Advertisment

Delhi Blast Linked to Jaish Network: ଭୟଙ୍କର ଦିଲ୍ଲୀ ବିସ୍ଫୋରଣ ପଛରେ ଜୈଶ୍ ଲିଙ୍କ୍, ଆତଙ୍କୀ କାର୍ଯ୍ୟକୁ ଅଂଜାମ ଦେଉଥିଲା ମାଷ୍ଟରମାଇଣ୍ଡ

ହ୍ବାଇଟକଲାର ଟେରର ମଡ୍ୟୁଲ ବଡ଼ ପ୍ଲାନକୁ ଜାମ୍ମୁ କାଶ୍ମୀର ପୋଲିସ ଅକାମୀ କରିଦେବା ଏବଂ ୩ ଡାକ୍ତରଙ୍କ ଗିରଫଦାରୀ ପରେ ଭୟରେ ଲାଲାକିଲ୍ଲାରେ ଆତ୍ମଘାତୀ ବିସ୍ଫୋରଣ କରିଛି ଡାକ୍ତର ଉମ୍ମର ଅହମ୍ମଦ। ବ୍ଲାଷ୍ଟର ୨୪ ଘଣ୍ଟା ଭିତରେ ଏ ଦିଗ ଏବେ ସାମ୍ନାକୁ ଆସୁଥିବାରୁ ଘଟଣାର ତଦନ୍ତ ଦାୟିତ୍ବ ନେଇଛି NIA।

DELHI-BLAST

DELHI-BLAST Photograph: (OTV)

Advertisment

ଭୟଙ୍କର ଦିଲ୍ଲୀ ବିସ୍ଫୋରଣ ପଛରେ ରହିଛି ଆତଙ୍କୀ ଲିଙ୍କ୍। ଜୈଶ୍ ଇ ମହମ୍ମଦ ଆତଙ୍କୀ ସଂଗଠନର ଇସାରା ଓ ସହଯୋଗରେ ଦିଲ୍ଲୀରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ। କୁହାଯାଉଛି, ହ୍ବାଇଟକଲାର ଟେରର ମଡ୍ୟୁଲ ବଡ଼ ପ୍ଲାନକୁ ଜାମ୍ମୁ କାଶ୍ମୀର ପୋଲିସ ଅକାମୀ କରିଦେବା ଏବଂ ୩ ଡାକ୍ତରଙ୍କ ଗିରଫଦାରୀ ପରେ ଭୟରେ ଲାଲାକିଲ୍ଲାରେ ଆତ୍ମଘାତୀ ବିସ୍ଫୋରଣ କରିଛି ଡାକ୍ତର ଉମ୍ମର ଅହମ୍ମଦ। ବ୍ଲାଷ୍ଟର ୨୪ ଘଣ୍ଟା ଭିତରେ ଏ ଦିଗ ଏବେ ସାମ୍ନାକୁ ଆସୁଥିବାରୁ ଘଟଣାର ତଦନ୍ତ ଦାୟିତ୍ବ ନେଇଛି NIA। ଆଉ ଏପଟେ ଷଡ଼ଯନ୍ତ୍ରର ଚେର ପର୍ଯ୍ୟନ୍ତ ଯାଇ, ଘଟଣା ପଛରେ ଥିବା କାହାରିକୁ ଛଡ଼ାଯିବନି ବୋଲି କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି।...

Advertisment

ପୁଣି ଭୟଙ୍କର, ଛାତିଥରା, ବର୍ବର। ଶାନ୍ତ ସଂଜରେ ଲାଲକିଲ୍ଲାରେ ଆତଙ୍କୀ ଖେଳିଲେ ରକ୍ତର ହୋଲି। ନୂଆଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ଷ୍ଟେସନରେ ସୋମବାର ସଂଧ୍ୟାରେ ଭୟାନକ କାର ବିସ୍ଫୋରଣ ପଛରେ ବଡ଼ ଆତଙ୍କୀ ସଂଗଠନ ଲିଙ୍କ୍। ବ୍ଲାଷ୍ଟର 24 ଘଣ୍ଟା ଭିତରେ ଏବେ ସାମ୍ନାକୁ ଆସୁଛି ଏ ସମ୍ବେଦନଶୀଳ ଦିଗ। କୁହାଯାଉଛି, ଗୁଇନ୍ଦା ସୂଚନା ଆଧାରରେ ଜାମ୍ମୁ-କାଶ୍ମୀର ପୋଲିସ, ଯେଉଁ ହ୍ବାଇଟ କଲାର ଟେରର ମଡ୍ୟୁଲର ପର୍ଦ୍ଦାଫାସ କରୁଥିଲା, ଇଏ ତାର ଏକ ଅଂଶବିଶେଷ।

ସୋମବାର ସଂଧ୍ୟା 6ଟା 52 ମିନିଟ୍। ଲାଲକିଲ୍ଲା ମେଟ୍ରୋ ଷ୍ଟେସନର 1 ନମ୍ବର ଗେଟ୍ ନିକଟରେ ଛିଡ଼ା ହୋଇଥିବା ଏହି ସନ୍ଦିଗ୍ଧ i20 କାରରୁ ହିଁ ହୋଇଥିଲା ଶକ୍ତିଶାଳୀ ବିସ୍ଫୋରଣ। ବ୍ଲାଷ୍ଟରେ ଉଡ଼ିଯାଇଥିଲା ପାଖରେ ଥିବା 10ରୁ ଅଧିକ ଗାଡ଼ି ମୋଟର। ଖିନ୍ଭିନ୍ ହୋଇଯାଇଥିଲା ବହୁ ନୀରିହ ଜୀବନ।

Advertisment

ଅନୁମାନ କରାଯାଉଛି, ଆତ୍ମଘାତୀ ବିସ୍ଫୋରଣ କରି ନିଜ ସହ କାରକୁ ଉଡ଼ାଇ ଦେଇଛି ଆତଙ୍କୀ ଡାକ୍ତର ଉମର ମହମ୍ମଦ। ଫରିଦାବାଦରେ ଡାକ୍ତର ଥିବା ପୁଲୱାମାର ଉମରର ଲିଙ୍କ୍ କୁଖ୍ୟାତ ଆତଙ୍କୀ ସଂଗଠନ ଜୈଶ୍ ଇ ମହମ୍ମଦ ସହ ରହିଥିବା ସନ୍ଦେହ କରାଯାଉଛି। ଉମର ଆଉ କିଛି ସହଯୋଗୀଙ୍କ ସହ ଡାକ୍ତରୀ ବୃତ୍ତି ନେଟୱାର୍କରେ ଚଳାଇଥିଲା ଆତଙ୍କବାଦୀ କାର୍ଯ୍ୟକଳାପ। 

ତେବେ ସୋମବାର ଜାମ୍ମୁ କାଶ୍ମୀର ପୋଲିସ, ହ୍ବାଇଟ କଲାର ଟେରର ମଡ୍ୟୁରରେ ସାମିଲ 3 ଡାକ୍ତରଙ୍କୁ ଗିରଫ କରିବା ଏବଂ ଫରିବାଦାଦରୁ ବିପୁଳ ବିସ୍ଫୋରକ ଓ ଅସ୍ତ୍ରଶସ୍ତ୍ର ଜବତ ପରେ କୁହାଯାଉଛି, ଆଗକୁ ଗିରଫଦାରୀ ଭୟରେ ହଡ଼ବଡେଇ ଯାଇଥିଲା ଉମର। ଆଉ ଉପାୟ ନପାଇ ଶେଷରେ ଫିଦାଁୟୀ ବିସ୍ଫୋରଣରେ ନିଜକୁ ଉଡାଇ ଦେଇଥିଲା।...

Advertisment

ବିସ୍ଫୋରଣ ପରେ କାରରୁ ମିଳିଥିବା ମୃତଦେହ ଉମର ମହମ୍ମଦର କି ନୁହେଁ, ତାହା ଜାଣିବାକୁ ଉମର ପରିବାର ପରିବାର ଲୋକଙ୍କ ଡିଏନଏ ଟେଷ୍ଟ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପୁଲୱାମା ଘରୁ ଉମର ମାଆଙ୍କର ଡିଏନଏ ସଂଗ୍ରହ କରିଛି ପୋଲିସ। ଏଣେ ଲାଲକିଲ୍ଲା ବିସ୍ଫୋରଣ ଘଟଣାର ତଦନ୍ତ ଦାୟିତ୍ବ ହାତକୁ ନେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA। ବିସ୍ଫୋରଣ ପଛରେ ଆତଙ୍କୀ ଲିଙ୍କ୍ ନେଇ ପ୍ରମାଣ ଖୋଜିବ NIA। ସୁରକ୍ଷା ଓ ଅନୁସନ୍ଧାନ ପାଇଁ ଲାଲ୍ କିଲ୍ଲା ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଛି। ଏଣେ UAPA ଆଧାରରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ।... 

ଦେଶର ହୃତପିଣ୍ଡରେ ପୁଣି ଅସ୍ଥିରତା ସୃଷ୍ଟି କରିବା ପରେ ଭୂଟାନ ଗସ୍ତରେ ଥାଇ ବି ବିଚ୍ଛିନ୍ନତାଦୀଙ୍କ ଉଦ୍ଦେଶ୍ୟରେ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଦିଲ୍ଲୀ ଘଟଣା ପୂରା ଦେଶକୁ ବ୍ୟଥିତ କରିଛି। ପୀଡ଼ିତ ପରିବାର ସହ ପୂରା ଦେଶ ଛିଡ଼ା ହୋଇଛି। ଦିଲ୍ଲୀ ବିସ୍ଫୋରଣରେ ଯେଉଁମାନେ ସଂପୃକ୍ତ, କାହାରିକୁ ଛଡ଼ାଯିବନି। 

ଏପଟେ ଘଟଣା ପରେ ସାରା ଦେଶକୁ ଏବେ ଆତଙ୍କୀ ଭୟ ଘାରିଥିବାରୁ ଟପ୍ ଏଜେନ୍ସୀଙ୍କ ସହ ଘନ ଘନ ବୈଠକ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଗୃହ ସଚିବ, ଗୁଇନ୍ଦା ନିର୍ଦ୍ଦେଶକ, NIA ଡିଜି, ଦିଲ୍ଲୀ ପୋଲିସ କମିଶନର ଓ କାଶ୍ମୀର ଡିଜିପିଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଆଲୋଚନା କରିଛନ୍ତି।... 

Delhi Blast Terror Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ