Advertisment

IT Raid Tragedy: ଚଢ଼ାଉ କଲା IT ଡିପାର୍ଟମେଣ୍ଟ୍, ଆତ୍ମହତ୍ୟା କରିଦେଲେ କନଫିଡେଣ୍ଟ ଗ୍ରୁପର ମାଲିକ

ଗୁରୁବାର ଦିନ ଆୟକର ବିଭାଗ ପକ୍ଷରୁ ସିଜେ ରୟଙ୍କ କମ୍ପାନୀ ଗୁଡ଼ିକ ଉପରେ ରେଡ୍ କରାଯାଇଥିଲା । ଚଢ଼ାଉ ସମୟରେ ସିଜେ ରୟଙ୍କ ଆୟ ଠାରୁ କିଛି ଅଧିକ ସମ୍ପତ୍ତି ମଧ୍ୟ ଅଧିକାରୀଙ୍କ ହାତରେ ଲାଗିଥିଲା । ପରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି ।

Real Estate Tycoon Suicide

Real Estate Tycoon Suicide Photograph: (OTV)

Advertisment

ଚଢ଼ାଉ କଲା IT ଡିପାର୍ଟମେଣ୍ଟ୍, ଆତ୍ମହତ୍ୟା କରିଦେଲେ ଅଧ୍ୟକ୍ଷ । ନିଜ ବନ୍ଧୁକରୁ ନିଜକୁ ଗୁଳିକରି ସୁଇସାଇଡ୍ । ସନ୍ଦେହ ବଢ଼ିଲା କନଫିଡେଣ୍ଟ ଗ୍ରୁପର ମାଲିକଙ୍କ ଆତ୍ମହତ୍ୟା । ଶୁକ୍ରବାର ଦିନ କନଫିଡେଣ୍ଟ ଗ୍ରୁପ୍ ଅଧ୍ୟକ୍ଷ ସିଜେ ରୟ ତାଙ୍କ ବେଙ୍ଗାଲୁରୁ କାର୍ଯ୍ୟାଳୟରେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ।

Advertisment

ଗୁରୁବାର ଦିନ ଆୟକର ବିଭାଗ ପକ୍ଷରୁ ସିଜେ ରୟଙ୍କ କମ୍ପାନୀ ଗୁଡ଼ିକ ଉପରେ ରେଡ୍ କରାଯାଇଥିଲା । ଚଢ଼ାଉ ସମୟରେ ସିଜେ ରୟଙ୍କ ଆୟ ଠାରୁ କିଛି ଅଧିକ ସମ୍ପତ୍ତି ମଧ୍ୟ ଅଧିକାରୀଙ୍କ ହାତରେ ଲାଗିଥିଲା । ପରେ ସେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । 

ସିଜେ ରୟଙ୍କ ପରେ ପୋଲିସ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ବେଙ୍ଗାଲୁରୁ ପୋଲିସ କମିଶନର ସୀମାନ୍ତ କୁମାର ସିଂହ ଘଟଣାସ୍ଥଳ ଯାଞ୍ଚ କରିବା ପରେ ପ୍ରତିକ୍ରିୟା ରଖିଛନ୍ତି । କମିଶନର କହିଛନ୍ତି, ଶୁକ୍ରବାର ଅପରାହ୍ଣ ୩ଟାରୁ ୩ଟା ୩୦ ମଧ୍ୟରେ ଏହି ଘଟଣା ଘଟିଛି ।

Advertisment

ଆଟି ଡିପାର୍ଟମେଣ୍ଟ ଅଧିକାରୀଙ୍କୁ ମଧ୍ୟ ଏନେଇ ପଚରାଉଚରା କରାଯାଉଛି । ତଦନ୍ତ ଚାଲିଛି ତଦନ୍ତ ଶେଷ ହେବା ପରେ ଘଟଣାର ପ୍ରକୃତ ସତ କ’ଣ ପଦାକୁ ଆସିବ ବୋଲି କହିଛନ୍ତି କମିଶନର ସୀମାନ୍ତ କୁମାର ସିଂହ ।

କନଫିଡେଣ୍ଟ ଗ୍ରୁପ୍ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ । ବିଶେଷକରି କେରଳ ଏବଂ କର୍ଣ୍ଣାଟକରେ ଏହି ଗ୍ରୁପର ବେଶ୍ ନାଁ ରହିଛି । ହେଲେ ବାରମ୍ବାର ଆଇଟି ଚଢାଉ ଯୋଗୁଁ କମ୍ପାନୀର ମାଲିକ ସିଜେ ରୟ ବ୍ୟଥିତ ଥିଲେ । ୫୭ ବର୍ଷୀୟ ସିଜେ ରୟ କେରଳର କୋଚି ବାସିନ୍ଦା ।

Advertisment

ସେ ମୋହନଲାଲଙ୍କ ବଡ଼ ବଜେଟ୍ ଚଳଚ୍ଚିତ୍ର ୨୦୧୨ରେ କାସାନୋଭା ସମେତ ମାଲାୟଲମ କିଛି ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି । କେବଳ ଏତିକି ନୁହେଁ, କନଫିଡେଣ୍ଟ ଗ୍ରୁପ୍ ରିଅଲ୍ ଇଷ୍ଟେଟ୍ ଦୁନିଆରେ ଏକ ପ୍ରତିଷ୍ଠିତ ନାଁ । ତାଙ୍କର ସମ୍ପତ୍ତି ପ୍ରାୟ ୧ ବିଲିୟନ ଡଲାରରୁ ଅଧିକ ହେବ । 

ମୋହନଲାଲ ଦ୍ୱାରା ଆୟୋଜିତ ମାଲାୟଲମ ଟିଭି ରିଆଲିଟି ସୋ’ ବିଗ୍ ବସ୍ ମାଲାୟଲମର କିଛି ସିଜିନ୍ ପାଇଁ ରିଅଲ୍ ଇଷ୍ଟେଟ୍ ଗ୍ରୁପ୍ ମଧ୍ୟ ପ୍ରାୟୋଜକ ଥିଲା । ରୟଙ୍କ ମୃତ୍ୟୁ ରିଅଲ୍ ଇଷ୍ଟେଟ୍ ସମ୍ପ୍ରଦାୟ ଏବଂ କନଫିଡେଣ୍ଟ ଗ୍ରୁପର ହଜାର ହଜାର କର୍ମଚାରୀ ଓ ଗ୍ରାହକଙ୍କ ମଧ୍ୟରେ ଆଘାତ ସୃଷ୍ଟି କରିଛି ।

Bengaluru Income Tax Suicide IT Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ