରେ ଆତଙ୍କୀ ସଙ୍ଗଠନ ଜୈଶ ଇ ମହମ୍ମଦର ପୋଷ୍ଟର ମାରିଥିଲା ଡାକ୍ତର ଆଦିଲ। ଯେଉଁଥିପାଇଁ କିଛି ଦିନ ପରେ ତାକୁ ଉତ୍ତରପ୍ରଦେଶରୁ ଗିରଫ କରାଯାଇଥିଲା। ତାଠାରୁ ଏକେ ୪୭ ରାଇଫଲ ସହ କଲେଜ ଲକରରୁ ଅସ୍ତ୍ରଶସ୍ତ୍ର ବି ପାଇଥିଲା ପୋଲିସ। ଏଥିସହ ବିସ୍ଫୋରକ ସହ ବମ ପ୍ରସ୍ତୁତି ଉପକରଣ ବି ଜବତ ହୋଇଥିଲା। ଏହାପରେ ଆଉ ଜଣେ ଡାକ୍ତର ମୁଜାମିଲଙ୍କ ଫରିଦାବାଦ ଘରୁ ମିଳିଥିଲା ୨୯ ଶହ କେଜିର ଆମୋନିୟମ ନାଇଟ୍ରେଟ। ୨୦ଟି ଟାଇମର ଓ ୨୦ ବ୍ୟାଟେରୀ ମଧ୍ୟ ଜବତ ହୋଇଥିଲା। 

Advertisment

ଜବତ ହୋଇଥିଲା ବିସ୍ଫୋରକ 

ଅଲ ଫଲା ମେଡିକାଲ କଲେଜ ଡାକ୍ତର ଶାହିନ ଶାହିଦଙ୍କ ଗାଡିରୁ ମିଳିଥିଲା ଏକେ ୭୪ ରାଇଫଲ। ଏଥିସହ କିଛି ବିସ୍ଫୋରକ ବି ଜବତ ହୋଇଥିଲା। ସେହି ସମୟରେ ଉମର କିନ୍ତୁ ଫେରାର ହୋଇଥିଲା। ଡାକ୍ତର ମୟୁଦ୍ଦିନକୁ ନଭେମ୍ବର ୮ରେ ଗୁଜରାଟ ପୋଲିସ ଗିରଫ କରିବା ବେଳେ ତାଠାରୁ ବି ବହୁ ବିସ୍ଫୋରକ ଜବତ ହୋଇଥିଲା। ତେବେ ଉମର ପୂରା ଟିମର ମୁଖ୍ୟ ଥିବାରୁ ସେ ବିସ୍ଫୋରକ ଓ ଅସ୍ତ୍ର ମହଜୁଦ ରଖିବା ଓ ବାଣ୍ଟିବା ଦାୟିତ୍ବରେ ଥିବା ସନ୍ଦେହ କରାଯାଉଛି।... 

ଆତଙ୍କବାଦୀଙ୍କ ହ୍ବାଇଟ୍ କଲାର ଟେରର ଇକୋସିଷ୍ଟମ୍- ସୁରକ୍ଷା ବ୍ୟବସ୍ଥା ପାଇଁ ଏକ ନୂଆ ଚ୍ୟାଲେଞ୍ଜ। ଯେଉଁମାନେ ନିଜ ବୃତ୍ତିଗତ ଦକ୍ଷତାକୁ ଆତଙ୍କୀ କାର୍ଯ୍ୟକଳାପରେ ବ୍ୟବହାର କରିଥାଆନ୍ତି ତାଙ୍କୁ ହ୍ବାଇଟ କଲାର ଟେରର ବୋଲି କୁହାଯାଇଥାଏ। ଏହି ଗ୍ରୁପକୁ ଚିହ୍ନଟ କରିବା ଭାରତର ଗୁଇନ୍ଦା ପାଇଁ ଏକ ବଡ଼ ଆହ୍ବାନ। ତେବେ ଏହାପଛରେ ପାକିସ୍ତାନର ଏକ ବଡ଼ ହାତ ଥିବା କୁହାଯାଉଛି।

୧୯୯୦ରୁ ୨୦୦୦ ଭିତରେ ଆଇଏସଆଇ ଏମିତି କିଛି ରଣନୀତି ପ୍ରସ୍ତୁତ କରି ଭାରତକୁ ଅସ୍ଥିର କରିବାକୁ ଉଦ୍ୟମ କରିଥିଲା। ଯାହାର ପରିଣାମ ଏବର ଏଇ ଆତଙ୍କୀ ଡାକ୍ତର ମଡ୍ୟୁଲ ବୋଲି କୁହାଯାଉଛି। କାରଣ କେହି କେବେ ସନ୍ଦେହ କରିବେନି ଷ୍ଟେଥୋ ବଦଳରେ ଜଣେ ଡାକ୍ତର ଏ-କେ 47 ଧରିବ ବୋଲି। ଘଟଣାରେ ଉମର ପରିବାର ଲୋକଙ୍କ ଡିଏନଏ ଟେଷ୍ଟ କରାଯାଇଛି। ରିପୋର୍ଟ ଆସିଲେ ସବୁକିଛି ସ୍ପଷ୍ଟ ହୋଇଯିବ। ତେବେ ପୂରା ଘଟଣାରେ ଉମରର ମାଆ ଓ ତାର ଭାଇକୁ ଅଟକ ରଖାଯାଇଛି।.... 

Terrorism Delhi Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ