Advertisment

Big Blow to Red Rebels in Odisha: ଓଡ଼ିଶାରେ ଭାଙ୍ଗିଲା ଲାଲବାହିନୀର ମେରୁଦଣ୍ଡ, ବଡ଼ ଅପରେସନରେ ସଫା ଟପ୍ ମାଓ ନେତା ଗଣେଶ

ଜଙ୍ଗଲରେ ପଶିଗଲେ ୨୦ SOG ଟିମ୍, ଗୋଟିଏ BSF ଟିମ୍, ୨ଟି CRPF ଟିମ୍ ସହ ରାଜ୍ୟ ପୋଲିସ ଫୋର୍ସ। ଏତିକିବେଳେ କନ୍ଧମାଳ ଚକାପାଦ ନିକଟ ଜଙ୍ଗଲରେ ଆରମ୍ଭ ହୋଇଥିଲା ଅନ୍ଧାଧୂନ୍ ଫାୟାରିଂ। ଉଭୟ ପକ୍ଷରୁ ଚାଲିଲା ଗୁଳି ବିନିମୟ।

MAO-LEADER Ganesh

MAO-LEADER Ganesh Photograph: (OTV)

Advertisment

କଳାହାଣ୍ଡି-କନ୍ଧମାଳ ଜିଲ୍ଲାର ବିସ୍ତୀର୍ଣ୍ଣ ଜଙ୍ଗଲରେ ସକ୍ରିୟ ଲାଲବାହିନୀ ଉପରେ ଘନଘନ ପ୍ରହାର। ଆଜି ଓଡ଼ିଶା ନକ୍ସଲଙ୍କ ଟପ୍ ସର୍ଦ୍ଦାର କୁହାଯାଉଥିବା CPI ମାଓବାଦୀ ସେଣ୍ଟ୍ରାଲ କମିଟି ମେମ୍ବର ଗଣେଶ ସହ ୪ ମାଓବାଦୀଙ୍କୁ ଦମନ କରି ବଡ଼ ସଫଳତା ପାଇଛି ଓଡ଼ିଶା ପୋଲିସ। ଓଡ଼ିଶା ସହ ୪ ରାଜ୍ୟ ପାଇଁ ମୋଷ୍ଟୱାଣ୍ଟେଡ୍ ଥିବା ଗଣେଶ ମୁଣ୍ଡ ପାଇଁ ଥିଲା ମୋଟ୍ ୨ କୋଟି ଟଙ୍କାର ପୁରସ୍କାର ରାଶି।

Advertisment

ଯିଏ KKBN ଏବଂ BGN ଡିଭିଜନ ଦାୟିତ୍ବରେ ରହି ନିଦ ହଜାଉଥିଲା ସୁରକ୍ଷାକର୍ମୀଙ୍କର। ଶେଷରେ ଆଜି ସକାଳୁ ୨ ଲେଡି ନକ୍ସଲ ସହ ଗଣେଶକୁ ନିପାତ କରିଛି ପୋଲିସ। ଏହି ଅପରେସନ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି, ଓଡ଼ିଶା ଏବେ ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଠିଆ ହୋଇଛି।...

ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପରେ ଏବେ ଓଡ଼ିଶାରେ ନକ୍ସଲ ପ୍ରହାର। ବଡ଼ଧରଣର ମାଓ ଦମନ ଅପରେସନରେ ମିଳିଛି ବଡ଼ ସଫଳତା। କନ୍ଧମାଳ ଚକାପାଦ ଏବଂ ଗଞ୍ଜାମ ରମ୍ଭା ଜଙ୍ଗଲରେ ଟଳିଛି ଓଡ଼ିଶାର ନକ୍ସଲ ମୁଖିଆ କୁହାଯାଉଥିବା ଦୁର୍ଦ୍ଦାନ୍ତ ଗଣେଶ ଉଇକେ। ତା’ସହ ୪ ମାଓବାଦୀ ବି ସଫା ହୋଇଯାଇଛନ୍ତି ଆଜି ସକାଳୁ ସକାଳୁ। ମୃତ ୪ ଜଣଙ୍କ ମଧ୍ୟରେ ଅଛନ୍ତି ୨ ମହିଳା ମାଓବାଦୀ।

Advertisment

୪ ରାଜ୍ୟର ପୋଲିସ ପାଇଁ ଥିଲା ମୋଷ୍ଟୱାଣ୍ଟେଡ

ଗଣେଶର ମୁଣ୍ଡ ପାଇଁ ଛତିଶଗଡ଼, ଆନ୍ଧ୍ର, ତେଲେଙ୍ଗାନା ଏବଂ ଓଡ଼ିଶା ପୋଲିସ ପକ୍ଷରୁ ପୁରସ୍କାର ରାଶି ଥିଲା ମୋଟ୍ ୨ କୋଟି ଟଙ୍କା। ତା’ଭିତରୁ କୋଟିଏ ୧୦ ଲକ୍ଷ ଟଙ୍କା ସହ ସର୍ବାଧିକ ପୁରସ୍କାର ରାଶି ଘୋଷଣା କରିଥିଲା ଓଡ଼ିଶା ପୋଲିସ। ସେ ଥିଲା ଲାଲବାହିନୀର ଅନ୍ୟତମ ଟପ୍ ସର୍ଦ୍ଦାର। ଯିଏ ଦୀର୍ଘ ୧୦ ବର୍ଷ ଧରି ସକ୍ରିୟ ରହୁଥିଲା ଓଡ଼ିଶା-ଆନ୍ଧ୍ର-ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ରାଜ୍ୟରେ। ତେଲେଙ୍ଗାନା ନାଲଗୋଣ୍ଡାର ମୂଳ ବାସିନ୍ଦା ଗଣେଶ CPIM (ମାଓବାଦୀ)ର କୋର୍ କମିଟି ମେମ୍ବର। ଏହି ୪ ରାଜ୍ୟରେ ବିକାଶ ବିରୋଧୀ ଅଭିଯାନ ଚଳାଇବା ସହ ମାଓ ସଂଗଠନକୁ ଧରି ଜଙ୍ଗଲ ଭିତରେ ତିଆରି କରୁଥିଲା ରଣନୀତି। ଭିଆଉଥିଲା ହିଂସାକାଣ୍ଡ। ସୁରକ୍ଷା ବାହିନୀର ଗୁଳିରେ ଗଣେଶ ଟଳିବା ପରେ ଓଡ଼ିଶା ଭିତରେ ସକ୍ରିୟ ଲାଲ୍ ବାହିନୀର ଭାଙ୍ଗିଯାଇଛି ମେରୁଦଣ୍ଡ। 

CPIM (ମାଓବାଦୀ)ର କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼-KKBN ଏବଂ ବଂଶଧାରା-ଘୁମସର-ନାଗାବଳୀ ଡିଭିଜନ୍-BGNର ଦାୟିତ୍ବରେ ଥିଲା ଗଣେଶ। ବିଶେଷ କରି BGN ଉପରେ ରହୁଥିଲା ତା’ର ଫୋକସ୍। କିନ୍ତୁ କ୍ରମାଗତ ମାଓ ଦମନ ଅପରେସନ୍ ଜାରି ରହିଥିବାରୁ କଳାହାଣ୍ଡି-ରାମପୁର-ବେଲଘର-ବାରଖମା ରୁଟ୍ ବଦଳାଇ ଗଞ୍ଜାମ-ନୟାଗଡ଼-ବୌଦ୍ଧ ଜଙ୍ଗଲ ଭିତରକୁ ଆସି ଲୁଚି ବୁଲୁଥିଲା ଗଣେଶ।

Advertisment

ଶେଷରେ ଗୁଇନ୍ଦା ସୂତ୍ରରୁ ସୂଚନା ପାଇବା ପରେ ଆରମ୍ଭ ହୋଇଥିବା ଅପରେସନ୍। ଆଜି ଭୋରରୁ ଜଙ୍ଗଲରେ ପଶିଗଲେ ୨୦ SOG ଟିମ୍, ଗୋଟିଏ BSF ଟିମ୍, ୨ଟି CRPF ଟିମ୍ ସହ ରାଜ୍ୟ ପୋଲିସ ଫୋର୍ସ। ଏତିକିବେଳେ କନ୍ଧମାଳ ଚକାପାଦ ନିକଟ ଜଙ୍ଗଲରେ ଆରମ୍ଭ ହୋଇଥିଲା ଅନ୍ଧାଧୂନ୍ ଫାୟାରିଂ। ଉଭୟ ପକ୍ଷରୁ ଚାଲିଲା ଗୁଳି ବିନିମୟ। ଶେଷରେ ପୂର୍ବାହ୍ନ ପ୍ରାୟ ୧୦ଟାରେ ଗଣେଶ ସହ ଟଳିପଡ଼ିଲେ ୪ ମାଓବାଦୀ। ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ଖସିଯାଇଥିଲେ। ତେଣୁ ସଂପୃକ୍ତ ଅଞ୍ଚଳରେ ଜାରି ରହିଛି ସର୍ଚ୍ଚ ଅପରେସନ୍। 

କ୍ରମାଗତ ଅପରେସନ୍ ଭିତରେ ଛତିଶଗଡ଼, ଆନ୍ଧ୍ର, ମହାରାଷ୍ଟ୍ରରେ ଲାଲବାହିନୀର ଅଣ୍ଟା ଭାଙ୍ଗିଲାଣି। କେବଳ ଯାହା ଓଡ଼ିଶାରେ ସକ୍ରିୟ ରହିଛନ୍ତି KKBN ଏବଂ BGN ଡିଭିଜନର ପ୍ରାୟ ୫୦ରୁ କମ୍ କ୍ୟାଡର୍ ମାଓବାଦୀ। ଜଗତସିଂହପୁର ଜିଲ୍ଲାର ଅଙ୍କିତା ଓରଫ୍ ଇନ୍ଦୁ ଓରଫ୍ ରଶ୍ମିତା ଲେଙ୍କା ଏବଂ ତା’ସ୍ବାମୀ ନିଖିଲ୍ ଭଳି ପ୍ରାୟ ୬ ଜଣ ସ୍ପେଶାଲ୍ ଜୋନାଲ୍ କମିଟି ସଦସ୍ୟ ସକ୍ରିୟ ଅଛନ୍ତି। ଯେଉଁମାନଙ୍କ ମୁଣ୍ଡ ଉପରେ ୭୫ ଲକ୍ଷ ଲେଖାଏଁ ପୁରସ୍କାର ରାଶି ରହିଛି। ସେହିପରି ୨ ମିଲିଟାରୀ କମାଣ୍ଡର ଓ ୮ ଡିଭିଜନାଲ କମିଟି ସଦସ୍ୟ କାମ କରୁଛନ୍ତି KKBN ଏବଂ BGN ପାଇଁ।

ସୁରକ୍ଷାକର୍ମୀଙ୍କୁ ଗୃହମନ୍ତ୍ରୀ ଶାହଙ୍କ ସାବାସୀ

ଗତ ୨ଦିନ ତଳେ ମାଲକାନଗିରି ପୋଲିସ ନିକଟରେ ୨୨ ମାଓବାଦୀଙ୍କ ଆତ୍ମସମର୍ପଣ ଏବଂ ଗତକାଲି ଆଉ ୨ ଜଣଙ୍କୁ ନିପାତ ପରେ ଏବେ ଏହି ନିର୍ଦ୍ଧିଷ୍ଟ ଟପ୍ କ୍ୟାଡର୍ ସୁରକ୍ଷାକର୍ମୀଙ୍କ ରାଡାରରେ। ଗୃହମନ୍ତ୍ରୀ ଅମିତ ଶାହ ସୋସିଆଲ୍ ମିଡ଼ିଆ Xରେ କନ୍ଧମାଳ ଏନକାଉଣ୍ଟରକୁ ବଡ଼ ସଫଳତା ଓ ନକ୍ସଲମୁକ୍ତ ଭାରତ ଦିଗରେ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ବୋଲି ଲେଖିଛନ୍ତି। ତା’ସହ କହିଛନ୍ତି, ଓଡ଼ିଶା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦ୍ୱାରଦେଶରେ ଠିଆ ହୋଇଛି। ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ ଦେଶରୁ ନକ୍ସଲବାଦକୁ ଦୂର କରିବାକୁ ସଂକଳ୍ପବଦ୍ଧ।...
 


Maoist Maoist Gunned Down
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ