Advertisment

Divorce on the Cards: ପତ୍ନୀ ଅପର୍ଣ୍ଣାଙ୍କୁ ଛାଡପତ୍ର ଦେବେ ମୁଲାୟମଙ୍କ ସାନ ପୁଅ ପ୍ରତୀକ, ଆଣିଲେ ଘର ଭାଙ୍ଗିଥିବା ଭଳି ଗୁରୁତର ଅଭିଯୋଗ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି ଯେ ସେ ଖୁବ୍ ଶୀଘ୍ର ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କୁ ଛାଡପତ୍ର ଦେବେ।

Yadav Family

Yadav Family Photograph: (OTV)

Advertisment

ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଭାଇ ପ୍ରତୀକ ଯାଦବ ତାଙ୍କ ପତ୍ନୀ ଅପର୍ଣ୍ଣା ଯାଦବଙ୍କଠାରୁ ଛାଡପତ୍ର ଘୋଷଣା କରିଛନ୍ତି। ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ପ୍ରତୀକ ଯାଦବ ଅପର୍ଣ୍ଣା ଯାଦବଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ପୋଷ୍ଟରେ ପ୍ରତୀକ ଯାଦବ କହିଛନ୍ତି ଯେ ଜଣେ ସ୍ୱାର୍ଥପର ମହିଳା ତାଙ୍କ ପରିବାରକୁ ନଷ୍ଟ କରିଦେଇଛନ୍ତି ଏବଂ ସେ ଖୁବ୍ ଶୀଘ୍ର ଛାଡପତ୍ର ପ୍ରକ୍ରିୟା ଆରମ୍ଭ କରିବେ।

Advertisment

ସେ ତାଙ୍କର ମାନସିକ ଅବସ୍ଥାକୁ ଖରାପ ବୋଲି ବର୍ଣ୍ଣନା କରି କହିଛନ୍ତି ଯେ ଏହି କଷ୍ଟକର ସମୟରେ ମଧ୍ୟ ତାଙ୍କ ସ୍ତ୍ରୀ ତାଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ଅପର୍ଣ୍ଣା ଯାଦବଙ୍କୁ ସ୍ୱାର୍ଥପର ବୋଲି କହି ପ୍ରତୀକ ତାଙ୍କ ପାରିବାରିକ ସମ୍ପର୍କ ଭାଙ୍ଗିଥିବା ବିଷୟରେ ଲେଖିଛନ୍ତି।

ଏଭଳିଆ ଲୋକ ଦେଖିନି

ସେ କହିଛନ୍ତି ଯେ ଅପର୍ଣ୍ଣା କେବଳ ପ୍ରସିଦ୍ଧ ହେବାକୁ ଚାହାଁନ୍ତି। ସେ ( ପ୍ରତୀକ) ଏକ ମାନସିକ ଅବସ୍ଥା ଦେଇ ଗତି କରୁଛନ୍ତି, କିନ୍ତୁ ଅପର୍ଣ୍ଣା ଯାଦବ ତାଙ୍କ ବିଷୟରେ ଚିନ୍ତା କରନ୍ତି ନାହିଁ। ପ୍ରତୀକ କଠୋର ଶବ୍ଦରେ ଲେଖିଛନ୍ତି । ଏପରି ଖରାପ ଆତ୍ମା କେବେ ଦେଖିନାହିଁ ବୋଲି ସେ ଲେଖିଛନ୍ତି ।

Advertisment

ପ୍ରତୀକ ଯାଦବଙ୍କ ଏହି ପୋଷ୍ଟ ପରେ ରାଜନୈତିକ ପ୍ରତିକ୍ରିୟା ତୀବ୍ର ହେବ ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ବିଜେପି ନେତ୍ରୀ ତଥା ଉତ୍ତର ପ୍ରଦେଶ ମହିଳା କମିଶନ ଉପାଧ୍ୟକ୍ଷା ଅପର୍ଣ୍ଣା ଯାଦବ ଏବଂ ପ୍ରତୀକ ଯାଦବଙ୍କ ବିବାହ ପୂର୍ବରୁ ବହୁ ରାଜନୈତିକ ବିବାଦର କେନ୍ଦ୍ରବିନ୍ଦୁ ହୋଇସାରିଛି।

ପ୍ରତୀକଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ରାଜନୈତିକ ଏବଂ ପାରିବାରିକ ମହଲରେ ହଇଚଇ ସୃଷ୍ଟି କରିଛି। ପ୍ରତୀକ ସାଧାରଣତଃ ବ୍ୟବସାୟରେ ମନ ଦେଇଥାଆନ୍ତି । ଦାମୀ କାର୍ ଚଢିବାରେ ତାଙ୍କର ସଉକ୍ । ସେ ରାଜନୀତିରୁ ଦୂରେଇ ରୁହନ୍ତି । କିନ୍ତୁ ତାଙ୍କ ପତ୍ନୀ ଅପର୍ଣ୍ଣା ରାଜନୀତିରେ ବେଶ୍ ସକ୍ରିୟ । 

Advertisment

Divorce Akhilesh Yadav
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ