10-Core-Watch-To-Messi Photograph: (OTV)
ମେସିଙ୍କୁ ଅନନ୍ତ ଅମ୍ବାନୀଙ୍କ ଦାମୀ ଉପହାର। ବନତାରା ଡାକି ସରପ୍ରାଇଜ୍ ଦେଲେ ଜୁନିୟର ଅମ୍ବାନୀ। ୧୦ କୋଟିର ଘଣ୍ଟା ପିନ୍ଧିଲେ ଫୁଟବଲ୍ ଲିଜେଣ୍ଡ୍ । କହିଲେ, ଆଉ ଥରେ ଆସିବି ।
ଭାରତ ଗସ୍ତ ସାରି ଆର୍ଜେଣ୍ଟିନା ଫେରିଛନ୍ତି ଫୁଟବଲ କିମ୍ବଦନ୍ତୀ ଲିଓନେଲ୍ ମେସି। ତେବେ ଯିବା ପୂର୍ବରୁ ସେ ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଗୁଜରାଟ ଜାମନଗରର ବନ୍ୟପ୍ରାଣୀ କଲ୍ୟାଣ, ପୁନର୍ବାସ ଏବଂ ସଂରକ୍ଷଣ କେନ୍ଦ୍ର ବନତାରା ପରିଦର୍ଶନ କରିଥିଲେ। ଅନନ୍ତ ଅମ୍ବାନୀ ଓ ପତ୍ନୀ ରାଧିକା ମରଚାଣ୍ଟ ତାଙ୍କୁ ବନତାରା ବୁଲାଇବା ସହ ଫେରିବା ବେଳେ ଏକ ଦାମୀ ଉପହାର ପ୍ରଦାନ କରିଥିବା ଚର୍ଚ୍ଚା ହେଉଛି । ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ।
ଏକ ରିପୋର୍ଟ ମୁତାବକ, ବନତାରାରୁ ବାହୁଡ଼ିବା ବେଳେ ଅନନ୍ତ ମେସିଙ୍କୁ ଏକ ଘଣ୍ଟା ଉପହାର ଦେଇଥିଲେ। ଏହା ଏକ ରିଚାର୍ଡ ମିଲ୍ RM 003-V2 GMT Tourbillon ଏସିଆନ୍ ଏଡିସନ୍ ଘଣ୍ଟା ଥିଲା। ଯାହାର ମୂଲ୍ୟ ପ୍ରାୟ $1.2 ମିଲିୟନ୍ ଡଲାର ବା ଦଶ କୋଟି ୯୧ ଲକ୍ଷ ଟଙ୍କା ହେବ ବୋଲି ଚର୍ଚ୍ଚା ହେଉଛି। ରିଚାର୍ଡ ମିଲ୍ ଏକ ପ୍ରସିଦ୍ଧ ସ୍ୱିସ୍ କମ୍ପାନୀ । ଏହାକୁ ବିଶ୍ୱର ସବୁଠାରୁ ମହଙ୍ଗା ଘଣ୍ଟା ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ।
ଖାଲି ହାତରେ ଯାଇଥିଲେ ମେସି
‘ବନତାରା’କୁ ଯିବା ସମୟରେ ମେସି କୌଣସି ଘଣ୍ଟା ପିନ୍ଧି ନଥିବା ବେଳେ, ସେଠାରୁ ଫେରିବା ବେଳେ ମେସିଙ୍କ ହାତରେ ଏହି ଦାମୀ ଘଣ୍ଟା ଦେଖିବାକୁ ମିଳିଥିଲା। ଫଳରେ ଚର୍ଚ୍ଚା ଉଠିଥିଲା ଯେ ଅନନ୍ତ ଅମ୍ବାନୀ ତାଙ୍କୁ ଏହି ଗିଫ୍ଟ ଦେଇଛନ୍ତି। ତେବେ କେବଳ ସେତିକି ନୁହେଁ ମେସିଙ୍କୁ ଏକ ରୁଦ୍ରାକ୍ଷ ଓ ମୁକ୍ତା ହାର ଏବଂ ଏକ ଶାଲ୍ ପ୍ରଦାନ କରିଥିଲେ ଅମ୍ୱାନୀ ଦମ୍ପତି।
ତେବେ ମେସିଙ୍କୁ ବନତାରାରେ ହିନ୍ଦୁ ରୀତିନୀତି ଅନୁସାର ଭବ୍ୟ ସ୍ୱାଗତ କରାଯାଉଥିଲା। ତାଙ୍କ କପାଳରେ ତିଳକ ଲଗାଇବା ସହ ଆରତି କରି ପାଛୋଟି ନେଇଥିଲେ ଅନନ୍ତ । ଏହାସହ ମେସି ବନତାରା ପରିଦର୍ଶନ କରିବା ସହ ଉଦ୍ଧାର ହୋଇଥିବା ବନ୍ୟପ୍ରାଣୀ ଯେପରି ମହାବଳ ବାଘ, ଚିତାବାଘ, ହାତୀ, ତୃଣଭୋଜୀ ପ୍ରାଣୀ ଏବଂ ସରୀସୃପ ମାନଙ୍କୁ ଦେଖିଥିଲେ। ଏକ ବିବୃତିରେ ମେସି କହିଥିଲେ, ଏହି ଅଭିଜ୍ଞତା ଚିରକାଳ ପାଇଁ ରହିବ। ଆଉ ସେ ପୁଣି ଥରେ ଏଠାକୁ ଆସିବାକୁ ଚାହିଁବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/19/10-core-watch-to-messi-2025-12-19-09-11-14.jpg)