bihar Photograph: (OTV)
ବିହାରରେ NDAକୁ ବଡ଼ ସଫଳତା । ସଂଖ୍ୟାଗରିଷ୍ଠତା ଟପି ୧୬୦ରୁ ଊର୍ଦ୍ଧ୍ୱ ଆସନରେ ଆଗୁଆ । ପଛରେ ପଡ଼ିଛି ମହାଗଠବନ୍ଧନ । ନିର୍ବାଚନରେ ପାଦ ଥାପିଥିବା ପ୍ରଶାନ୍ତ କିଶୋର ନିରାଶ । ସେପଟେ RJDର ତେଜସ୍ୱୀ ଯାଦବ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ମୈଥିଲି ଠାକୁର ଓ ଜେଡିୟୁର ଅନନ୍ତ କୁମାର ସିଂ ବି ଆଗୁଆ ଅଛନ୍ତି ।
ବିହାରରେ ଏକଜାଟ୍ ହେବ କି ଏକଜିଟ୍ ପୋଲ ? ମୋଟ୍ ୨ହଜାର ୬୧୬ ପ୍ରାର୍ଥୀଙ୍କ ଆଜି ଭାଗ୍ୟ ପରୀକ୍ଷା । ବିହାରରେ ଏଥର ଐତିହାସିକ ଭୋଟିଂ ହୋଇଛି। ମୋଟ୍ ୬୬.୯୧ ପ୍ରତିଶତ ମତଦାନ କରିଛି ବିହାର। ଯାହା ୧୯୫୧ ପରଠୁ ସର୍ବାଧିକ। ସେହିପରି ୨୦୨୦ ବିଧାନସଭା ନିର୍ବାଚନ ଅପେକ୍ଷା ୯.୬ ପ୍ରତିଶତ ଓ ୨୦୨୪ ଲୋକସଭା ନିର୍ବାଚନ ଅପେକ୍ଷା ୧୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଛି ଏଥର। ପ୍ରଥମ ପର୍ଯ୍ୟାୟରେ ମୋଟ୍ ୬୫.୦୮ ପ୍ରତିଶତ ଓ ଦ୍ବିତୀୟ ପର୍ଯ୍ୟାୟରେ ମତଦାନ ହାର ରହିଥିଲା ୬୮.୭୮ ପ୍ରତିଶତ।
ଏଥର ଅଧିକ ସଂଖ୍ୟକ ମହିଳା ବି ଭୋଟ୍ ଦେଇଛନ୍ତି। ମୋଟ୍ ୭କୋଟି ୪୫ ଲକ୍ଷ ଭୋଟରଙ୍କ ଭିତରୁ ମହିଳା ଭୋଟରଙ୍କ ସଂଖ୍ୟା ୩କୋଟି ୫୧ ଲକ୍ଷ ଓ ପୁରୁଷ ଭୋଟ୍ ଦେଇଛନ୍ତି ୩ କୋଟି ୯୩ଲକ୍ଷରୁ ଅଧିକ। ମହିଳାଙ୍କ ଭୋଟ୍ ହାର ରହିଛି ୭୧.୬ପ୍ରତିଶତ ଓ ପୁରୁଷ ଭୋଟ ହାର ୬୨.୮ ପ୍ରତିଶତ ରହିଛି। ...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/bihar-2025-11-14-10-35-43.jpg)