Advertisment

LPG Price Hike in India: ରୋଷେଇ ଘରେ ଯୁଦ୍ଧ ପ୍ରଭାବ, ବଢ଼ିଲା LPG ସିଲିଣ୍ଡର ଦାମ୍

ସେପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନଠାରୁ ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି । ଯାହା କି ଯୁଦ୍ଧ ଆହୁରି ଅଧୀକ ଦିନ ଚାଲୁ ରହିବ ବୋଲି ଆଶଙ୍କା କରାଯାଉଛି ।

LPG Price Hike

LPG Price Hike Photograph: (OTV)

Advertisment

ମିସାଇଲ୍ ମାଡ଼ରେ ବଢ଼ିଲା ଗ୍ୟାସ ଦର । ରୋଷେଇ ଘରେ ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବ । ଏକାଥରେ ସିଲିଣ୍ଡର ବଢ଼ିଗଲା ୬୦ ଟଙ୍କା । ଆଜି ରନ୍ଧନ LPG ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଛି । ୧୪.୨ କିଲୋ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି କରାଯାଇଛି। 

Advertisment

ସେହିପରି ୧୯ କେଜି ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କା ବଢ଼ିଛି । ସାରା ଦେଶରେ ଆଜିଠାରୁ ଏହି ଦର ଲାଗୁ ହୋଇଛି । ଭୁବନେଶ୍ବରରେ ୯୩୯ ଟଙ୍କାରେ ପହଞ୍ଚିଛି ଘରୋଇ ଗ୍ୟାସ୍ ସିଲିଣ୍ଡରର ଦର । ସେହିପରି ଦିଲ୍ଲୀରେ ୧୪,୨ କିଲୋଗ୍ରାମ ଘରୋଇ LPG ସିଲିଣ୍ଡରର ମୂଲ୍ୟ ୮୫୩ ଟଙ୍କାରୁ ୯୧୩ ଟଙ୍କାକୁ ବୃଦ୍ଧି ପାଇଛି ।

ଇଣ୍ଡିଆନ୍ ଅଏଲ୍ ୱେବସାଇଟରେ ଏହି ତଥ୍ୟ ଦିଆଯାଇଛି । ସେହିପରି ମୁମ୍ବାଇରେ, ଘରୋଇ ଏଲପିଜି ସିଲିଣ୍ଡରର ନୂଆ ଦାମ୍ ବର୍ତ୍ତମାନ ୯୧୨ ଟଙ୍କା ୫୦ ପଇସା ହୋଇଛି । ଯାହା ପୂର୍ବରୁ ୮୫୨ ଟଙ୍କା ୫୦ ପଇସା ଥିଲା ।

Advertisment

ଘରୋଇ LPG ସିଲିଣ୍ଡରର ମୂଲ୍ୟ ଗତ ବର୍ଷ ୨୦୨୫ ଏପ୍ରିଲରୁ ଅପରିବର୍ତ୍ତିତ ଥିଲା । ଘରୋଇ LPG ମୂଲ୍ୟରେ ପୂର୍ବରୁ ୨୦୨୫ ଏପ୍ରିଲ ୮ ତାରିଖରେ ସଂଶୋଧନ ହୋଇଥିଲା । ବାଣିଜ୍ୟିକ ଏଲପିଜିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି ।

ଦିଲ୍ଲୀରେ ୧୯ କିଲୋଗ୍ରାମ ବାଣିଜ୍ୟିକ LPG ସିଲିଣ୍ଡରର ମୂଲ୍ୟ ୧୧୪.୫୦ ଟଙ୍କା ବୃଦ୍ଧି ପାଇଛି । ମଧ୍ୟପ୍ରାଚ୍ୟରେ ଇରାନ-ଆମେରିକା-ଇସ୍ରାଏଲ ଯୁଦ୍ଧ ଫଳରେ ଯୋଗାଣରେ ବାଧା ଉପୁଜୁଛି । ସେଥିପାଇଁ ବିଶ୍ୱ ସ୍ତରରେ ତୈଳ ଓ LPG ମୂଲ୍ୟ ବୃଦ୍ଧି ଘଟିଛି ।

Advertisment

ସେପଟେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଇରାନଠାରୁ ନିଃସର୍ତ୍ତ ଆତ୍ମସମର୍ପଣ ଦାବି କରିଛନ୍ତି । ଯାହା କି ଯୁଦ୍ଧ ଆହୁରି ଅଧୀକ ଦିନ ଚାଲୁ ରହିବ ବୋଲି ଆଶଙ୍କା କରାଯାଉଛି ।

କାରଣ ଇରାନ ମୁଣ୍ଡ ନୁଆଁଇବା ସପକ୍ଷରେ ନାହିଁ । ତେଣୁ ତୈଳ ଏବଂ ଗ୍ୟାସ ଦର ବଜାରରେ ବଢ଼ିଛି । ତେବେ ଆଗକୁ ଯଦି ଯୁଦ୍ଧରେ ବିରାମ ନଲାଗେ ସାରା ବିଶ୍ବରେ ତୈଳ ଏବଂ ଗ୍ୟାସ ଦର ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି । 

Iran India-Iran Relationship india iran military power LPG Price LPG Price Hiked LPG Price Hike
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ