LUNAR ECLIPSE Photograph: (OTV)
ଦୋଳ ପୂର୍ଣ୍ଣମୀରେ ଚନ୍ଦ୍ରଗ୍ରହଣ
ଚିନ୍ତା ଯେତିକି, ସମସ୍ୟା ସେତିକି
କାରଣ ଏଥର ଗ୍ରହଣ ପାଇଁ ପାକ ତ୍ୟାଗର ରହିଛି ଲମ୍ବା ଅବଧି
ଅର୍ଥାତ୍ ଠିକ୍ ସୂର୍ଯ୍ୟୋଦୟ ଆରମ୍ଭ ମାତ୍ରେ ଯେମିତିକି ସକାଳ ୬ଟା ୪ ମିନିଟ୍ ରୁ ହାଣ୍ଡି ଛାଡ଼ ଆରମ୍ଭ ହୋଇ ପ୍ରାୟ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରହିବ। ଯଦିଓ ଗ୍ରହଣର ସର୍ବମୋକ୍ଷ ସମୟ ସନ୍ଧ୍ୟା ୬ଟା ୪୭ ମିନିଟ୍ କୁ ରହିଛି ହେଲେ ସ୍ନାନ ସାରି ପୁଣି ହାଣ୍ଡି ଧରିଲା ବେଳକୁ ଅଧଘଣ୍ଟା ଲାଗିଯିବ।
ତେଣେ ଜ୍ୟୋତିର୍ବିଦ୍ ଙ୍କ ମତରେ ମାର୍ଚ୍ଚ ୩ ତାରିଖ ଦିନ ଅପରାହ୍ନ ୩ଟା ୨୦ ମିନିଟ୍ ୧୭ ସେକେଣ୍ଡରେ ଯଦିଓ ଗ୍ରହଣ ସ୍ପର୍ଶ ସମୟ ସ୍ଥିର ହୋଇଛି, କିନ୍ତୁ ପୂର୍ଣ୍ଣ ଗ୍ରାସର ଅବଧି ରହିଛି ମୋଟ୍ ୫୬ ମିନିଟ୍ ୦୬ ସେକେଣ୍ଡ।
କାହା ପାଇଁ ଅଶୁଭ
ଏହା କେତୁଗ୍ରସ୍ତ ଗ୍ରହ ଦ୍ବୟ ଚନ୍ଦ୍ରଗ୍ରହଣ ହୋଇଥିବାରୁ ଏ ସମୟରେ ଦ୍ବାଦଶ ରାଶିର ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ ହୋଇଥିବାବେଳେ ଆଉ ୬ଟି ପାଇଁ ଗ୍ରହଣ ଦର୍ଶନ ଅଶୁଭ ବୋଲି ବିବେଚନା କରାଯାଇଛି। ଯେଉଁ ରାଶିର ବ୍ୟକ୍ତିମାନଙ୍କୁ ଗ୍ରହଣ ଦର୍ଶନ ମନା- ସେଗୁଡ଼ିକ ହେଲା ସିଂହ, କନ୍ୟା, ବିଛା, ଧନୁ, ମକର ଓ କୁମ୍ଭ। ତେବେ ସମାନେ ଆଦୌ ବ୍ୟତିବ୍ୟସ୍ତ ନ ହୋଇ କିପରି ଶୁଭଫଳ ପାଇବେ- ସେ ପ୍ରତିକାରର ଉପାୟ ମଧ୍ୟ ବତାଇଛନ୍ତି ଜ୍ୟୋତିଷ...
ଶ୍ରୀଜୀଉଙ୍କ ରାଜାଧିରାଜ ବା ସୁନା ବେଶ
ସେପଟେ ଶ୍ରୀମନ୍ଦିରରେ ଦ୍ବାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଦୋଳ ପୂର୍ଣ୍ଣମୀ ଦିନ ହିଁ ଗ୍ରହଣ ଲାଗୁ ଥିବାରୁ ମହାପ୍ରଭୁଙ୍କ ନୀତିକାନ୍ତିରେ ବି ଶୃଙ୍ଖଳା ଆଣିବାକୁ ହୋଇଛି ବଡ଼ ନିଷ୍ପତ୍ତି।
ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିରୀକୃତ ନୀତି ନିର୍ଘଣ୍ଟ ଅନୁସାରେ- ମଙ୍ଗଳବାର ଭୋର ୩ଟାରେ ଦ୍ବାର ଫିଟା ହୋଇ ସକାଳ ୫ଟା ୪୦ ସୁଦ୍ଧା ଠାକୁରଙ୍କ ଅବକାଶ ନୀତି ସଂପନ୍ନ ହୋଇଯିବ।
ତା ପରଠାରୁ ଆଉ କୌଣସି ନୀତିକାନ୍ତି କରାଯିବ ନାହିଁ, ଗ୍ରହଣ ସ୍ପର୍ଶ ହେବା ପରେ ପରେ ଅପରାହ୍ନ ୪ଟାରେ ପୁଣି ନୀତିକାନ୍ତି ଆରମ୍ଭ ହୋଇ ରାତି ୮ଟାରୁ ୯ଟା ୩୦ ମିନିଟ୍ ଭିତରେ ଶ୍ରୀଜୀଉଙ୍କୁ ରାଜାଧିରାଜ ବା ସୁନା ବେଶରେ ସଜ୍ଜିତ କରାଯିବ।
୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ସଂପନ୍ନ କରାଯାଇ ଦୋଳ ବିମାନକୁ ଦିଅଁ ବିଜେ କରିବେ। ରାତି ସାଢ଼େ ୪ଟା ଯାଏଁ ଭକ୍ତମାନେ ଠାକୁରଙ୍କୁ ସୁନାବେଶରେ ଦର୍ଶନ ପାଇବେ। ଅର୍ଥାତ୍ ସେଦିନ ରାତିତମାମ ମନ୍ଦିର ଖୋଲା ରହିବ। ତେଣୁ ଶ୍ରୀମନ୍ଦିରର ଗ୍ରହଣ ନୀତି ଭଳି ଅନ୍ୟ ସମସ୍ତ ଜଗନ୍ନାଥ ମନ୍ଦିର ଗୁଡ଼ିକରେ ସମାନ ଢଙ୍ଗରେ ନୀତିକାନ୍ତି ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/23/lunar-eclipse-2026-02-23-19-47-57.jpg)