Advertisment

Bageshwar Dham Kid Innocent Demand Video: ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କୁନି ପୁଅର ପ୍ରଶ୍ନ; ଆପଣଙ୍କ ପାଖକୁ ହନୁମାନ ଆସନ୍ତି? ଡାକିଲ…

ସୋସିଆଲ ମିଡିଆରେ ବାଗେଶ୍ୱର ଧାମର ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ଜଣେ କୁନି ପିଲା ମଞ୍ଚକୁ ଆସି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଏମିତି କଥା କହୁଛି ଯାହା ଦ୍ୱାରା ପୂରା ଅଞ୍ଚଳ ହସରେ ଫାଟି ପଡୁଛି। କୁନି ପିଲା ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପଚାରୁଛି - “ଆପଣଙ୍କ ପାଖକୁ ହନୁମାନଜୀ ଆସନ୍ତି କି?”

Bageshwar Dham Kid Innocent Demand Video

ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ କୁନି ପୁଅର ପ୍ରଶ୍ନ Photograph: (OTV)

Advertisment

ସୋସିଆଲ ମିଡିଆରେ ବାଗେଶ୍ୱର ଧାମର ଗୋଟିଏ ଭିଡିଓ ଖୁବ୍ ଭାଇରାଲ୍ ହେଉଛି। ଏଥିରେ ଜଣେ କୁନି ପିଲା ମଞ୍ଚକୁ ଆସି ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ଏମିତି କଥା କହୁଛି ଯାହା ଦ୍ୱାରା ପୂରା ଅଞ୍ଚଳ ହସରେ ଫାଟି ପଡୁଛି। କୁନି ପିଲା ଖନେଇ ଖନେଇ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ପଚାରୁଛି - “ଆପଣଙ୍କ ପାଖକୁ ହନୁମାନଜୀ ଆସନ୍ତି କି?”

Advertisment

ଧୀରେନ୍ଦ୍ର ଶାସ୍ତ୍ରୀ ହଁ କହିବା ପରେ ପିଲାଟି ସଙ୍ଗେସଙ୍ଗେ କହିଦିଏ -“ଡାକ, ମୋତେ ଭେଟିବାର ଅଛି।”

ପିଲାଟିର ଏହି ମନ ଖୋଲା ଚାହିଦା ଶୁଣି ସମସ୍ତେ ହସିବାକୁ ଲାଗନ୍ତି ଆଉ ପୂରା ମଣ୍ଡପ ହସରେ ଫାଟିପଡେ।

Advertisment

ଏହି କୁନି ପିଲାଟିର ଆଉ ଗୋଟିଏ ଭିଡିଓ ମଧ୍ୟ ଭାଇରାଲ୍ ହେଉଛି, ଯେଉଁଥିରେ ସେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କୁ ନିଜ ପାପାଙ୍କ ବିଷୟରେ ଅଭିଯୋଗ କରୁଥିବା ଦେଖାଯାଉଛି। ପିଲାଟି କହୁଛି-

Advertisment

“ମୋ ପାପା ବହୁତ ଖରାପ, ବହୁତ ଝଗଡ଼ା କରନ୍ତି, ମୋତେ ଖୁଆନ୍ତି ନାହିଁ ଆଉ ସାରାଦିନ ଫୋନ୍ ଚଲାନ୍ତି।”

ଏହା ଶୁଣି ଧୀରେନ୍ଦ୍ର ଶାସ୍ତ୍ରୀ ହସିକି ପଚାରନ୍ତି - “ବେଟା, କାହାର ଅଭିଯୋଗ କରୁଛ?” ପିଲାଟି ସଫା ସଫା କୁହେ “ବାପାଙ୍କର।”

ତାପରେ ଧୀରେନ୍ଦ୍ର ଶାସ୍ତ୍ରୀ କୁହନ୍ତି - “ମାଇକ୍‌ରେ ଡାକ, ତୋ ବାପାକୁ।” ଏହା ପରେ ପିଲାଟି ଜୋରରେ ଡାକେ - “ବାପା, ଆସ।”

ବାପା ସାମ୍ନାକୁ ନ ଆସିବାରୁ ଧୀରେନ୍ଦ୍ର ଶାସ୍ତ୍ରୀ ମଜାଳିଆ ଭାବେ କୁହନ୍ତି - “କେଉଁଠି ଅଛନ୍ତି ତୋ ବାପା?”

ଏହା ପରେ ହସର ପରିବେଶ ଆଉ ଅଧିକ ଗଭୀର ହୋଇଯାଏ। ଶେଷରେ ପିଲାଟିର ପାପା ମଞ୍ଚକୁ ଆସନ୍ତି ଏବଂ ଧୀରେନ୍ଦ୍ର ଶାସ୍ତ୍ରୀ ମଜାକ ମଜାକରେ ତାଙ୍କର ‘କ୍ଲାସ୍’ ନିଅନ୍ତି।

ଆଜିର ଚାପଭରା ପରିବେଶରେ ଏହି ଭିଡିଓ ଲୋକଙ୍କ ମୁହଁରେ ହସ ଆଣୁଛି। ପିଲାଟିର ସଚ୍ଚୋଟତା, ନିର୍ମଳ ଭାବ ଏବଂ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ମଜ୍ଜାଳିଆ ଢଙ୍ଗ ଏହି ଭିଡିଓକୁ ଖାସ୍ କରିଦେଇଛି।

This Cute Child Social Media Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ