Advertisment

From Gun to Peace: ନକ୍ସଲ ନେତା ବେନୁଗୋପାଲ୍ ରାଓର  ଆତ୍ମସମର୍ପଣ, ଅସ୍ତ୍ର ଛାଡ଼ିଲେ ୬୦ ସହଯୋଗୀ

ପୋଲିସ ନକ୍ସଲବାଦ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି । ଦୁର୍ଦ୍ଦାନ୍ତ ନକ୍ସଲ ନେତା ମଲ୍ଲୋଜୁଲା ବେନୁଗୋପାଳ ରାଓ ଓରଫ ସୋନୁ ଭୂପତି ଅନ୍ୟ ୬୦ ଜଣ ନକ୍ସଲଙ୍କ ସହ ଆତ୍ମସମର୍ପଣ କରିଛି। ଏହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଚାଲିଥିବା ନକ୍ସଲ ମୂଳପୋଛ ଅଭିଯାନର ଏହା ଅଂଶବିଶେଷ।

Naxal Leader

Naxal Leader Photograph: (OTV)

Advertisment

ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସ ନକ୍ସଲବାଦ ବିରୁଦ୍ଧରେ ଏକ ବଡ଼ ସଫଳତା ହାସଲ କରିଛି । ଦୁର୍ଦ୍ଦାନ୍ତ ନକ୍ସଲ ନେତା ମଲ୍ଲୋଜୁଲା ବେନୁଗୋପାଳ ରାଓ ଓରଫ ସୋନୁ ଭୂପତି ଅନ୍ୟ ୬୦ ଜଣ ନକ୍ସଲଙ୍କ ସହ ଆତ୍ମସମର୍ପଣ କରିଛି । ଏହା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ୱରେ ଚାଲିଥିବା ନକ୍ସଲ ମୂଳପୋଛ ଅଭିଯାନର ଏହା ଅଂଶବିଶେଷ। ଦେଶରୁ ନକ୍ସଲବାଦକୁ ସମ୍ପୂର୍ଣ୍ଣ ଭାବରେ ବିଲୋପ କରିବାର ଲକ୍ଷ୍ୟ ରଖିଛି।

Advertisment

ମହାରାଷ୍ଟ୍ରର ଗଡଚିରୋଲିରେ ପୋଲିସକୁ ନକ୍ସଲବାଦ ବିରୋଧରେ ଏକ ବଡ଼ ସଫଳତା ମିଳିଛି। ଦୁର୍ଦ୍ଦାନ୍ତ ନକ୍ସଲ ମଲ୍ଲୋଜୁଲା ବେନୁଗୋପାଳ ରାଓ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ତା ସହିତ ଅନ୍ୟ ୬୦ ଜଣ ନକ୍ସଲ ମଧ୍ୟ ସରେଣ୍ଡର କରିଛନ୍ତି । 
ଗତ ମାସରେ ଏକ ପ୍ରେସ୍ ରିଲିଜରେ ସୋନୁ ତାଙ୍କ ଅସ୍ତ୍ରଶସ୍ତ୍ର ପରିହାର କରିବା ପାଇଁ ଇଙ୍ଗିତ ଦେଇଥିଲା। ଛତିଶଗଡ଼ର ଅନେକ ନକ୍ସଲ କ୍ୟାଡର ମଧ୍ୟ ତାଙ୍କୁ ସମର୍ଥନ କରିଥିଲେ। ସୋମବାର ଦିନ ସୋନୁ ୬୦ ଜଣ ନକ୍ସଲଙ୍କ ସହିତ ସବୁଦିନ ପାଇଁ ହିଂସାର ପଥ ପରିତ୍ୟାଗ କରିଛି।

ତେଲେଙ୍ଗାନାର ପେଡ୍ଦାପଲ୍ଲିର ଜଣେ ବି.କମ୍ ଗ୍ରାଜୁଏଟ୍ ସୋନୁ । ୨୦୧୧ ମସିହାରେ ହତ୍ୟା କରାଯାଇଥିବା ମାଓବାଦୀ ନେତା ମଲ୍ଲୋଜୁଲା କୋଟେଶ୍ୱର ରାଓ ଓରଫ କିଶେନଜୀର ସେ ଭାଇ।
୭୦ ବର୍ଷ ବୟସ୍କ ସୋନୁ  ସିପିଆଇ ମାଓବାଦୀ ପଲିଟ୍‌ବ୍ୟୁରୋ ଏବଂ ସେଣ୍ଟ୍ରାଲ ମିଲିଟାରୀ କମିଶନର ସଦସ୍ୟ ଥିଲା। ସେ ଦଳର ବିଚାରଧାରା ମୁଖ୍ୟ ଓ ଯୋଗାଯୋଗ ବିଶେଷଜ୍ଞ ଥିଲା । ସେ ଛତିଶଗଡ଼ ଜଙ୍ଗଲରୁ ବାହାର ଦୁନିଆ ସହିତ ମାଓବାଦୀମାନଙ୍କୁ ଯୋଡ଼ି ରଖୁଥିଲା।

Advertisment

ମିଳିଥିବା ସୂଚନା ଅନୁଯାୟୀ, ସୋନୁ ବାହାର ଦୁନିଆ ସହିତ ସମ୍ପର୍କ ରଖୁଥିଲା। ସେ ମାଓବାଦୀ ସମର୍ଥକ ଓ ଆଗୁଆ ସଂଗଠନମାନଙ୍କ ସହିତ ସଂପର୍କ ରଖି ଯୋଡି ହୋଇ ରହୁଥିଲେ। ତାଙ୍କ ବିଦାୟ ସହିତ ଦଳ ଘୋର ଅସୁବିଧାର ସମ୍ମୁଖୀନ ହୋଇଛି ।  

ସୋନୁର ଆତ୍ମସମର୍ପଣ ମାଓବାଦୀ ଦଳର ଭିତରେ ଧାରଣାଗତ ଦ୍ୱନ୍ଦ୍ୱ ସାମ୍ନାକୁ ଆସିବା ପରେ ଘଟିଛି। ସେ କିଛି ପତ୍ର ଜାରି କରିଥିଲା ଯେଉଁଥିରେ ସେ ଲେଖିଥିଲା, “ଦଳକୁ ରକ୍ଷା ପାଇଁ ଏବେ ଅସ୍ତ୍ରସଂଗ୍ରାମ ରୋକିବାର ସମୟ ଆସିଛି।”

Advertisment

ସୋନୁଙ୍କ ପ୍ରଥମ ପତ୍ର ଆସିବା ପରେ କେନ୍ଦ୍ରୀୟ ସମିତି ଓ ତେଲେଙ୍ଗାନା ରାଜ୍ୟ ସମିତିର କିଛି ନକ୍ସଲ ସଦସ୍ୟ ଏହାକୁ ନିନ୍ଦା କରିଥିଲେ । ଏପରିକି ସଂଗଠନ ଦ୍ରୋହୀ ବୋଲି କହିଥିଲେ।
ସୋନୁ ୨୦୧୦ ମସିହାରେ CPI (ମାଓବାଦୀ) ପାର୍ଟିର ପ୍ରବକ୍ତା ହୋଇଥିଲା। ସେ ଅଭୟ, ଭୂପତି, ବିବେକ ଏବଂ ରାଜନ ନାମରେ ମଧ୍ୟ ପରିଚିତ ଥିଲା। ସେ ଏକ ଗରିବ ପରିବାରରୁ ଆସିଥିଲା ଏବଂ ତା ଜେଜେ ଜଣେ ସ୍ଵାଧୀନତା ସଂଗ୍ରାମୀ ଥିଲେ। 

୮୦ ଦଶକରେ ପିପୁଲ୍ସ ୱାର୍ ଗ୍ରୁପରେ ସେ ଯୋଗଦେଇଥିଲା। ତା' ଭାଇ କିଶେନଜୀ ପଶ୍ଚିମବଙ୍ଗର ଲାଲଗଡ଼ରେ ଅଭିଯାନ ଚାଳାଉଥିବା ବେଳେ ଗୁଳିମାଡରେ ନିହତ ହୋଇଥିଲା । ତା’ପରେ ସୋନୁକୁ ଲାଲଗଡ଼ ଅଭିଯାନର ଦାୟିତ୍ୱ ଦିଆଯାଇଥିଲା।
ପୂର୍ବରୁ ତା ସ୍ତ୍ରୀ ବିମଳା ସିଦାମ ଓରଫ ତାରା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସଙ୍କ ନିକଟରେ ଆତ୍ମସମର୍ପଣ କରିଥିଲା। ସେ ମଧ୍ୟ ୩୦ ବର୍ଷ ଧରି ମାଓବାଦୀ ଥିଲା ଏବଂ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଅଞ୍ଚଳ ସମିତିର ସଦସ୍ୟ ଥିଲା। ସୋନୁ ଅନେକ ହିଂସାକାଣ୍ଡରେ ପ୍ରତ୍ୟକ୍ଷ ଭାବେ ଜଡିତ ଥିଲା । 

Naxal Mao Surrender
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ