DELHI-BLAST Photograph: (OTV)
ଦିଲ୍ଲୀରେ ବଡ଼ ବିସ୍ଫୋରଣ ପାଇଁ ଥିଲା ଯୋଜନା । ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ବେଳେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ । ବାବ୍ରି ମସଜିଦର ବଦଲା ନେବାକୁ ଡାକ୍ତର ଆତଙ୍କୀ ଗୋଷ୍ଠୀ କରିଥିଲେ ବଡ଼ ପ୍ଲାନ । ଆସନ୍ତା ଡିସେମ୍ବର ୬ ତାରିଖରେ ଦିଲ୍ଲୀରେ ୬ଟି ବିସ୍ଫୋରଣ ପାଇଁ ଯୋଜନା ଥିଲା । ତଦନ୍ତ ବେଳେ ଏଭଳି ଭୟଙ୍କର ତଥ୍ୟ ପଦାକୁ ଆସିଛି ।
ଆତଙ୍କୀ ଡାକ୍ତର ଓ ପାକିସ୍ତାନର ଆତଙ୍କୀ ସଂଗଠନ ଜୈଶ-ଏ-ମହମ୍ମଦ ମିଶି ଏଭଳି ଯୋଜନା କରିଥିଲେ । ଦିଲ୍ଲୀର ୬ଟି ଗୁରୁତ୍ବପୂର୍ଣ୍ଣ ଜନଗହଳି ସ୍ଥାନରେ ଏହି ବିସ୍ଫୋରଣ କରିଥାନ୍ତେ ଆତଙ୍କୀ । ୧୯୯୨ ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗା ଘଟଣାର ବଦଲା ନେବାକୁ ହୋଇଥିଲା ଟେରର ପ୍ଲାନ୍ । ଏଥିପାଇଁ ଫେଜ୍ ଆକାରରେ ଜୋନା ପ୍ରସ୍ତୁତ ହୋଇଥିଲା । ଦିଲ୍ଲୀରେ ସିରିଜ ବିସ୍ଫୋରଣ ପାଇଁ ସବୁ ବ୍ୟବସ୍ଥା କରିସାରିଥିଲେ ଆତଙ୍କୀ ।
ଡାକ୍ତର ଉମର ନାବି ଚଲାଉଥିଲା କାର୍। DNA ଟେଷ୍ଟ ପରେ ସବୁ କଳ୍ପନାଜଳ୍ପନାରୁ ଉଠିଲା ପରଦା। i20 କାର୍ ଚଲାଉଥିଲା ଆତଙ୍କୀ ଡାକ୍ତର ଉମର। ତା ପରିବାରଲୋକଙ୍କ DNA ସାମ୍ପଲ୍ ଟେଷ୍ଟ କରାଯାଇଥିଲା। ଯେଉଁ ରିପୋର୍ଟ ଆସିବା ପରେ ପୁରା ଘଟଣା ଏବେ ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି।
i20 କାର୍ ଚଲାଉଥିଲା ଉମର, ସେ ହିଁ ଏହି ବିସ୍ଫୋରଣ କରାଇଛି। ବିସ୍ଫୋରଣ ପରେ ତା ଗୋଡ଼ ଷ୍ଟିୟରିଂରେ ଫସିଥିଲା। ଏସବୁ ଭିତରେ ଆସିଛି ବିସ୍ଫୋରଣର ଛାତିଥରା ଦୃଶ୍ୟ। ଯେଉଁଥିରେ ଟ୍ରାଫିକରେ ଥିବା I20 କାର୍ ଅତି ଭୀଷଣ ଭାବେ ଜଳି ଯାଉଛି। ଏହି ଘଟଣାରେ ଏବେ ଯାଏଁ ୧୨ ଜଣଙ୍କ ମୃତ୍ୟୁ ହୋଇଛି।
ସେପଟେ ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣ ସହ ଆଉ ଏକ ନାଲି ରଙ୍ଗର କାର ଲିଙ୍କ୍। ଘଟଣା ଦିନ ଆଉ କିଛି ସନ୍ଦିଗ୍ଧ ବ୍ୟବହାର କରିଥିବା ଏହି କାରଟି ଘଟଣାସ୍ଥଳରୁ ଫେରାର ମାରିଥିବା ବେଳେ ଏବେ ତାର ପତ୍ତା ମିଳିଛି। ଫରିଦାବାଦରୁ ଏହି ନାଲି ରଙ୍ଗର ଇକୋସ୍ପୋର୍ଟ କାରକୁ ଜବତ କରିଛି ଫରିଦାବାଦ ପୋଲିସ।
ଖଣ୍ଡୱାଲି ଗାଁ ପାଖରୁ କାରଟି ମିଳିବା ପରେ ଏନଆଇଏ ଟିମ୍ ଓ କେନ୍ଦ୍ରୀୟ ଫରେନସିକ୍ ଟିମ୍ ପହଞ୍ଚି କାରଟିକୁ ଯା଼ଂଚ କରିଛନ୍ତି। ଏହି କାରର ନମ୍ବର DL 10 CK 0458। ସନ୍ଦିଗ୍ଧ ଆତଙ୍କୀ ଡା. ଉମର ଉନ୍ ନାବି ନାଁରେ ଏହି କାରର ମାଲିକାନା ରହିଛି। ସେ ହିଁ ଦିଲ୍ଲୀ ବ୍ଲାଷ୍ଟର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି। i20 କାରଟି ବିସ୍ଫୋରଣରେ ଉଡ଼ିଯିବା ପରେ ଲାଲ ରଙ୍ଗର କାରକୁ ଖୋଜା ଚାଲିଥିଲା। ସେହି କାରର ମଧ୍ୟ ବିସ୍ଫୋରକ ଥିବା ସନ୍ଦେହ କରାଯାଉଥିଲା। ଏଥିପାଇଁ 4 ରାଜ୍ୟର ପୋଲିସକୁ ଆଲର୍ଟ କରାଯାଇଥିଲା।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/13/delhi-blast-2025-11-13-11-58-14.jpg)