Karnataka Top Cop Suspended Photograph: (OTV)
ବାତେରାମି କରୁଥିଲେ ଦରବୁଢ଼ା ପୋଲିସ ବାବୁ । ଅଫିସରେ ଚାଲିଥିଲା ରାସଲୀଳା । ଝିଅଙ୍କୁ ପାଖକୁ ଡାକି ଲିପ୍ କିସ୍ ଦେଉଥିଲେ ଡିଜିପି ! ଅଶ୍ଳୀଳ କାମ କରିବାକୁ ବି ଟିକେ ଭୟ ନଥିଲା । ଏ ଦୃଶ୍ୟ କେବଳ ଟ୍ରେଲର । ଆହୁରି ଏପରି ଅନେକ କାମ କରିଥିବେ ଏହି କରିତକର୍ମା ବାବୁ ।
ଡିଜିପି ରାଙ୍କର ଇଏ ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀ । ଜନତାଙ୍କ ପାଇଁ ୟାଙ୍କର ବିରାଟ କର୍ତ୍ତବ୍ୟ ରହିଛି । ହେଲେ ସେ ସବୁ ଭୁଲି କାମନା ନିଆଁରେ ଜଳୁଥିଲେ ଏହି ପୋଲିସ ବାବୁ କେ ରାମଚନ୍ଦ୍ର ରାଓ । ହେଲେ ଅଫିସ ଭିତରେ ରାସଲୀଳାର ଭିଡିଓ ଭାଇରାଲ ପରେ କର୍ଣ୍ଣାଟକ ସରକାର ବଡ ଆକ୍ସନ୍ ନେଇଛନ୍ତି । ବାବୁଙ୍କୁ ସସପେଣ୍ଡ୍ କରାଯାଇଛି ।
ସୋସିଆଲ ମିଡିଆରେ ଆଇପିଏସ୍ ରାମଚନ୍ଦ୍ର ରାଓଙ୍କ ଏହି କାରନାମାର ଭିଡିଓ ଏବେ ଖୁବ୍ ଭାଇରାଲ । ପୋଲିସ ବର୍ଦ୍ଦିରେ ବସି ରାସଳୀଳା କରୁଛନ୍ତି ବାବୁ ଜଣକ । ଭିଡିଓରେ ଜଣେ ମହିଳା ପୋଲିସ ଅଧିକାରୀ କେ ରାମଚନ୍ଦ୍ରଙ୍କ ସହିତ ଅଛନ୍ତି । ଅଧିକାରୀ ଜଣକ ମହିଳାଙ୍କ ସହିତ ଅଶ୍ଳୀଳ କାରନାମା କରୁଛନ୍ତି ।
ଅନ୍ୟପକ୍ଷରେ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏହି ଭାଇରାଲ ଭିଡିଓ ଉପରେ ଗୃହ ମନ୍ତ୍ରଣାଳୟ ଠାରୁ ତଦନ୍ତ ରିପୋର୍ଟ ମାଗିଛନ୍ତି । ଭାଇରାଲ ଭିଡିଓରେ ଦେଖାଯାଉଥିବା ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓ ବୋଲି ସ୍ପଷ୍ଟ ଜଣାପଡ଼ୁଛି । ଏବଂ ସେ ମହିଳାଙ୍କୁ ଆଲିଙ୍ଗନ ଏବଂ ବାରମ୍ବାର ଚୁମ୍ବନ କରୁଛନ୍ତି ।
ସେପଟେ ଏନେଇ କର୍ଣ୍ଣାଟକ ସରକାର ଆକ୍ସନ ନେବା ପରେ ପ୍ରତିକ୍ରିୟା ରଖିଛନ୍ତି ରାମଚନ୍ଦ୍ର ରାଓ । ସେ କହିଛନ୍ତି, ତାଙ୍କୁ ଟାର୍ଗେଟ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର । ଏ ବିଷୟରେ ମୁଁ କିଛି ଜାଣିନାହିଁ, ଏଗୁଡ଼ିକ ଡକ୍ଟରେଟ୍ ଭିଡିଓ । ଏପରି କୌଣସି ଘଟଣା ଘଟିନାହିଁ । ସେ ତାଙ୍କ ଓକିଲଙ୍କ ସହ ଏ ବିଷୟରେ ଆଲୋଚନା କରି ନିଷ୍ପତ୍ତି ନେବେ ।
ଭିଡିଓଟିର ସତ୍ୟତା ଜାଣିବାକୁ ତଦନ୍ତ ମଧ୍ୟ ଆରମ୍ଭ ହୋଇସାରିଛି । ପୋଲିସ ଏନେଇ ତଦନ୍ତ କରୁଛି । ଆହୁରି କୁହାଯାଇଛି, ଆଇପିଏସ ରାମଚନ୍ଦ୍ର ରାଓ ରାଜ୍ୟ ସରକାରଙ୍କ ଲିଖିତ ଅନୁମତି ବିନା କୌଣସି ପରିସ୍ଥିତିରେ ବାହାରକୁ ଯାଇପାରିବେ ନାହିଁ ।
ପୂର୍ବରୁ ମଧ୍ୟ କେ. ରାମଚନ୍ଦ୍ର ରାଓଙ୍କ ବିରେଧରେ ଅଭିଯୋଗ ରହିଛି । ସେ ସରକାରୀ ପ୍ରୋଟୋକଲ ଏବଂ ପୋଲିସ ଏସକର୍ଟ ବ୍ୟବହାର କରି ଭୁଲ କାମ କରିଥିଲେ ବୋଲି କମ୍ପ୍ଲେନ୍ ରହିଛି । ହେଲେ ବର୍ତ୍ତମାନ କେ. ରାମଚନ୍ଦ୍ର ରାଓଙ୍କ ବିରୋଧରେ ଆସିଥିବା ଏ ଅଭିଯୋଗ ସାଂଘାତିକ ।
ଆଉ ଏହି ଅଭିଯୋଗ ଯଦି ସତ ବୋଲି ସାବ୍ୟସ୍ତ ହୁଏ, ପୋଲିସ ଯଦି ତାଙ୍କ ବିରୋଧରେ କିଛି ଠୋସ୍ ପ୍ରମାଣ ପାଏ, ତା’ ହେଲେ ଆଇପିଏସ କେ. ରାମଚନ୍ଦ୍ର ରାଓଙ୍କ ଅଡୁଆ ବେଶ୍ ବଢ଼ିବ । ଏବଂ ଗିରଫ ହୋଇ ଜେଲ୍ ଯିବେ ଏହି ଡିଜିପି ପାହ୍ୟା ଅଧିକାରୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/20/karnataka-top-cop-suspended-2026-01-20-16-57-40.jpg)