New-Rules-from-October Photograph: (OTV)
ନୂଆ ମାସ, ନୂଆ ନିୟମ। ହୋଇଛି ବଡ଼ ପରିବର୍ତ୍ତନ। ଅକ୍ଟୋବର ୧ ରୁ ସାରା ଦେଶରେ କିଛି ନୂଆ ନିୟମ ଲାଗୁ ହୋଇଛି। ଯାହା ସାଧାରଣ ଲୋକଙ୍କ ପକେଟରୁ ଆରମ୍ଭ କରି ସେମାନଙ୍କ ଦୈନନ୍ଦିନ ଜୀବନ ପର୍ଯ୍ୟନ୍ତ ସିଧାସଳଖ ପ୍ରଭାବ ପକାଇବ।
ସେ UPI କାରବାର ହେଉ କି ରେଳ ଟିକେଟ୍ ବୁକିଂ ବା LPG ସିଲିଣ୍ଡର ସବୁଠି କିଛି ନୂଆ ପରିବର୍ତ୍ତନ ହୋଇଛି। ଅନେକ ସମୟରେ ମାସର ଆରମ୍ଭରେ ହେଉଥିବା ଏହି ପରିବର୍ତ୍ତନଗୁଡ଼ିକୁ ଆମେ ଅଣଦେଖା କରୁ କିନ୍ତୁ ଏହା ସିଧାସଳଖ ଆମର ବଜେଟ୍ ଏବଂ କାମକୁ ପ୍ରଭାବିତ କରେ। ଏନେଇ ପ୍ରତ୍ୟେକ ଲୋକ ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ସଚେତନ ରହିବା ଜରୁରୀ। ତେବେ ଅକ୍ଟୋବର ୧ରୁ ପରିବର୍ତ୍ତନ ହୋଇଥିବା ନୂଆ ନିୟମ ବିଷୟରେ ଆସନ୍ତୁ ଜାଣିବା।
ରେଳ ଟିକେଟ ବୁକିଂ ନିୟମରେ ହୋଇଛି ପରିବର୍ତ୍ତନ। ଯେଉଁମାନଙ୍କର ଆଧାର ଭେରିଫିକେସନ ହୋଇସାରିଛି, କେବଳ ସେହିମାନେ ରିଜର୍ଭେସନ ଖୋଲିବାର ପ୍ରଥମ ୧୫ ମିନିଟ୍ ମଧ୍ୟରେ ଟିକେଟ ବୁକ୍ କରିପାରିବେ।
ଜାତୀୟ ପେନସନ ବ୍ୟବସ୍ଥା ବା NPS ସହିତ ଜଡିତ ନିୟମରେ ମଧ୍ୟ ହୋଇଛି ବଡ ପରିବର୍ତ୍ତନ।
ଏବେ ଅଣ-ସରକାରୀ କ୍ଷେତ୍ରର ଗ୍ରାହକମାନେ ଗୋଟିଏ PAN କିମ୍ବା PRAN ଅଧୀନରେ ଏକାଧିକ ଯୋଜନାରେ ନିବେଶ କରିପାରିବେ। ସେହିପରି ନୂଆ PRAN ଖୋଲିବା ସମୟରେ, ସରକାରୀ କର୍ମଚାରୀମାନଙ୍କୁ e-PRAN କିଟ୍ ପାଇଁ ୧୮ ଟଙ୍କା ଶୁଳ୍କ ଦେବାକୁ ପଡିବ।
୫ ଲକ୍ଷ ହୋଇପାରିବ ଟ୍ରାନ୍ସଫର୍
UPI ରେ ହୋଇଥିବା ପରିବର୍ତ୍ତନ ଅନୁସାରେ ଆପଣ ଆଉ UPI ଆପ୍ରେ ସିଧାସଳଖ କାହାକୁ ଟଙ୍କା ମାଗିପାରିବେ ନାହିଁ। ସେହିପରି ଏବେ ଆପଣ UPI ବ୍ୟବହାର କରି ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିପାରିବେ, ପୂର୍ବରୁ ଏହି ସୀମା ୧ ଲକ୍ଷ ଟଙ୍କା ଥିଲା।
ତେବେ ଦଶହରା ଏବଂ ଦୀପାବଳି ପୂର୍ବରୁ LPG ରନ୍ଧନ ଗ୍ୟାସ୍ରେ ଲୋକଙ୍କୁ ଲାଗିଛି ଝଟ୍କା। ବଡ ବଡ ସହରେ
୧୯ କିଲୋଗ୍ରାମର କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ପୂର୍ବରୁ ୧୫୮୦ ଟଙ୍କା ଥିବା ବେଳେ ଏବେ ୧୫୯୫ ଟଙ୍କା ୫୦ ପଇସା ହୋଇଛି।
ଡାକ ବିଭାଗ ସ୍ପିଡ୍ ପୋଷ୍ଟ ସେବା ପାଇଁ ଶୁଳ୍କରେ ପରିବର୍ତ୍ତନ କରିଛି। କିଛି କ୍ଷେତ୍ରରେ ଶୁଳ୍କ କମ୍ କରାଯାଇଛି, କିନ୍ତୁ ଅଧିକାଂଶ ସ୍ଥାନ ପାଇଁ ଏହାକୁ ବୃଦ୍ଧି କରାଯାଇଛି। ବିଦେଶୀ ଯାତ୍ରୀମାନଙ୍କୁ ଆଉ ଇମିଗ୍ରେସନ କାଉଣ୍ଟରରେ ଲମ୍ବା ଧାଡ଼ିରେ ଠିଆ ହେବାକୁ ପଡିବ ନାହିଁ। ସେମାନେ ଅନଲାଇନରେ ଏକ ଡିଜିଟାଲ୍ ଆରାଇଭାଲ୍ କାର୍ଡ ପୂରଣ କରିପାରିବେ, ଯେଉଁଥିରେ କୌଣସି ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିବାକୁ ପଡିବ ନାହିଁ।
ଅଧିକ ଦେଖନ୍ତୁ:
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/01/new-rules-from-october-2025-10-01-18-44-24.jpg)