Advertisment

Elder Sister Leads Police to Accused in Gangrape: ଗଣଦୁଷ୍କର୍ମ ମାମଲାରେ ବଡ ଭଉଣୀ ଧରାଇଦେଲା ମୁଖ୍ୟ ଅଭିଯୁକ୍ତକୁ, କହିଲେ ଆମ ପରିବାର ତା’ ପାଇଁ ଲଜ୍ଜିତ

ଦୁର୍ଗାପୁର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତକୁ ତା’ ର ବଡ଼ ଭଉଣୀ ପୋଲିସକୁ ନେଇ ଧରାଇଦେଲା । ପୋଲ ତଳୁ ଧରି ତାକୁ ଥାନାକୁ ନେଇଥିଲା ପୋଲିସ୍ । ସମସ୍ତ ପାଞ୍ଚ ଅଭିଯୁକ୍ତ ଏବେ ପୋଲିସ ହେପାଜତରେ ଅଛନ୍ତି । ସେମାନଙ୍କୁ ନେଇ ପୋଲିସ ସିନ୍ ରିକ୍ରିଏସନ କରିବାର ଯୋଜନା କରିଛି ।

Gangrape

Gangrape Photograph: (OTV)

Advertisment

ପଶ୍ଚିମବଙ୍ଗର ଦୁର୍ଗାପୁରରେ ଏକ ବେସରକାରୀ ମେଡିକାଲ୍ କଲେଜର ଦ୍ୱିତୀୟ ବର୍ଷର ଜଣେ ଓଡ଼ିଆ ମେଡିକାଲ୍ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମକୁ ଭ୍ରମାତ୍ମକ ତଥ୍ୟ ଓ ଟିପ୍ପଣୀ ଦେଇ ସମାଲୋଚନାର ଶରବ୍ୟ ହୋଇଛନ୍ତି । ଠିକ୍ ଏହି ସମୟରେ ମୁଖ୍ୟ ଅଭିଯୁକ୍ତର ବଡ଼ ଭଉଣୀ ମହାନତାର ପରିଚୟ ଦେଇଛନ୍ତି । ନିଜ ଭାଇ ଅପରାଧରେ ସଂପୃକ୍ତ ବୋଲି ଜାଣିବା ପରେ ସେ ନିଜେ ଭାଇକୁ ପୋଲିସ ହାତରେ ଧରାଇ ଦେଇଛି ।  

Advertisment

ପୋଲିସ ସହ ଯାଇଥିଲେ ଅଭିଯୁକ୍ତର ଭଉଣୀ

ପୋଲିସ କହିଛି ଯେ ଅଭିଯୁକ୍ତ ସଫିକ ଏସ୍‌କେର ଭଉଣୀ ରୋଜିନା ଏସ୍‌କେ ସୋମବାର ଦିନ ପୋଲିସ ଟିମକୁ ଦୁର୍ଗାପୁର ଅଣ୍ଡାଲ ବ୍ରିଜ ପାଖକୁ ନେଇଯାଥିଲେ । ସେହିଠାରେ ତାଙ୍କ ଭାଇ ସଫିକ ପୋଲ ତଳେ ଲୁଚିଥିଲା ।  ପୋଲିସକୁ ଖୋଜିବାରେ ସାହାଯ୍ୟ କରିଥିଲେ ରୋଜିନା । ରୋଜିନା କହିଛନ୍ତି ଯେ, ମୁଁ ଚାହୁଁଥିଲି ସେ ଆଇନ ସମ୍ମୁଖୀନ ହେଉ। ଆମ ପରିବାର ତା ପାଇଁ  ଏହି ଗଣଦୁଷ୍କର୍ମ ଘଟଣାରେ ଲଜ୍ଜିତ ହେଉଛି ।

ପୋଲିସକୁ ଦେଖି ସଫିକ ଭୟରେ ଥରିଯାଇଥିଲା ବୋଲି ରହିଛନ୍ତି ରୋଜିନା । ଅନ୍ୟତମ ଅଭିଯୁକ୍ତ  ଏସ୍‌କେ ନାସିରୁଦ୍ଦିନକୁ ମଧ୍ୟ ଗିରଫ କରାଯାଇଥିଲା ।   ନାସିରୁଦ୍ଦିନର ବାଇକ୍ ଦ୍ୱାରା ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିଲେ । ଏହି ଗିରଫ ପାଞ୍ଚ ଅଭିଯୁକ୍ତ ଏବେ ପୋଲିସ କଷ୍ଟୋଡିରେ ଅଛନ୍ତି। ଅନ୍ୟ ତିନିଜଣ ରିଆଜୁଦ୍ଦିନ, ଅପୁ ବରୁଇ ଓ ଫିରଦୌସ ଏସ୍‌କେ ରିମାଣ୍ଡରେ ଆସିଛନ୍ତି । ରିଆଜୁଦ୍ଦିନ ପୂର୍ବରୁ ସେହି କଲେଜରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲା । କିଛି ବର୍ଷ ତଳେ ତାକୁ ଚାକିରିରୁ ବାହାର କରିଦିଆଯାଇଥିଲା । 

Advertisment

ଦୁର୍ଗାପୁର ବାର ଆସୋସିଏସନ୍ ଘୋଷଣା କରିଛି ଯେ ସେମାନଙ୍କ ମଧ୍ୟରୁ କେହି ମଧ୍ୟ ଅଭିଯୁକ୍ତଙ୍କ ପକ୍ଷରେ ମାମଲା ଲଢ଼ିବେ ନାହିଁ। ଲିଗାଲ ଏଡ୍ ଓକିଲ ପୂଜା କୁର୍ମି ସଫିକ ଓ ନସିରୁଦ୍ଦିନ ପାଇଁ ଓକିଲାତିନାମା ଦାଖଲ କରିଛନ୍ତି । କିନ୍ତୁ ଜାମିନ ପାଇଁ ଆବେଦନ କରିନାହାନ୍ତି।

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତମାନଙ୍କୁ ମେଡିକାଲ୍ କଲେଜ ଗେଟ୍ ପାଖରେ ଥିବା ପରାନଗଞ୍ଜ କାଳୀ ବାରୀ ଶ୍ମଶାନ ଘାଟି ପାଖକୁ ନିଆଯିବ । ଏହା ପରେ ଏହାକୁ ରିକନଷ୍ଟ୍ରକ କରାଯିବ ।  

Advertisment

ପୂର୍ବରୁ ଦୁଇ ଅଭିଯୁକ୍ତଙ୍କୁ ସେମାନଙ୍କ ଘରକୁ ନିଆଯାଇ ସେମାନେ ଲୁଚାଇ ରଖିଥିବା କିଛି ଜିନିଷ ଉଦ୍ଧାର କରାଯାଇଥିଲା ଏବଂ ସମସ୍ତ ପାଞ୍ଚଜଣଙ୍କୁ ମେଡିକାଲ୍ ଟେଷ୍ଟ ପାଇଁ ନିଆଯିବ। ପୋଲିସ ଡି‌ଏନ‌ଏ ପ୍ରୋଫାଇଲିଂ ପାଇଁ ଅଦାଲତର ଅନୁମତି ନେବାକୁ ମଧ୍ୟ ପିଲ୍ କରିବ । ପୀଡିତା ସୁସ୍ଥ ହେଲେ ଟେଷ୍ଟ ଆଇଡେଣ୍ଟିଫିକେସନ୍ (TI) ପରେଡ କରାଯିବ ବୋଲି ସେ କହିଛନ୍ତି । 

ଅପରାଧର ପୃଷ୍ଠଭୂମି

ବାଲେଶ୍ୱର ଜିଲ୍ଲାର ଜଣେ ୨୩ ବର୍ଷୀୟା ମେଡିକାଲ୍ ଛାତ୍ରୀ ଗତ ଶୁକ୍ରବାର ସନ୍ଧ୍ୟା ୮ରୁ ୮.୪୫ ମଧ୍ୟରେ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କ୍ୟାମ୍ପସ ବାହାରକୁ ଭୋଜନ ପାଇଁ ବାହାରିଥିଲେ । ସେହି ସମୟରେ ଗଣଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଛି। ପୋଲିସ କହିଛି ଯେ ପାଞ୍ଚଜଣ ଅଭିଯୁକ୍ତ ସେମାନଙ୍କୁ ଶ୍ମଶାନ ଘାଟି ପାଖରେ ଆକ୍ରମଣ କରିଥିଲେ । ଝିଅଟି ସହାୟତା ପାଇଁ ଫୋନ କରିବାକୁ ଚେଷ୍ଟା କଲାବେଳେ ତାଙ୍କ ଫୋନ ଦୁର୍ବୃତ୍ତମାନେ ଛଡାଇ ନେଇଯାଇଥିଲେ । ଏହା ପରେ ଗଣଦୁଷ୍କର୍ମ କରିଥିଲେ । ସେହି ସମୟରେ ପୁରୁଷ ବନ୍ଧୁ ପଳାଇଯାଇଥିଲେ । ପୋଲିସ ମଧ୍ୟ ଏହି ପୁରୁଷ ବନ୍ଧୁଙ୍କୁ ମଧ୍ୟ ପଚରାଉଚରା କରୁଛି । 
ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ କଲେଜର ପୂର୍ବତନ ସିକ୍ୟୁରିଟି ଗାର୍ଡ, ଅନ୍ୟ ଜଣେ ହସ୍ପିଟାଲର କର୍ମଚାରୀ, ଜଣେ ନଗର ନିଗମର ଠିକା ଶ୍ରମିକ ଏବଂ ଜଣେ ବେକାର ଯୁବକ।

West Bengal Gangrape Odia Girl
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ