IAS Mr Pulkit Garg Dughter Photograph: (OTV)
ଅଙ୍ଗନବାଡ଼ିରେ ପଢ଼ିଲା IAS ଅଫସରଙ୍କ ଝିଅ । ଦାମୀ ପ୍ଲେ-ସ୍କୁଲକୁ ପସନ୍ଦ କଲେନି IAS ଅଧିକାରୀ । ପିଲାଙ୍କ ସହ ଖେଳି ଖେଳି ପାଠପଢ଼ିଲା କୁନି ଝିଅ । ଅଫିସରଙ୍କ ଏହି ସୁନ୍ଦର ଚିନ୍ତାଧାରା ସମାଜ ପାଇଁ ସୃଷ୍ଟିକଲା ବଡ଼ ଉଦାହରଣ ।
ଯେତେବେଳେ ଅଧିକାଂଶ ଅଭିଭାବକ ବଡ଼ ବଡ଼ ଘରୋଇ ସ୍କୁଲରେ ନିଜର ପିଲାଙ୍କୁ ପାଠପଢ଼ାଛନ୍ତି । ସେହି ସମୟରେ ଉତ୍ତର ପ୍ରଦେଶର ଜଣେ ଯୁବ ଆଇଏଏସ୍ ଅଧିକାରୀ ଏପରି ଏକ ନିଷ୍ପତ୍ତି ନେଇଛନ୍ତି । ଯାହା ଅନେକଙ୍କୁ ବେଶ୍ ପ୍ରଭାବିତ କରିଛି ।
୨୦୧୬ ବ୍ୟାଚ ୟୁପି କ୍ୟାଡରର ଆଇଏଏସ୍ ଅଧିକାରୀ ହେଉଛନ୍ତି ପୁଲକିତ ଗର୍ଗ । ବର୍ତ୍ତମାନ ସେ ଚିତ୍ରକୁଟ ଜିଲ୍ଲାର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଛନ୍ତି ।
IAS ପୁଲକିତଙ୍କ ତିନି ବର୍ଷର ଝିଅ ସିଆକୁ ସରକାରୀ ଅଙ୍ଗନୱାଡି କେନ୍ଦ୍ରରେ ନାମ ଲେଖାଇଥିଲେ । ଯାହାକି ଏ ସମାଜ ପାଇଁ ଏକ ସୁନ୍ଦର ବାର୍ତ୍ତା ଦେଇଛି । କାର୍ଭିର ନୟା ବଜାର ଅଞ୍ଚଳରେ ରହିଥିବା ଅଙ୍ଗନବାଡ଼ିରେ ଏବେ ପାଠ ପଢ଼ୁଛି ପୁଲକିତ ଗର୍ଗଙ୍କ ୩ ବର୍ଷୀୟ ଝିଅ ସିଆ ।
ମିଳିଥିବା ସୂଚନା ଅନୁସାରେ ଗତ କିଛି ଦିନ ଧିରି ଝିଅକୁ ପାଠ ପଢ଼ାଇବାକୁ ପୁଲକିତ ନିଜେ ବିଭିନ୍ନ ସ୍କୁଲ ଯାଇ ପାଠପଢ଼ା ସମ୍ପର୍କରେ ପଚାରି ବୁଝିଥିଲେ । କୌଣସି କର୍ମଚାରୀଙ୍କୁ ଏହି ଦାୟିତ୍ବ ନଦେଇ ନିଜେ ନିଜ ଝିଅ ପାଇଁ ଶିକ୍ଷାର ଉତ୍ତମ ସ୍ଥାନ ଖୋଜିଥିଲେ । ପରେ ନାମିଦାମୀ ପ୍ଲେ-ସ୍କୁଲକୁ ନବାଛି ସରକାରୀ ଅଙ୍ଗନବାଡ଼ିରେ ଝିଅର ନାଁ ଲେଖାଇଥିଲେ ।
ଏନେଇ ନିଜେ IAS ଅଧିକାରୀ ପୁଲକିତ ଗର୍ଗ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ବର୍ତ୍ତମାନ ସରକାରୀ ଶିକ୍ଷାରେ ଅନେକ ପରିବର୍ତ୍ତନ ହୋଇଛି । ଯଦି ମୁଁ ମୋ ପିଲାକୁ ସରକାରୀ ସ୍କୁଲରେ ପାଠ ପଢ଼ାଇବି । ତେବେ ଅନ୍ୟ ବାପା-ମା’ମାନେ ମଧ୍ୟ ନିଶ୍ଚୟ ତାଙ୍କ ପିଲାମାନଙ୍କୁ ସରକାରୀ ସ୍କୁଲରେ ପାଠ ପଢ଼ାଇବେ । ସରକାରୀ ସ୍କୁଲରେ ପିଲାଙ୍କ ଶିକ୍ଷାକୁ ନେଇ କୌଣସି ଭୟ କରିବା ଉଚିତ ନୁହଁ ବୋଲି ଗର୍ଗ କହିଛନ୍ତି ।
ତେବେ ଏପରି ଉତ୍ତମ ଚିନ୍ତାଧାରା ରଖୁଥିବା IAS ଅଧିକାରୀ ପୁଲକିତ ଗର୍ଗ ବିଷୟରେ ଆସନ୍ତୁ ଜାଣିବା । ଶ୍ରୀ ଗର୍ଗ ହେଉଛନ୍ତି, ୟୁପି କ୍ୟାଡରର ୨୦୧୬-ବ୍ୟାଚ୍ IAS ଅଧିକାରୀ । ୧୬ ଅଗଷ୍ଟ ୧୯୯୨ରେ ତାଙ୍କର ଦିଲ୍ଲୀରେ ଜନ୍ମ । ତାଙ୍କ ବାପା ପ୍ରଦୀପ ଗର୍ଗ, ହରିୟାଣା ଗ୍ରାମୀଣ ବ୍ୟାଙ୍କର ମ୍ୟାନେଜର । ଏବଂ IAS ପୁଲକିତ ଗର୍ଗ ମାଆ ଜଣେ ଗଣିତ ଅଧ୍ୟାପିକା । ପୁଲକିତ ୨୦୧୪ ମସିହାରେ ଦିଲ୍ଲୀର ଆଇଆଇଟିରୁ ସିଭିଲ ଇଞ୍ଜିନିୟରିଂରେ ବି.ଟେକ୍ ସମାପ୍ତ କରିଥିଲେ । ପରେ ସେ ଦୁଇଥର UPSC ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ୨୦୧୪ରେ AIR ୪୯୦ ରାଙ୍କ ଏବଂ ୨୦୧୫ରେ ମାତ୍ର ୨୩ ବର୍ଷ ବୟସରେ AIR ୨୭ ରାଙ୍କ ପାଇଥିଲେ । ଯାହା ତାଙ୍କୁ IASରେ ସ୍ଥାନ ଦେଇଥିଲା । ଆଉ ବର୍ତ୍ତମାନ ସେ ପ୍ରାୟ ଚାରି ମାସ ଧରି ଚିତ୍ରକୂଟର ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ ଦାୟିତ୍ବ ତୁଲାଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/11/ias-mr-pulkit-garg-dughter-2026-02-11-20-50-36.jpg)